Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ତାଲିମ୍ ବେଳେ ଚାଲିଗଲା ପ୍ରାଣ: ୫ ଘଣ୍ଟା ପରେ ଉଦ୍ଧାର ହେଲା ଯବାନଙ୍କ ମୃତଦେହ

12/08/2020 at 5:12 PM

ବୌଦ୍ଧ୧୨/୮: ବୌଦ୍ଧ ମହାନଦୀରେ ଆଇଆରବି ଯବାନଙ୍କ ତାଲିମ ଚାଲିଥିବାବେଳେ ଜଣେ ଯବାନ ନିଖୋଜ ଅଛନ୍ତି। ମିଳିଥବା ସୂଚନା ମୁତାବକ ବୌଦ୍ଧ ପଞ୍ଚମ ଆଇଆରବି ବାଟାଲିୟନ ର ଯବାନମାନଙ୍କୁ ବୌଦ୍ଧ ମହାନଦୀର ଅପରପାର୍ଶ୍ୱରେ କିଆକଟା ପଞ୍ଚାୟତର ବାଙ୍କପାଲ ଘାଟଠାରେ ଓଡ୍ରାଫ ତାଲିମ ଦିଆଯାଉଥିବାବେଳେ ଏଭଳି ଘଟଣା ଘଟିଥିଲା।

ବୌଦ୍ଧ ଅଗ୍ନିଶମ ବିଭାଗ,ଆଇଆରବି ଯବାନମାନେ ମୋଟରବୋଟ ସାହାଯ୍ୟରେ ଓ ସ୍ଥାନୀୟ କିଛି ମାଛମରା ଡଙ୍ଗା ସାହାଯ୍ୟରେ ମହାନଦୀରେ ଦୀର୍ଘ ୫ ଘଣ୍ଟା କାଳ ଖୋଜାଖୋଜି କରିବାପରେ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଯବାନଙ୍କ ନାମ ପ୍ରଦ୍ୟୁମ୍ନ କୁମାର ପଣ୍ଡା (୩୦) ଓ ତାଙ୍କ ଘର କନ୍ଧମାଳ ଜିଲ୍ଲାରେ ବୋଲି ଜଣାପଡିଛି। ଏହି ଘଟଣା ଆଇଆରବିର ଯବାନ ଓ ଅଧିକାରୀମାନଙ୍କ ମଧ୍ୟରେ ଶୋକର ବାତାବରଣ ସୃଷ୍ଟି କରିଛି। ବର୍ଷାଦିନରେ ମହାନଦୀରେ ଜଳସ୍ତର ଅଧିକ ସହିତ ସ୍ରୋତ ପ୍ରଖର ଥିବାବେଳେ ତାଲିମ ପାଇଁ କିଏ ଅନୁମତି ପ୍ରଦାନ କଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଆକଟା ପୋଲିସ ପକ୍ଷରୁ ଶବକୁ ଜବତ କରାଯିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।

   Related Posts