Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ

22/10/2021 at 4:13 PM

ଭୁବନେଶ୍ବର ୨୨।୧୦: ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନ । ବଦଳିଲେ ତମାଣ୍ଡୋ ଥାନା ଅଧିକାରୀ ପି.କେ. ପଟ୍ଟନାୟକ । କମିଶନରେଟ୍ ପୋଲିସ କାର୍ଯ୍ୟାଳୟକୁ ପି.କେ. ପଟ୍ଟନାୟକଙ୍କୁ ପଠାଇ ଦିଆଯାଇଛି । ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ଶୁଭ୍ରାଂଶୁ ଜେନା ତମାଣ୍ଡୋ ଥାନାର ଦାୟିତ୍ବ ତୁଲାଇବେ । ଶୁଭ୍ରାଂଶୁଙ୍କୁ ଦାୟିତ୍ବ ପ୍ରଦାନ କରିବା ପାଇଁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ମନୀଷ ମୃତ୍ୟୁ ମାମଲାରେ ସାଉଥ୍ ସିଟି ବାର୍ ଉପରେ ଚଢାଉ କରାଯାଇଛି । ବାର୍ ଭିତରୁ ବିପୁଳ ପରିମାଣର ମଦ ଜବତ କରାଯାଇଛି ।  ବାର୍ ର ଲାଇସେନ୍ସ ୨୦୨୧ ମସିହା ମାର୍ଚ୍ଚ ୩୦ ତାରିଖରୁ ଶେଷ ହୋଇଯାଇଥିଲା ।  ବିନା ଲାଇସେନ୍ସରେ ବାରଟି ଚୋରାରେ ଚାଲିଥିଲା ।  ତେବେ ବାର୍ କୁ ପଚିଚାଳନା କରୁଥିବା ପ୍ରସନ୍ନ ବେହେରା ଓ ପ୍ରଦ୍ୟୁମ୍ନ ଜେନାଙ୍କୁ ପୋଲିସ ଅଟକ ରଖିଛି ।  ଏନେଇ ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ନିଲମ୍ବିତ ହୋଇଛନ୍ତି କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ବର କମିଶନରେଟ୍ ହାବିଲଦାର ଓ କନେଷ୍ଟବଳ ସଂଘର ସଭାପତି ହେଉଛନ୍ତି ପ୍ରସନ୍ନ । ମନୀଷ ମୃତ୍ୟୁ ମାମଲାର ତଦନ୍ତ ଆଧାରରେ ଡିସିପି ନିଲମ୍ବିତ କରିଛନ୍ତି । ବିଳମ୍ବିତ ରାତି ଯାଏଁ ଓ କର୍ଫ୍ୟୁ ନିୟମ ଉଲଘଂନ କରି ବାର୍ ଓ ଡ୍ୟାନ୍ସ ବାର୍ ଚାଲିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅନିର୍ଦ୍ଧିଷ୍ଟ କାଳ ଯାଏଁ ସେ ନିଲମ୍ବିତ ହୋଇଛନ୍ତି ।

ମନୀଷ ଅନୁରାଗଙ୍କ ହତ୍ୟାର ୩ ଅଭିଯୁକ୍ତଙ୍କ ୪ ଦିନର ରିମାଣ୍ଡ ଅବଧି ଗୁରୁବାରଠୁ ସରିଛି । କିନ୍ତୁ ରିମାଣ୍ଡରେ ଅଭିଯୁକ୍ତମାନେ ସେହି କାଳ ରାତିର କିଛି ଘଟଣାରେ ନିଜ ସ୍ବୀକାରୋକ୍ତି ରଖିଥିଲେ । କିନ୍ତୁ ହୋଟେଲରୁ ବାହାରିବା ପରେ ଅନେକ ସତକୁ ଏଡ଼ାଇ ଯାଇଛନ୍ତି । ପୋଲିସର ପ୍ରଶ୍ନ ବାଣ ସାମ୍ନାରେ ଗୋଟିଏ ଉତ୍ତର ରଖିଛନ୍ତି, ଆମେ ନିଶାରେ ଚୁର୍‌ ଥିଲୁ… କିଛି ମନେ ପଡୁନି…

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଅଭିଯୁକ୍ତମାନଙ୍କୁ ୩ ଦିନ ଧରି ଜେରା କରାଯାଇଥିଲା । ସେମାନେ କିଛି ପ୍ରଶ୍ନର ସଠିକ୍ ତଥ୍ୟ ଦେଇଥିଲେ । ମନୀଷଙ୍କ ସହ କେମିତି ମିଶିଲେ? କେବେଠୁ ବନ୍ଧୁତାର ଆରମ୍ଭ ? ସେ ଦିନ କେତେବେଳେ ପରସ୍ପରକୁ ଭେଟିଥିଲେ ? ଘଟଣା ଦିନ ପ୍ରଥମେ କେଉଁ ବାର୍‌କୁ ଯାଇଥିଲେ ? ଏନେଇ ସବିଶେଷ ବିବରଣୀ ଆମ ସାମ୍ନାରେ ରଖିଥିଲେ । ଏମିତିକି ସାଉଥ୍‌ ସିଟି ହୋଟେଲରେ ହୋଇଥିବା ଝଗଡ଼ାକୁ ମଧ୍ୟ ମାନିଥିଲେ । ଯେହେତୁ ଏସବୁ ଘଟଣାବଳୀର ସିସି କ୍ୟାମେରା ଫୁଟେଜ୍‌ ରହିଛି । ହୋଟେଲ କର୍ମଚାରୀଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତମାନେ ସଠିକ୍‌ ତଥ୍ୟ ଦେଇଛନ୍ତି । କିନ୍ତୁ ହୋଟେଲରୁ ବାହାରିବା ପରେ କେଉଁ ଆଡ଼େ ଗଲେ ? ପାତ୍ରପଡ଼ା ନମ୍ରକର୍ଣ୍ଣି ପୋଖରୀ କୂଳରେ କେତେବେଳେ ପହଞ୍ଚିଲେ ? ପୋଖରୀ କୂଳ ପଡି଼ଆରେ କ’ଣ ଘଟିଲା ? ସେଠି ଠେଲାପେଲା କି ଧସ୍ତାଧସ୍ତି ହୋଇଥିଲା କି ନାହିଁ ? ଏନେଇ କିଛି ସ୍ପଷ୍ଟ ତଥ୍ୟ ଦେଇନାହାନ୍ତି ବୋଲି ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି ।

ସେପଟେ ମୃତ୍ୟୁଞ୍ଜୟ ମିଶ୍ର, ଅମ୍ରିତ ପ୍ରୀତମ ବିଶ୍ବାଳ ଓ ଦୀନେଶ ମହାପାତ୍ରଙ୍କୁ  ଗୁରୁବାର ଜୁଡିସିଆଲ ମାଜିଷ୍ଟ୍ରେଟ୍‌ ଙ୍କ କୋର୍ଟରେ ହାଜର କରାଯାଇଥିଲା । ସେଠୁ ଅଭିଯୁକ୍ତମାନଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

   Related Posts