Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ପାଇଁ କୋଭିଡ୍ ଗାଇଡ୍ଲାଇନ୍: ଏବେ ସିନେମା ହଲ୍ରେ ବସି ପାରିବେ ୫୦%ରୁ ଅଧିକ ଦର୍ଶକ, ସଭିଙ୍କ ପାଇଁ ଖୋଲିଲା ସ୍ଵିମିଂ ପୁଲ୍
  • ||
  • ଜାମିନ ସତ୍ତ୍ଵେ ଜେଲ୍‌ରେ ରହିବେ ପାଠକ ବାପ-ପୁଅ
  • ||
  • ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ‌
  • ||
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||

ଯେଉଁଠି ହାଉସିଂ ପ୍ରକଳ୍ପ ହୁଏ ସେଠି ବିବାହ କରନ୍ତି ଏହି ବିଲ୍ଡର, ଜାଣନ୍ତୁ ୫୮ ବର୍ଷ ବୟସ୍କ ବିଲ୍ଡରଙ୍କର କେତେଜଣ ପତ୍ନୀ

17/10/2019 at 5:45 PM

ନକୋନ ନାୟକ:  ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି ଅଜବ ଘଟଣା। ଜଣେ ବିଲ୍ଡର ୫୮ ବର୍ଷ ବୟସରେ ବିବାହ କରିଛନ୍ତି ୧୨୦ ଜଣ ମହିଳାଙ୍କୁ। ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ଏହି ବିଲ୍ଡର ତମ୍ବନ ପ୍ରେଜର୍ଟ ଏପର୍ଯ୍ୟନ୍ତ ମୋଟ ୧୨୦ ବିବାହ କରିଛନ୍ତି । କେବଳ ବିଲ୍ଡର ନୁହଁନ୍ତି ତମ୍ବନ ନାୟକପ୍ରାନ୍ତର ଫ୍ରମନୀ ଜିଲ୍ଲା ପ୍ରମୁଖ ମଧ୍ୟ। ଥାଇଲ୍ୟାଣ୍ଡରେ ବହୁ ବିବାହ ନିଷିଦ୍ଧ। ଏହା ସତ୍ତ୍ୱେ ତମ୍ବନ ଅବୈଧ ଭାବେ ଅନେକ ବିବାହ କରିଥିବା ଜଣାପଡିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ତମ୍ବନ ତାଙ୍କ ଏକାଧିକ ବିବାହ ସମ୍ପର୍କରେ ଯାହା କହିଛନ୍ତି ବାସ୍ତବିକ ଆଶ୍ଚର୍ଯ୍ୟଜନକ। ସେ ବିବାହ କରିବେ ବୋଲି ତାଙ୍କ ପତ୍ନୀମାନଙ୍କୁ ପୂର୍ବରୁ ଜଣାଇ ଦିଅନ୍ତି। ଏହା ଛଡା ବିବାହ କରିବା ପୂର୍ବରୁ ଯୁବତୀଙ୍କ ଅଭିଭାବକଙ୍କ ସହିତ ସେ ପୂର୍ବରୁ କରିଥିବା ବିବାହ ନେଇ ସୂଚିତ କରନ୍ତି। ଏହା ସତ୍ତ୍ୱେ ଯଦି କୌଣସି ଅଭିଭାବକ ତାଙ୍କୁ ଜାମାତା କରିବାକୁ ଚାହାଁନ୍ତି ତେବେ ସେ ପୂର୍ଣ୍ଣ ସାମାଜିକ ପ୍ରଥା ପରମ୍ପରାରେ ଯୁବତୀଙ୍କୁ ବିବାହ କରନ୍ତି। ନିକଟରେ ତମ୍ବନ ଜଣେ ୨୭ ବର୍ଷ ବୟସ୍କା ଯୁବତୀ ଫନଙ୍କୁ ବିବାହ କରିଛନ୍ତି। 

ତମ୍ବନ ୧୭ ବର୍ଷ ବୟସରେ ପ୍ରଥମ ବିବାହ କରିଥିଲେ। ତାଙ୍କ ଠାରୁ ୨ ବର୍ଷ ସାନ ଏକ ଝିଅ ସହ ତାଙ୍କର ଅଭିଭାକ ବିବାହ କରାଇ ଦେଇଥିଲେ। ପ୍ରଥମ ପତ୍ନୀଙ୍କ ସହ ବିବାହରୁ ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। ତେବେ ସେ କନଷ୍ଟ୍ରକ୍ସନ ବ୍ୟବସାୟ ଆରମ୍ଭ କରିବା ପରେ ଅନେକ ଯୁବତୀଙ୍କ ସହ ତାଙ୍କର ମିଳାମିଶା ଆରମ୍ଭ ହୋଇଥିଲା। ଏଣୁ ଯେଉଁଠାରେ ସେ କନଷ୍ଟ୍ରକ୍ସନ କାମ ହାତକୁ ନିଅନ୍ତି ସେଠାରେ ଜଣେ ଯୁବତୀଙ୍କୁ ବିବାହ କରନ୍ତି ବୋଲି କହିଛନ୍ତି।

ତେବେ ତାଙ୍କର ଏତେ ସଂଖ୍ୟକ ବିବାହ ଯୋଗୁ ପତ୍ନୀମାନଙ୍କର କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି। ତମ୍ବନଙ୍କ ୧୨୦ ଜଣ ପତ୍ନୀଙ୍କ ୨୮ଟି ସନ୍ତାନ ଅଛନ୍ତି। ପତ୍ନୀମାନଙ୍କୁ ତମ୍ବନ ନିଜର ଘର କରି ଦେଇଥିବା ବେଳେ ପରିବାରର ସବୁ ଆବଶ୍ୟକତା ମଧ୍ୟ ପୂରଣ କରନ୍ତି ବୋଲି କହିଛନ୍ତି। ଏଣୁ ବହୁ ବିବାହ କରିଥିଲେ ମଧ୍ୟ ତାଙ୍କ ବିରୋଧରେ କାହାର ଆପତ୍ତି କି ଅଭିଯୋଗ ନାହିଁ ବୋଲି କହିଛନ୍ତି।

   Related Posts