ସାମ୍ନାକୁ ଆସିଲା ତାମିଲ ଅଭିନେତାଙ୍କ ମୃତ ଭିଡିଓ, ଅଭିଯୋଗ କରିବାରୁ ଅଜବ ଜବାବ ଦେଲା ୟୁଟ୍ୟୁବ୍‌

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭: ସାଇଥ ଫିଲ୍ମ ସୁପରଷ୍ଟାର ସିଦ୍ଧାର୍ଥଙ୍କୁ ନେଇ ଏମିତି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିପାଇଁ ଫ୍ୟାନ୍ସମାନେ ଦୁଃଖି ହୋଇଥିଲେ। ଏହା ପରେ ଖୋଦ ଅଭିନେତା ଗୁଜବ ଉପ​‌ରେ ବିରାମ ଟାଣି ଜୀବିତ ଅଛନ୍ତି ବୋଲି ଟ୍ବିଟ୍‌ କରିଥିଲେ ।

ସିଦ୍ଧାର୍ଥଙ୍କୁ ମୃତ ଘୋଷିଣା କରାଗଲା
ୟୁଟ୍ୟୁବ୍‌ରେ ଏକ ଭିଡିଓ ସେୟାର କରାଯାଇଥିଲା ଯେଉଁଥିରେ କମ୍‌ ବୟସରେ ମୃତ୍ୟୁବରଣ କରିଥିବା ସାଉଥ ସେଲିବ୍ରିଟିଙ୍କ ସମ୍ପର୍କରେ କୁହାଯାଇଥିଲା। ଏହି ଲି​‌ଷ୍ଟରେ ତାମିଲ ଅଭିନେତା ସିଦ୍ଧାର୍ଥଙ୍କ ନାଁ ମଧ୍ୟ ସାମିଲ ଥିଲା। ତାଙ୍କର ଜ​‌ଣେ ଫ୍ୟାନ୍‌ ଭିଡିଓର ସ୍କ୍ରିନ୍‌ସଟ୍‌ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିରେ ଅଭିନେତ୍ରୀ ସୌନ୍ଦର୍ଯ୍ୟା, ଆରତୀ ଅଗ୍ରଓ୍ବାଲ ଏବଂ ସିଦ୍ଧାର୍ଥ ଥିଲେ ।

ସିଦ୍ଧାର୍ଥଙ୍କୁ ଅଜବ ଜବାବ ଦେଲା ୟୁଟ୍ୟୁବ୍‌
ଅଭିନେତ୍ରୀ ସୌନ୍ଦର୍ଯ୍ୟାଙ୍କ ମୃତ୍ୟୁ ୨୦୦୭ରେ ହୋଇଯାଇଥିବା ବେଳେ ୨୦୧୫ରେ ଆରତୀ ଅଗ୍ରଓ୍ବାଲ୍‌ଙ୍କ ଦେହାନ୍ତ ହୋଇଥିଲା। କିନ୍ତୁ ସିଦ୍ଧାର୍ଥ ଜୀବିତ ଅଛନ୍ତି। ଏମିତି ଏକ ଭିଡିଓ ନେଇ ଅଭିନେତା ଜାଣିବା ପରେ ସେ ୟୁଟ୍ୟୁବ୍‌ରେ ରିପୋର୍ଟ କରିଥିଲେ। କିନ୍ତୁ ତାଙ୍କୁ ୟୁଟ୍ୟୁବ୍‌ ପକ୍ଷରୁ ମିଳିଥିବା ଜବାବ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।ସିଦ୍ଧାର୍ଥ ରିପୋର୍ଟ କରିବା ପରେ ତାଙ୍କୁ ଜବାବ ମିଳିଛି ଯେ, ଭିଡିଓରେ କୌଣସି ପ୍ରକାର ସମସ୍ୟା ଦେଖାଯାଉନାହିଁ।

wp:embed {"url":"https://twitter.com/Actor_Siddharth/status/1416662999629131778","type":"rich","providerNameSlug":"twitter","responsive":true,"className":""}
https://twitter.com/Actor_Siddharth/status/1416662999629131778
/wp:embed

ସୋସିଆଲ ମିଡିଆରେ ଆକ୍ଟିଭ୍‌ ସିଦ୍ଧାର୍ଥ
ଅଭିନେତା ସିଦ୍ଧାର୍ଥ ସୋସିଆଲ ମିଡିଆରେ ସର୍ବଦା ସକ୍ରିୟା। ସମସ୍ତ ମାମଲାରେ ସେ ସ୍ବର ଉଠାଇଥାନ୍ତି। କରୋନା କାଳରେ ସେ ଅନେକ ସମସ୍ୟା ଉପରେ ଆପତ୍ତି ଉଠାଇଥିଲେ। ଏହା ସହ ସେ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

ସିଦ୍ଧାର୍ଥଙ୍କ ଫିଲ୍ମ
ଶେଷ ଥର ପାଇଁ ସିଦ୍ଧାର୍ଥଙ୍କୁ ‘ଅରୁବମ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୨୦୧୯ରେ ରିଲିଜ୍‌ ହୋଇଥିଲା। ଆକ୍ଟର ନିକଟରେ ‘ସହା ସମୁଦ୍ରମ୍‌’ ସୁଟିଂ ଶେଷ କରିଛନ୍ତି। ଏହା ବ୍ୟତୀତ ସିଦ୍ଧାର୍ଥ ‘ଇଣ୍ଡିଆନ୍‌-୨’, ‘ଟକ୍କର’, ‘ନବରସ’ ଏବଂ ‘ସୈତାନ କା ବଚ୍ଚା’ରେ ମଧ୍ୟ ନଜର ଆସିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.