ଭ୍ୟାକସିନ୍ ନେବାର ଦିନେ ପରେ ଅଭିନେତାଙ୍କୁ ହୃଦଘାତ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 16, 2021 IST

ନୂଆଦିଲ୍ଲୀ ୧୬/୦୪ : ୨୦୨୦ ଭଳି ୨୦୨୧ରେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃସମ୍ବାଦ ଆସିବା ସିଲସିଲା ଜାରି ରହିଛି। ଶୁକ୍ରବାର ଦିନ ତାମିଲ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା ବିବେକଙ୍କୁ ହୃଦଘାତ ହୋଇଛି। ହୃଦଘାତ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିବେକଙ୍କ ମ୍ୟାନେଜର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ହସ୍ପିଟାଲ ସୂଚନା ଅନୁଯାୟୀ ଵେବକଙ୍କ ସ୍ୱାସ୍ଥ୍ୟ ଗୁରୁତର ରହିଛି।

ବିବେକଙ୍କ ପିଆରଓ ନିଖିଳ ମୁରୁଗନ ସୂଚନା ଦେଇଛନ୍ତି ଯେ ସକାଳେ ବିବେକଙ୍କ ମୁଣ୍ଡ ବୁଲେଇଥିଲା। ସେତେବେଳେ ସେ ନିଜ ଘରେ ଥିଲେ ଘରଲୋକଙ୍କ ସହ କଥାବାର୍ତ୍ତା ହେଉଥିଲେ। କଥାବାର୍ତ୍ତା କଲାବେଳେ ହଠାତ ବେହୋସ ହୋଇଯାଇଥିଲେ। ଘରଲୋକ ତାଙ୍କୁ ତୁରନ୍ତ ବଡାପଲାନୀ SIMS ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ତାଙ୍କର ହୋସ୍ ଆସିଛି।

ଦିନେ ପୂର୍ବରୁ ବିବେକ କୋଭିଡ ଭ୍ୟାକସିନ ନେଇଥିଲେ। ଏହି ଖବର ପରେ ଲୋକଙ୍କ ମନକୁ ଅଜଣା ଭୟ ଗ୍ରାସ କରୁଛି। ଭ୍ୟାକସିନ୍ ନେବା ପରେ ବିବେକ ସୁସ୍ଥ ଥିଲେ ବୋଲି ଡାକ୍ତର ଓ ଘରଲୋକ କହିଛନ୍ତି। ଭ୍ୟାକସିନ ସହ ହୃଦଘାତର କୌଣସି ସମ୍ପର୍କ ନାହିଁ ବୋଲି ଡାକ୍ତର କହିଛନ୍ତି। 

୧୫ ତାରିଖରେ ବିବେକ ଲୋକଙ୍କ ମନରୁ କୋଭିଡ ଭୟ ଦୂର କରିବାକୁ ଭ୍ୟାକସିନ ନେଇଥିଲେ | ସେ ସରକାରୀ ହସ୍ପିଟାଲରେ ଭ୍ୟାକସିନ୍ ନେଇଥିଲେ। ଭ୍ୟାକସିନ୍ ନେବାପରେ ସେ ଲୋକଙ୍କୁ ଭ୍ୟାକସିନ ନେବାକୁ ଅପିଲ ମଧ୍ୟ କରିଥିଲେ।

ବିବେକ ୧୯୮୦ ଦଶକରେ ବାଲାଚନ୍ଦରଙ୍କ ଫିଲ୍ମରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ସେ ଅନେକ ହିଟ ତାମିଲ ଫିଲ୍ମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.