Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

ଘରେ ଚାଲିଥିଲା ଜୁଆ ଖେଳ : ବନ୍ଧା ହେଲେ କଳାକାର

29/07/2020 at 1:40 PM

ମୁମ୍ବାଇ ୨୯/୭: ବଲିଉଡରେ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ନେପୋଟିଜମକୁ ନେଇ ବିବାଦ ଚାଲିଥିବାବେଳେ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି ଖବର ଶୁଣିବାକୁ ମିଳୁଛି ଯାହା ଯୋଗୁଁ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଛି। ସାଉଥ ସିନେମାର ପ୍ରସିଦ୍ଧ ଅଭିନେତା ଶାମଙ୍କୁ ଚେନ୍ନାଇ ପୋଲିସ୍ ଗିରଫ କରିଛି। ସେ ନିଜ ଘରେ ଜୁଆ ଖେଳୁଥିବାବେଳେ ଧରା ପଡ଼ିଛନ୍ତି। ଶାମଙ୍କ ନାଁରେ ପ୍ରସିଦ୍ଧ ଅଭିନେତାଙ୍କ ପୂରା ନାଁ ଶମଶୁଦ୍ଦିନ ଇବ୍ରାହିମ୍। ପୋଲିସର କହିବା ଅନୁସାରେ ଶାମ ସହ ୧୧ଜଣଙ୍କୁ ଗିରଫ କରାଯାଇଛି। ପରେ ଶାମଙ୍କୁ ଜାମିନ ମିଳିଯାଇଥିଲା।

କୋଣ୍ଡବକ୍କମ୍ ପୋଲିସ୍ ତାମିଲ ଅଭିନେତା ଶାମଙ୍କୁ ନିଜ ଘରେ ହିଁ ଜୁଆ ଖେଳରେ ସାମିଲ ହେବା ଅଭିଯୋଗରେ ଗିରଫ କରିଛି। ପୋଲିସକୁ ଖବର ମିଳିଥିଲା ଯେ ଶାମଙ୍କ ଫ୍ଲାଟରେ ରାତିରେ ଜୁଆ ଖେଳ ଚାଲିଥିଲା। ପୋଲିସକୁ ଜୁଆରେ ବ୍ୟବହୃତ କରାଯାଉଥିବା ଟୋକନ୍ ମଧ୍ୟ ମିଳିଛି। ଶାମ ଫୋକର ନାମକ ଏକ କ୍ଲବ୍ ଚଲାଉଥିଲେ। ଏହା ସହିତ ସେ ଅନେକ ବେଆଇନ କାମରେ ମଧ୍ୟ ସକ୍ରିୟ ଅଛନ୍ତି।

ଶମଶୁଦ୍ଦିନ ଇବ୍ରାହିମ୍ ଲୋକପ୍ରିୟ ଅଭିନେତା ଏବଂ ମଡେଲ୍। ସେ ତେଲୁଗୁ,ତାମିଲ ଏବଂ କନ୍ନଡ଼ ଫିଲ୍ମରେ ନିଜ ଅଭିନୟ ପାଇଁ ଜଣା ଯାଆନ୍ତି। ସେ ନିଜ ଫିଲ୍ମ ଲେସା ଲେସା,ଅୟରକଇରେ ଦମଦାର ଅଭିନୟ ଯୋଗୁଁ ଲୋକପ୍ରିୟ ହୋଇଥିଲେ। ସେ ଟଲିଉଡରେ ମଧ୍ୟ କିକ୍,ଓସାର୍ବେଲି ଏବଂ ରେସ୍ ଗୁରେମ୍ ଭଳି ଫିଲ୍ମ ଯୋଗୁଁ ଲୋକପ୍ରିୟ ହୋଇଥିଲେ। ଶାମ ଖୁବ୍ ଶୀଘ୍ର ଏକ ଅନଟାଇଟଲ୍ଡ ଫିଲ୍ମରେ ଦେଖାଯିବେ।

   Related Posts