‘କରୋନା ଲକଡାଉନ୍ ଆମକୁ ଦେଇଛି ଅନେକ ଶିକ୍ଷା’ – ତମନ୍ନା ଭାଟିଆ
23/04/2020 at 5:34 PM

ମୁମ୍ବାଇ ୨୩/୪: କରୋନା ଭାଇରସ୍ ଯୋଗୁଁ ଦେଶରେ ଚାଲୁଥିବା ଲକଡାଉନ୍ କାରଣରୁ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ବନ୍ଦୀ ଅଛନ୍ତି। ସାଧାରଣ ବ୍ୟକ୍ତିଠୁ ଆରମ୍ଭ କରି ସେଲିବ୍ରିଟି,ପ୍ରତ୍ୟେକ ବ୍ୟକ୍ତି ରୋଗରୁ ବର୍ତ୍ତିବା ପାଇଁ ନିଜ ଘରେ ବନ୍ଦ ଅଛନ୍ତି। ଯାହା ଉପରେ ଏବେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ମଧ୍ୟ ପ୍ରତିକ୍ରିୟା ସାମନାକୁ ଆସିଛି। ତମନ୍ନା ଭାଟିଆଙ୍କ କହିବା ଅନୁସାରେ,ଏହା ସମସ୍ତ ମନୁଷ୍ୟଙ୍କ କର୍ମର ଫଳ ଏବଂ ପୃଥିବୀ ଏବେ ମନୁଷ୍ୟଙ୍କୁ ମଜା ଚଖାଉଛି। କରୋନା ଭାଇରସ୍ ଯୋଗୁଁ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ କାରଣରୁ ଏଭଳି ଭାବେ ମନୁଷ୍ୟ ନିଜ ଘରେ ବନ୍ଦୀ ଅଛନ୍ତି। ଏହା କେଉଁଠି ନା କେଉଁଠି ମଣିଷଙ୍କୁ ଏକ ଶିକ୍ଷା।

ଅଭିନେତ୍ରୀ ତମନ୍ନା ଭାଟିଆ କହିଛନ୍ତି ଯେ,‘ ଆଜି ମନୁଷ୍ୟ ସେହିପରି ନିଜ ଘରେ ବନ୍ଦୀ ହୋଇ ରହିଛି,ଯେପରି ପଞ୍ଜୁରୀରେ ପଶୁମାନେ ରୁହନ୍ତି। ପୃଥିବୀ ଆମକୁ ଏହା ଉପରେ ଭାବିବାକୁ ସୁଯୋଗ ଦେଇଛି। ଏହା ସହିତ ତମନ୍ନା ଭାଟିଆ ଲକଡାଉନକୁ ମଧ୍ୟ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ଯେ ‘ଏବେ ଲକଡାଉନର ଆବଶ୍ୟକତା ରହିଛି। ଯଦି ଆମେ ସୋସିଆଲ ଡିସଟ୍ୟାନସିଂର ନିୟମକୁ ପାଳନ ନ କରିବା ତେବେ କରୋନା ମାମଲା ଅନେକ ଗୁଣା ବଢ଼ିଯିବ ଯାହା ଫଳରେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିବ’।

ସେ ଆହୁରି ମଧ୍ୟ କହିଛନ୍ତି ଯେ,‘ ଏହି ମହାମାରୀ ଏବେ ସୁଦ୍ଧା ଅନେକ ନିର୍ଦୋଷ ଲୋକଙ୍କ ଜୀବନ ନେଇ ସାରିଛି ଏବଂ କେବଳ ଏତିକି ନୁହେଁ ଅର୍ଥବ୍ୟବସ୍ଥା,ବିଶେଷ ଭାବେ ଛୋଟ ବ୍ୟବସାୟକୁ ମଧ୍ୟ ଗଭୀର କ୍ଷତି ପହଞ୍ଚାଇଛି। ହୋଇପାରେ ଯେ ପୃଥିବୀ ଆମକୁ ସେହି ସବୁ କ୍ଷତି ପାଇଁ ମଜା ଚଖାଉଛି ଯାହା ଆମେ ପ୍ରକୃତି ଏବଂ ପଶୁଙ୍କୁ ପହଞ୍ଚାଇଛୁ । ଆଜି ଆମେ ପଞ୍ଜୁରୀରେ ବନ୍ଦ ପଶୁ ଭଳି ବନ୍ଦୀ ହୋଇଯାଇଛୁ’।
