ବିବାହ ବିଚ୍ଛେଦର ବର୍ଷେ ପରେ ଜ୍ବାଳା ଗୁଟ୍ଟାଙ୍କୁ ଡେଟ୍ କରୁଛନ୍ତି ଏହି ଅଭିନେତା : ଫଟୋ ସେୟାର କରି କଲେ ଖୁଲାସା

Published By : Prameya-News7 Bureau | June 07, 2019 IST

ମୁମ୍ବାଇ ୭/୬: ବଲିଉଡ ଏବଂ ଖେଳର ସବୁବେଳେ ଖାସ୍ ସମ୍ପର୍କ ରହିଛି। ଏପରି କେତେକ ଯୋଡ଼ି ରହିଛନ୍ତି ଯେଉଁମାନଙ୍କର ସବୁବେଳେ ଚର୍ଚ୍ଚା ହୋଇଥାଏ। ଠିକ୍ ସେହି ପରି ଏକ କପଲଙ୍କ ଯୋଡ଼ିର ଖୁଲାସା ହୋଇଛି। ଏହି ଅଭିନେତା ବ୍ୟାଡମିଣ୍ଟନ ଷ୍ଟାର ଜ୍ବାଳା ଗୁଟ୍ଟାଙ୍କ ସହ ସୋଶିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି।

{"id":120554,"width":595,"height":793}

ଜ୍ବାଳା ଗୁଟ୍ଟାଙ୍କ ଆଫେୟାରର ଖବର ଆଗରୁ ମଧ୍ୟ ଚର୍ଚ୍ଚାରେ ରହିଛି ଏବେ ଖବର ଆସିଛି ଯେ ସେ ତାମିଳ ଅଭିନେତା ବିଷ୍ଣୁ ବିଶାଲଙ୍କୁ ଡେଟ୍ କରୁଛନ୍ତି। ବିଷ୍ଣୁ ବିଶାଲ ବିବାହର ୯ବର୍ଷ ପରେ ପତ୍ନୀ ରଜନୀ ନଟରାଜଙ୍କୁ ଛାଡ଼ପତ୍ର ଦେଇଥିଲେ। ତାଙ୍କର ଆର୍ଯ୍ୟନ ନାମକ ଗୋଟିଏ ପୁଅ ମଧ୍ୟ ରହିଛି ଯାହାର ଜନ୍ମ ୨୦୧୭ମସିହାରେ ହୋଇଥିଲା।  

{"id":120555,"width":596,"height":396}

ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପରେ ବିଷ୍ଣୁ, ଜ୍ବାଳାଙ୍କୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ। ବିଷ୍ଣୁ ଟ୍ବିଟରରେ ଜ୍ବାଳାଙ୍କ ସହ ଫଟୋ ସେୟାର କରିଛନ୍ତି। ବିଷ୍ଣୁ ମଧ୍ୟ ଜ୍ବାଳାଙ୍କ ସହ ରିଲେସନକୁ କନଫର୍ମ କରିଛନ୍ତି।

{"id":120556,"width":595,"height":328}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.