Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ଫେଲ୍ ମାରିଲା ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ନିକଟରୁ ୩୧ ରନରେ ହାରିଲା ଭାରତ
  • ||
  • ରାଜ୍ୟରେ ଏବେ ତୃତୀୟ ଲହର ଚାଲିଛି, ତଥାପି ଭୟଭୀତ ହେବାର ଆବଶ୍ୟକତା ନାହିଁ: ମୁଖ୍ୟ ସଚିବ
  • ||
  • ପୁରୀ: ପୋଲିସ କବଜାରେ ୩ ଧଳାଜହର ବେପାରୀ, ୧୭୨ ବ୍ରାଉନ ସୁଗାର ଜବତ
  • ||
  • କ୍ୟାପଟେନ୍ ପଦ ଛାଡିବା ପରେ କୋହଲିଙ୍କ ଟେଷ୍ଟ ରାଙ୍କିଙ୍ଗ୍ରେ ସୁଧାର, ଟପ୍-୧୦କୁ ଫେରିଲେ ବୁମରା
  • ||
  • କଳାହାଣ୍ଡି; ଗୋଲାମୁଣ୍ଡା ଗାଁ ପୋଖରୀରେ ବୁଡି ଜାଆଁଳା ଭାଇ ମୃତ
  • ||
  • ବିଜେପିରେ ମିଶି ପାରନ୍ତି କଂଗ୍ରେସର ପୋଷ୍ଟର ଗର୍ଲ ପ୍ରିୟଙ୍କା ମୌର୍ଯ୍ୟ, କହିଲେ- ପାର୍ଟି ମୋର ଫାଇଦା ଉଠାଇଲା
  • ||
  • ଭାରତର ଷ୍ଟାର ଟେନିସ୍ ଖେଳାଳି ସାନିଆ ମିର୍ଜାଙ୍କ ଅବସର ଘୋଷଣା, ୨୦୨୨ ହେବ ଶେଷ ସିଜିନ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||

ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହି ୨ ଅଭିନେତା ହେଲେ ସବୁଠୁ ହ୍ୟାଣ୍ଡସମ୍ବୋଲି କହିଲେ ତମନ୍ନା ଭାଟିୟା

6/09/2019 at 1:58 PM

ମୁମ୍ବାଇ୬|୯: ଅଭିନେତ୍ରୀ ତମନ୍ନା ଭାଟିୟା ବଲିଉଡ ଫିଲ୍ମ ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଅଭିନୟ କରନ୍ତି। ବଲିଉଡ ଅପେକ୍ଷା ସେ ସାଉଥ ଇଣ୍ଡଷ୍ଟ୍ରିରେ ଅଧିକ ପ୍ରତିଷ୍ଠା ଓ ଲୋକପ୍ରିୟତା ହାସଲ କରିଛନ୍ତି। ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ତମନ୍ନା। ତମନ୍ନା ନିଜ ଫିଗର ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି।

ତମନ୍ନା ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ନାମି ଦାମୀ ଅଭିନେତ୍ରୀ। ୨୦୨୯ ମସିହା ଆରମ୍ଭରୁ ସେ ୫-୬ଟି ଫିଲ୍ମ କରିସାରିଲେଣି। ଏହା ସହ ଆହୁରୀ ୫ଟି ପ୍ରୋଯେକ୍ଟ ସାଇନ୍‌ କରିଛନ୍ତି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ବହୁତ ଅଧିକ ଡିମାଣ୍ଡ ରହିଛି। ତମନ୍ନା ବଲିଉଡ ଫିଲ୍ମ ବୋଲେ ଚୁଡିୟାଁରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ତମନ୍ନାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ନୱାଜ୍‌ଉଦ୍ଦିନ ସିଦିକ୍କି ଅଭିନୟ କରିବେ।

ନିକଟରେ ଏକ ସାକ୍ଷାତକାରରେ ତମନ୍ନାଙ୍କୁ ପଚାରାଯାଇଥିଲା ଯେ, ସେ କେଉଁ ଅଭିନେତାଙ୍କ ସହ ଅଧିକ କାମ କରିବାକୁ ପସନ୍ଦ କରନ୍ତି। ଏହି ପ୍ରଶ୍ନର ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତମନ୍ନା କହିଛନ୍ତି ଯେ, ସେମିତି ଦେଖିବାକୁ ଗଲେ ସେ ବହୁତ ବଡ ବଡ ଷ୍ଟାରଙ୍କ ସହ ଅଭିନୟ କରିଛନ୍ତି। ହେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଟଲିଉଡ ଅଭିନେତା ମହେଶ ବାବୁଙ୍କ ସହ କାମ କରିବା ସେ ନିଜର ଏକ ସୌଭାଗ୍ୟ ବୋଲି ମାନନ୍ତି। ତମନ୍ନା ଉଭୟ ଅଭିନେତାଙ୍କ ସହ କାମ କରିସାରିଛନ୍ତି। ଏହା ବ୍ୟତୀତ ତମନ୍ନା ଉଭୟ ଅଭିନେତାଙ୍କୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ହ୍ୟାଣ୍ଡସମ୍‌ ଅଭିନେତା ବୋଲି କହିଛନ୍ତି।

 

   Related Posts