ତାମିଲ ଅଭିନେତା ମାରନଙ୍କ କରୋନାରେ ଦେହାନ୍ତ, ୪୮ ବର୍ଷ ବୟସରେ ଦୁନିଆକୁ ଦେଲେ ବିଦାୟ

Published By : Prameya-News7 Bureau | May 12, 2021 IST

ନୂଆଦିଲ୍ଲୀ ୧୨/୦୫: ସାରା ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହରରେ ଦେଶର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ଚିକିତ୍ସା ପାଇଁ ମଧ୍ୟ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନୋରଞ୍ଜନ ଜଗତ ଉପରେ ମଧ୍ୟ ଗଭୀର ପ୍ରଭାବ ପଡିଛି । ଏହି ବିପଜ୍ଜନକ ରୋଗ ହେତୁ ଅନେକ ଷ୍ଟାର ପ୍ରାଣ ହରାଉଛନ୍ତି। ଏଥି ସହିତ ତାମିଲ ଅଭିନେତା ମାରାନ ମଧ୍ୟ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ୪୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

wp:html /wp:html

ମାରାନଙ୍କୁ ଦୁଇ ଦିନ ପୂର୍ବରୁ ଚେଙ୍ଗଲପଟ୍ଟୁସ୍ଥିତ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହଠାତ୍ ଦେହାନ୍ତ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଯଦିଓ ମାରାନ ସମ୍ପୂର୍ଣ୍ଣ ଚିକିତ୍ସା ପାଇଥିଲେ, କିନ୍ତୁ ଆଜି ସକାଳେ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି। କର୍ପୋରେସନ୍ ଅଧିକାରୀଙ୍କ ଦ୍ୱାରା ତାଙ୍କର ଶବଦାହ କରାଯିବ।

ମାରାନ ଗିଲି ଏବଂ କୁରୁଭି ପରି ଫିଲ୍ମରେ ତାଙ୍କର ଭୂମିକା ପାଇଁ ଜଣାଶୁଣା । ଏହା ବ୍ୟତୀତ ସେ ଡିସୁମ୍, ଥଲ୍ୟାନଗରମ୍ ଏବଂ ବସ୍ ଅଙ୍ଗିରା ଭାସ୍କରନ୍ ଭଳି ଫିଲ୍ମରେ ପାଇଁ ଚର୍ଚ୍ଚାରେ ରହିଥିଲେ । ଏଥି ସହିତ ଖୁବ୍ ଶୀଘ୍ର ସାଉଥ୍ ସୁପରଷ୍ଟାର୍ ପା ରଣଜିତଙ୍କ ସହ ତାଙ୍କର ଏକ ଫିଲ୍ମ ରିଲିଜ ହେବାର ଅଛି, ଯାହାର ସୁଟିଂ ଶେଷ ହୋଇସାରିଛି।

ରଣଜିତଙ୍କ ପ୍ରଡକ୍ସନ କମ୍ପାନୀ ନୀଲମ୍ ପ୍ରଡକ୍ସନ୍ସ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛି। ସେ ଟ୍ୱିଟ୍ କରି ଲେଖିଛି ଯେ, ଏପରି ମୂଲ୍ୟବାନ ରତ୍ନ, ଯିଏ ପ୍ରତ୍ୟେକ କାର୍ଯ୍ୟରେ ସର୍ବଦା ଶତ ପ୍ରତିଶତ ଦେଇଥା’ନ୍ତି । ଭଗବାନ ତାଙ୍କ ଆତ୍ମାକୁ ​​ଶାନ୍ତି ଦିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.