Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ବିବାହ ସମାରୋହରେ ଗୀତ ବାଜିବାରୁ ମିଳିଲା ଦଣ୍ଡ: ୧୩ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ତାଲିବାନୀ

31/10/2021 at 6:43 PM

ନୂଆଦିଲ୍ଲୀ ୩୧/୧୦ : ଆଫଗାନିସ୍ତାନରେ କବଜା କରିବା ପରେ ତାଲିବାନର ବର୍ବରତା କମ ହୋଇନାହିଁ। ନିକଟରେ ଏକ ହୃଦୟବିଦାରକ ମାମଲା ସାମ୍ନାକୁ ଆସିଛି। ଏକ ବାହାଘର ସମାରୋହରେ ମ୍ୟୁଜିକ ବଜାଇବାକୁ ନେଇ ତାଲିବାନୀ ଆତଙ୍କୀ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ମାମଲା ଆଫଗାନିସ୍ତାନର ନେଙ୍ଗରହାର ପ୍ରାନ୍ତର। ଏନେଇ ଆଫଗାନିସ୍ତାନର ପୂର୍ବ ରାଷ୍ଟ୍ରପତି ଅମଋଲ୍ଲାହ ସାଲେହ ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଇଛନ୍ତି।

ଅମଋଲ୍ଲାହ ସାଲେହ ଟ୍ୱିଟରରେ ଲେଖିଛନ୍ତି, ‘ତାଲିବାନୀ ଆତଙ୍କୀ ନେଙ୍ଗରହାରରେ ଏକ ବିବାହ ସମାରୋହରେ ମ୍ୟୁଜିକ ବଜାଇବାରୁ ୧୩ ଜଣଙ୍କୁ ହତ୍ୟା କରିଛନ୍ତି। ଆମେ ନିନ୍ଦା କରି କ୍ରୋଧ ବ୍ୟକ୍ତ କରିପାରିବୁ ନାହିଁ। ୨୫ ବର୍ଷ ଯାଏଁ ପାକିସ୍ତାନ ସେମାନଙ୍କୁ ଆଫଗାନ ସଂସ୍କୃତି ଶେଷ କରିବାକୁ ଓ ଆମ ଦେଶକୁ କବଜା କରିବାକୁ ଆଇଏସଆଇର କଟ୍ଟର ଶାସନ ସ୍ଥାପନ କରିବାକୁ ଟ୍ରେନିଂ ଦେଇଛି। ସେମାନେ ଏବେ ନିଜ କାମ କରୁଛନ୍ତି। ତାଲିବାନର ବର୍ବର ଶାସନ ଅଧିକ ଦିନ ଚାଲିବନି। ଦୁର୍ଭାଗ୍ୟବଶତଃ ଏହି କ୍ଷମତା ଶାସନର ଶେଷ ଯାଏଁ ଆଫଗାନିସ୍ତାନ ଜନତାଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।’

https://twitter.com/AmrullahSaleh2?ref_src=twsrc%5Egoogle%7Ctwcamp%5Eserp%7Ctwgr%5Eauthor

୧୯୯୬ ରୁ ୨୦୦୧ ମଧ୍ୟରେ ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା ସେତେବେଳେ ସେମାନେ ସଂଗୀତ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କିନ୍ତୁ ନୂଆ ସରକାର ଏହିଭଳି କୌଣସି ଆଦେଶ ଜାରି କରିନାହାନ୍ତି।

   Related Posts