ପାକିସ୍ତାନ ମସ୍‌ଜିଦ୍‌ ଉପରେ ଉଡ଼ିଲା ତାଲିବାନ ପତାକା, ନ ଓହ୍ଲାଇବା ପାଇଁ ପୋଲିିସ୍‌କୁ ଧମକ, ଭିଡିଓ ଭାଇରାଲ୍‌

Published By : Prameya-News7 Bureau | September 19, 2021 IST

କରାଚି, ୧୯/୦୯: ‘ଯେମିତି କରିବ ସେମିତି ପାଇବ’ ଉକ୍ତିଟି ଏବେ ପାକିସ୍ତାନ ପାଇଁ ଯଥାର୍ଥ ପାଲଟିଛି । ଯେଉଁ ତାଲିବାନ ଭଳି ନିଆଁକୁ ପାକିସ୍ତାନ ଅଣ୍ଟିରେ ପୁରାଉଥିଲା ସେହି ତାଲିବାନ ରୂପକ ନିଆଁ ଏବେ ଅଣ୍ଟି ପୋଡ଼ିବାକୁ ଆରମ୍ଭ କଲାଣି । ଇସ୍‌ଲାମାବାଦର ଲାଲ୍‌ ମସ୍‌ଜିଦ୍‌ ଉପରେ ଉଡ଼ୁଥିବା ତାଲିବାନୀଙ୍କ ପତାକା ଏବେ ଇମ୍ରାନ ସରକାରଙ୍କ ହୋଶ୍‌ ଉଡ଼ାଇ ଦେଇଛି ।

ଇସ୍‌ଲାମିକ୍‌ କଠୋରତାର ଗଡ଼ କୁହାଯାଉଥିବା ଲାଲ୍‌ ମସିଜିଦ୍‌ର କଠୋରପନ୍ଥୀ ମୌଲନା ଅବ୍‌ଦୁଲ୍‌ ଅଜିଜ ମହାଳା ମାଡ୍ରାସା ଜାମିଆ ହାଫସା ଉପରେ ଉଡ଼ୁଥିବା ତାଲିବାନୀ ପତାକାକୁ ସୁରକ୍ଷା ଦେଇଥିଲେ । ଖାଲି ଏତିକି ନୁହେଁ ପୋଲିସ୍‌କୁ ମଧ୍ୟ ସେ ଧମକ ଦେଇଥିଲେ । ଏହାର ଏକ ଭିଡଓ ଏବେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ମୌଲନା ପାକିସ୍ତାନ ତାଲିବାନ ନାମରେ ପୋଲିସ୍‌ଙ୍କୁ ଧମକାଉଥିବା ଦେଖିବାକୁ ମିଳିଛି ।

wp:html /wp:html

ଭାଇରାଲ୍‌ ଭିଡିଓରେ ମୌଲାନା ପତାକା ଓହ୍ଲାଇବା ପାଇଁ ପହଞ୍ଚିଥିବା ପୋଲିସଙ୍କୁ ଧମକାଇ କହୁଛନ୍ତି ଯେ, ଏପରି କରିବା ଦ୍ୱାରା ପାକିସ୍ତାନ ତାଲିବାନୀ ସେମାନଙ୍କୁ କେବେ ବି କ୍ଷମା କରିବ ନାହିଁ । ଯଦି ଏସବୁ କରିବାର ଅଛି ତେବେ ପୋଲିସ୍‌ ଚାକିରୀ କରିବାରେ କୌଣସି ଫାଇଦା ନାହିଁ । ପୋଲିସ୍‌ ଚାକିରୀ ଛାଡ଼ିଦିଅ, ଆଲ୍ଲା ତମକୁ ଭଲ ଚାକିରୀ ଦେବେ । କିଛି ଫୁଟେଜ୍‌ରେ ମୌଲନା ହାତରେ ରାଇଫଲ୍‌ ଧରି ବାହାରେ ବସିଥିବା ନଜର ଆସୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.