Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଲକଡାଉନରେ ମା’ଙ୍କ ହାତରନ୍ଧା ପରଟାର ମଜା ଉଠାଉଛନ୍ତି ତମନ୍ନା : ସେୟାର କଲେ ଫଟୋ

1/06/2020 at 2:55 PM

ମୁମ୍ବାଇ ୧/୬: ଲକଡାଉନ୍ ଯୋଗୁଁ ସବୁ ଷ୍ଟାର ମଧ୍ୟ ଘରେ ବନ୍ଦ ଅଛନ୍ତି ଏବଂ ବଲିଉଡର ଏହି ଷ୍ଟାରମାନେ ନିଜ ଫ୍ୟାନ୍ସଙ୍କ ସହ ଯୋଗାଯୋଗ କରିବା ପାଇଁ ସୋସିଆଲ୍ ମିଡିଆର ସହାୟତା ନେଉଛନ୍ତି। ଅନେକ ଷ୍ଟାର ନିଜ ଫିଟନେସ୍ ସିଡ୍ୟୁଲ୍ ସୋସିଆଲ୍ ମିଡିଆରେ ସେୟାର କରୁଥିବାବେଳେ କେତେକ ଷ୍ଟାର ଦୈନନ୍ଦିନ ଗତିବିଧିକୁ ମଧ୍ୟ ଫ୍ୟାନଙ୍କ ସହ ସେୟାର କରୁଛନ୍ତି। ନିକଟରେ ତମନ୍ନା ଭାଟିଆ ମଧ୍ୟ କିଛି ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ପରଟା ଖାଉଥିବା ନଜର ଆସିଛନ୍ତି। ସେ ଏହି ଫଟୋର କ୍ୟାପସନ​ରେ ଲେଖିଛନ୍ତି- ମାଆଙ୍କ ହାତର ପରଟା ବହୁତ ଖୁସି ଦେଇଥାଏ।

ତମନ୍ନା କେବଳ ଜଙ୍କ୍ ଫୁଡର ମଜା ଉଠାଉ ନାହାନ୍ତି ବରଂ ସେ ନିଜର ଫିଟନେସକୁ ନେଇ ମଧ୍ୟ ବହୁତ ଗମ୍ଭୀର ଅଛନ୍ତି। ସେ ଲକଡାଉନ୍ ଯୋଗୁଁ ହୋମ୍ ଓ୍ବାର୍କଆଉଟ୍ ଉପରେ ଫୋକସ୍ କରୁଛନ୍ତି। ତମନ୍ନାଙ୍କ ବ୍ୟତୀତ କରୀନା କପୁର ଖାନ୍,କଙ୍ଗନା ରଣୌତ,କାଟ୍ରିନା କୈଫ ଭଳି ବଲିଉଡ ସେଲିବ୍ରିଟି ମଧ୍ୟ ଘରେ ଏକ୍ସରସାଇଜ କରି ଫିଟ୍ ରହିବାର ଉପାୟ ଖୋଜି ନେଇଛନ୍ତି। କାଟ୍ରିନା ନିଜ ଘରର ଛାତରେ ଏକ୍ସରସାଇଜ କରୁଥିବାବେଳେ ଅଧିକାଂଶ ସେଲିବ୍ରିଟି ହୋମ୍ ଓ୍ବାର୍କଆଉଟ୍,ମେଡିଟେସନ ଏବଂ ଯୋଗ ସହାୟତାରେ ନିଜକୁ ମାନସିକ ଏବଂ ଶାରିରୀକ ଭାବେ ଫିଟ୍ ରଖିବାକୁ ଉଦ୍ୟମ କରୁଛନ୍ତି।

ଓ୍ବାର୍କଫ୍ରଣ୍ଟ୍ କଥା କହିବା ଯଦି ତମନ୍ନା କିଛି ଦିନ ତଳେ ନିଜ ଫିଲ୍ମ ବାହୁବଲି ୨ର ୩ବର୍ଷ ସେଲିବ୍ରେଟ୍ କରିଥିଲେ। ସେ କିଛି ଦିନ ତଳେ ମହେଶ ବାବୁଙ୍କ ଫିଲ୍ମରେ କେମିଓ ଭାବେ ଆସିଥିଲେ। ତମନ୍ନାଙ୍କ ପାଖରେ ଏହା ବ୍ୟତୀତ ଅନେକ ପ୍ରୋଜେକ୍ଟସ୍ ରହିଛି କିନ୍ତୁ କରୋନା ଭାଇରସ୍ ଯୋଗୁଁ ଇଣ୍ଡଷ୍ଟ୍ରି ଠପ୍ ପଡ଼ିଛି। ତମନ୍ନା ମଧ୍ୟ ଳକଡାୁନ୍ ଖୋଲିବାର ଅପେକ୍ଷା କରିଛନ୍ତି।

   Related Posts