Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||
  • କୋରାପୁଟ : ମାଲବାହୀ ଟ୍ରେନ୍‌ ଇଞ୍ଜିନ୍ ଲାଇନ୍‌ଚ୍ୟୁତ, ନୂଆ ଟ୍ରାକ୍‌ରୁ ପୁରୁଣା ଟ୍ରାକ୍‌କୁ ପାସ୍ ବେଳେ ଦୁର୍ଘଟଣା
  • ||

ପ୍ରେମିକକୁ ହାତୁଡିରେ ଛେଚି ମାରିଦେଲେ ଅଭିନେତ୍ରୀ…କାହିଁକି ଭୟଙ୍କର ହେଲା ସଂପର୍କ ଯୋଡିବାର ପରିଣତି ?

31/12/2019 at 1:45 PM

ଚେନ୍ନାଇ ୩୧.୧୨- ପ୍ରେମିକର ଜିଦ୍ ପସନ୍ଦ ହେଲାନି । ରାଗିଗଲେ ଅଭିନେତ୍ରୀ । କାଠ ଦଣ୍ଡାରେ ପୂର୍ବତନ ପ୍ରେମିକକୁ ପିଟିଲେ, ହାତୁଡିରେ ମୁଣ୍ଡକୁ ଛେଚିଦେଲେ । ସେହି ୪୨ ବର୍ଷିୟ  ଟେଲିଭିଜନ ଅଭିନେତ୍ରୀଙ୍କୁ  ପୂର୍ବତନ ପ୍ରେମିକକୁ ହତ୍ୟା  କରିବା ଅଭିଯୋଗରେ ଗିରଫ କରିଛି ତାମିଲନାଡୁ ପୋଲିସ ।

ଚେନ୍ନାଇ ନିକଟସ୍ଥ କୋଲାଥୁରରେ ସୋମବାର ସକାଳେ ଏହି ଘଟଣା ଘଟିଛି । ଅଭିଯୁକ୍ତ ଅଭିନେତ୍ରୀ ଏସ୍. ଦେବୀ ତାଘ୍କ ପୂର୍ବତନ ପ୍ରେମିକ  ୩୮ ବର୍ଷୀୟ ଏମ୍. ରବିଙ୍କୁ  ଆକ୍ରମଣ କରି ଗୁରୁତର କରିବାପରେ ନିଜେ ପୋଲିସ ଥାନାରେ ପହଞ୍ଚି ଦୋଷ ସ୍ୱୀକାର କରିଥିଲେ । ମଦୁରାଇ ବାସିନ୍ଦା ତଥା ଜଣେ ଫିଲ୍ମ ଟେକନିସିଆନ ଥିବା ରବିଙ୍କର  ପରେ ଡାକ୍ତରଖାନା ନେବା ବାଟରେ  ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଅଭିନେତ୍ରୀ ଏସ୍. ଦେବୀଙ୍କ ସହ ତାଙ୍କ ସ୍ୱାମୀ ବି.ଶଙ୍କର,  ଭଉଣୀ ଏସ. ଲକ୍ଷ୍ମୀ ଏବଂ ତାଙ୍କ ସ୍ୱାମୀ  ସ୍ୱାରିଆରଙ୍କୁ ପୋଲିସ ଗିରଫ କରି ଜେଲ ପଠାଇଛି ।

 ପୋଲିସ ସୂଚନା ଅନୁଯାୟୀ, ପ୍ରାୟ ୮ ବର୍ଷ ତଳେ ଏସ. ଦେବୀ ଏବଂ ରବିଙ୍କ ମଧ୍ୟରେ ବନ୍ଧୁତାରୁ  ପ୍ରେମ ହୋଇଥିଲା । କିନ୍ତୁ ତା ଆଗରୁ ଦେବୀ ବିବାହ କରିସାରିଥିଲେ । ରବି ଏବଂ ଦେବୀ ଦୁହେଁ ସିନେମା ଏବଂ ଟେଲିଭିଜନ ସହ ସଂପୃକ୍ତ ଥିବାରୁ ସେମାନଙ୍କ ସଂପର୍କ ଅଧିକ ନୀବିଡ ହୋଇଥିଲା । ତେବେ ଦେବୀଙ୍କ ପରିବାର ଗତ ଦୁଇ ବର୍ଷ ତଳେ ଏକଥା ଜାଣିବା ପରେ ଦେବୀଙ୍କୁ ସେଥିରୁ ନିବୃତ୍ତ କରିବାକୁ ଉଦ୍ୟମ କରିଥିଲେ ।ତାପରେ ଦେବୀ ଟେଲିଭିଜନ ଅଭିନୟ କମାଇ ଦେଇଥିଲେ ।ସେ କୋଲାଥିରରେ ଏକ ଟେଲରିଂ ଦୋକାନ କରିଥିଲେ ଏବଂ ରବି ଠାରୁ ଦୂରେଇ ଯାଇଥିଲେ । ତେବେ ରବି କିନ୍ତୁ ତାହା ଭୁଲି ନଥିଲା । ସେ ଖୋଜି ଖୋଜି ଦେବୀଙ୍କ ପାଖରେପହଞ୍ଚି ପୁଣି ପୁରୁଣା ସଂପର୍କ ଆରମ୍ବ କରିବାକୁ ତାହ୍କୁ ବାଧ୍ୟ କରିଥିଲା । ଏପରିକି  ସେ ସୋମବାର ଦେବୀଙ୍କ ଭଉଣୀ ଲକ୍ଷ୍ମୀଙ୍କ  ଘରକୁ ଯାଇ ସମାନ ଦାବି ରଖିଥିଲା । ଏହାପରେ ଲକ୍ଷ୍ମୀ ତାଙ୍କ ଘରକୁଦେବୀଙ୍କୁ ଡକାଇଥିଲେ  । ଦେବୀ ଓ ତାଙ୍କ ସ୍ୱାମୀ  ଶଙ୍କର ପହଞ୍ଚିଥିଲେ । ରବି କିନ୍ତୁ ତାଙ୍କ ସଂପର୍କ ପୁଣି ଯୋଡିବା ଜିଦ୍ରେ ଥିଲେ ।ଏଥିରେ ଉତକ୍ଷିପ୍ତ  ହୋଇ  ରବିଙ୍କୁ ଖାଠ ଫାଳିଆ ଓ ହାତୁଡିରେ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ । ସେହି ଆକ୍ରମଣରେ ରବିଙ୍କ ପ୍ରାଣ ଚାଲିଗଲା । ପୋଲିସ ୪ ଅଭିଯୁକ୍ତଙ୍କୁ କୋର୍ଟଙ୍କ ନିର୍ଦ୍ଦେଶରେ ଜେଲପଠାଇ ତଦନ୍ତ ଜାରି ରଖିଛି ।

   Related Posts