Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

୧୦୦ ବର୍ଷ ଲାଗିଲେବି ଆଫଗାନ ସରକାରଙ୍କ ଆତ୍ମସମର୍ପଣ କରାଇପାରିବନି ତାଲିବାନ : ଆଶ୍ରଫ ଗନି

8/07/2021 at 3:08 PM

କାବୁଲ : ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଓ ଦେଶରେ ତାଲିବାନ ଦ୍ୱାରା ବଢିଚାଲିଥିବା ହିଂସା ମଧ୍ୟରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଗନି କ୍ୟାବିନେଟ୍‌ ବୈଠକ କରିଛନ୍ତି। ଦେଶରେ ଜାରି ପରିସ୍ଥିତି ଲାଗି ରାଷ୍ଟ୍ରପତି ତାଲିବାନକୁ ଦାୟି କରିଥିବା ବେଳେ ସେମାନେ ୧୦୦ ବର୍ଷ ଏପରି ସଂଘର୍ଷ କଲେ ବି ଆଫଗାନ ସରକାରଙ୍କୁ ଆତ୍ମସମର୍ପଣ କରାଇପାରିବେନି ବୋଲି କହିଛନ୍ତି। ଆମେ ଏବେ ଆମ କ୍ଷେତ୍ରର ରକ୍ଷା ଲାଗି ସମ୍ପୂର୍ଣ୍ଣ ସମର୍ଥ ବୋଲି ଗନି କହିଛନ୍ତି।

ରାଷ୍ଟ୍ରପତିଙ୍କ କ୍ୟାବିନେଟ୍‌ ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା ହମଦୁଲ୍ଲା ମୁହିବ ମଧ୍ୟ ଉପସ୍ଥିତ ଥିଲେ। ଦେଶରେ ତାଲିବାନ ନିଜର କ୍ଷେତ୍ର ବିସ୍ତାର କରିବାର ଅର୍ଥ ନୁହେଁ ଆଫଗାନ ସେମାନଙ୍କୁ ସ୍ୱାଗତ କରିବାକୁ ଚାହିଁ ବସିଛି। ଆଫଗାନ ନାଗରିକ ନିଜନିଜ କ୍ଷେତ୍ରର ସୁରକ୍ଷା ଲାଗି ଅଣ୍ଟାଭିଡି ସାରିଲେଣି। ଏଣୁ ତାଲିବାନର ଇଛା ପୁଣି ଥରେ ଆଫଗାନିସ୍ତାନ ପୁରା ହେବାକୁ ଦେବ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି। ଦେଶର ସୁରକ୍ଷା ଲାଗି ଯଥାଶୀଘ୍ର ଆଫଗାନ ଜାତୀୟ ସୁରକ୍ଷା ଓ ରକ୍ଷାବଳଙ୍କୁ ବ୍ଲାକ୍‌ ହକ୍‌ ହେଲିକପ୍ଟର ଯୋଗାଇ ଦିଆଯିବ ବୋଲି ମୁହିବ କହିଛନ୍ତି।

ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଦେଶର ବିଭିନ୍ନ ସ୍ଥାନରେ ୨ଶହରୁ ଅଧିକ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସାରା ଦେଶରେ ଆଫଗାନ ସୁରକ୍ଷା ବଳ ତାଲିବାନ ବିରୋଧରେ ଅପରେସନ ଜାରି ରଖିଛନ୍ତି। ତେବେ ତାଲିବାନ ଇତିମଧ୍ୟରେ ଆଉ ୬ଟି ଜିଲ୍ଲାକୁ ନିଜ ନିୟନ୍ତ୍ରଣାଧିନ କରିଥିବା ତାଲିବାନ ଦାବି କରିଛି।

   Related Posts