‘ବାହୁବଳୀ’ ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ, ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି !

Published By : Prameya-News7 Bureau | October 04, 2020 IST

ମୁମ୍ବାଇ ୦୪।୧୦: କରୋନା ଭାଇରସ୍‌ର ପ୍ରକୋପ ଥମିବାର ନାଁ ନେଉନାହିଁ। ଗୋଟିଏ ପଟେ ଅନଲକ୍‌ ପର୍ଯ୍ୟାୟରେ ପ୍ରତି ଇଣ୍ଡଷ୍ଟ୍ରୀରେ କାମ ଆରମ୍ଭ  ହୋଇ ଗଲାଣି। ଲୋକେ କାମ ପାଇଁ ଘରୁ ବାହାରିଲେଣି। ଏହି ସମୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ବଲିଉଡର ଅନେକ ତାରକା କରୋନା ସଂକ୍ରମିତ ହେବାର ଖବର ଆସିଛି। ସେମାନଙ୍କ ମଧ୍ୟରୁ ଅନେକ ଠିକ୍ ମଧ୍ୟ ହୋଇଗଲେଣି। ଏହି କ୍ରମରେ ବାହୁବଳୀ ଫିଲ୍ମର ଅଭିନେତ୍ରୀ ତମନ୍ନା ଭାଟିଆ କରୋନା ଆକ୍ରାନ୍ତ ହୋଇଛନ୍ତି। କୁହାଯାଉଛି ଯେ ତାଙ୍କୁ ଗମ୍ଭୀର ଅବସ୍ଥାରେ ହାଇଦ୍ରାବାଦ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତମନ୍ନା ଭାଟ୍ଟିଆ ଗତ କିଛି ଦିନ ହେବ ହାଇଦ୍ରାବାଦରେ ଅଛନ୍ତି। ସେ ନିଜର ଆଗାମୀ ଓ୍ଵେବ୍‌ସିରିଜ୍‌ର ସୁଟିଂରେ ବ୍ୟସ୍ତ ଅଛନ୍ତି। ଇଟି ଟାଇମ୍ସର ରିପୋର୍ଟ ଅନୁଯାୟୀ ସୁଟିଂ ସମୟରେ ତମନ୍ନାଙ୍କଠାରେ କରୋନାର ଲକ୍ଷଣ ଦେଖିବାକୁ ମିଳିଥିଲା। ଏହା ପରେ ପରୀକ୍ଷଣ କରିବାରୁ ରିପୋର୍ଟ ପଜିଟିଭ୍ ଆସିଛି। ଏହା ପରେ ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତମନ୍ନାଙ୍କ ପ୍ରଶଂସକ ଏବଂ ଶୁଭଚିନ୍ତକ ତାଙ୍କର ଶୀଘ୍ର ସୁସ୍ଥତା କାମନା କରିଛନ୍ତି। ହେଲେ ତମନ୍ନା ନିଜର ସୋସିଆଲ ଆକାଉଣ୍ଟରେ ଏହି ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ଗତ ଅଗଷ୍ଟ ମାସରେ ତାଙ୍କର ବାପା-ମାଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା ବୋଲି ତମନ୍ନା କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.