ତୁର୍କୀକୁ ତାଲିବାନଙ୍କ ଝଟକା, NATO ସଦସ୍ୟ ହୋଇଥିବାରୁ ତୁରନ୍ତ ଆଫଗାନିସ୍ତାନ ଖାଲି କରିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | July 13, 2021 IST

ଅଙ୍କାରା :  ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ମଧ୍ୟରେ ଆତଙ୍କବାଦ ସଙ୍ଗଠନ ତାଲିବାନ ଉତ୍ତର ଆଟଲାଣ୍ଟିକ ଚୁକ୍ତି ସଙ୍ଗଠନ (ନାଟୋ) ଅନ୍ତର୍ଗତ ଦେଶ ତୁର୍କିକୁ କଡ଼ା ଚେତାବନୀ ଦେଇଛି। ଆମେରିକା ସୈନ୍ୟଙ୍କ ପ୍ରତ୍ୟାହାର ସହ ନୋଟା ସଦସ୍ୟ ହୋଇଥିବାରୁ ତୁର୍କି ମଧ୍ୟ ନିଜର ସେନା ଫେରାଇ ନେଉ ବୋଲି ତାଲିବାନ ଧମକ ଦେଇଛି। କାବୁଲ ମୁଖ୍ୟ ବିମାନ ବନ୍ଦର ସଞ୍ଚାଳନ ଦାୟିତ୍ୱ ନେବାକୁ  ତୁର୍କ ଯୋଜନା କରିଥିଲା। ତେବେ ଏପରି ଭୁଲ ନିଷ୍ପତ୍ତି ନ ନେବାକୁ ତାଲିବାନ  ତୁର୍କକୁ ଚେତାଇ ଦେଇଛନ୍ତି।

{"id":480203,"width":839,"height":490,"sizeSlug":"large","linkDestination":"none"}

ଆଫଗାନିସ୍ତାନରୁ ବିଦେଶୀ ସେନା ଫେରିଯିବା ପରେ କିଛି ଅଳ୍ପ ସଂଖ୍ୟକ ସୈନିକଙ୍କୁ ରଖି କାବୁଲ ବିମାନ ବନ୍ଦର ସଞ୍ଚାଳନ ସହ ଏହାର ସୁରକ୍ଷା ଦାୟିତ୍ୱ ନେବାକୁ ଆମେରିକା ସହ ଅଙ୍କାରା ଆଲୋଚନା ଚଳାଇଛି। ଏଥିରେ ଆର୍ଥିକ, କୂଟନୈତିକ ଓ ଅନ୍ୟ ଲଜିଷ୍ଟିକ ସହାୟତା ସମ୍ପର୍କରେ ମଧ୍ୟ ତୁର୍କି ଆଲୋଚନା କରୁଛି। ଯୁଦ୍ଧବିଧ୍ୱଂସ୍ତ ଆଫଗାନିସ୍ତାନରେ କୁଟନୈତିକ ମିସନ ସଂରକ୍ଷଣ ଲାଗି କାବୁଲ ବିମାନବନ୍ଦରର ସଞ୍ଚାଳନ ଅତ୍ୟନ୍ତ ଜରୁରି ବୋଲି ତୁର୍କି ତର୍କ ରଖିଛି। 

{"id":480204,"width":838,"height":503,"sizeSlug":"large","linkDestination":"none"}

ତେବେ ତୁର୍କିର ଏହି ଯୋଜନା ଜଣାପଡିବା ପରେ ତାଲିବାନ ମଙ୍ଗଳବାର ଏକ ବୟାନ ଜାରି କରିଛି। ଏଥିରେ ତୁର୍କିର ନିଷ୍ପତ୍ତିକୁ ଆଫଗାନିସ୍ତାନର ଇସ୍ଲାମିକ ଏମିରେଟ ନିନ୍ଦନୀୟ ବୋଲି କହିଛି। ଏହା ସତ୍ତ୍ୱେ ଯଦି ତୁର୍କିର ଅଧିକାରୀ ନିଜ ନିଷ୍ପତ୍ତିର ପୁନର୍ବିଚାର ନ କରନ୍ତି ଓ ଆମ ଦେଶ ଉପରେ ନିଜର କର୍ତ୍ତୃତ୍ୱ ଜାରି ରଖିବାକୁ ଉଦ୍ୟମ କରନ୍ତି ଏହା ବିରୋଧରେ ଇସ୍ଲାମିକ ଏମିରେଟ ନିଜର ପକ୍ଷ ମଜଭୁତ କରିବାକୁ ବାଧ୍ୟ ହେବ ବୋଲି କହିଛି। ଏଥିରେ ମାମଲାରେ ଯିଏ ଦଖଲ ଦେବ ତାକୁ ଏହାର କ୍ଷତିଭରଣା କରିବାକୁ ପଡିପାରେ ବୋଲି ମଧ୍ୟ ଚେତାଇ ଦେଇଛି।

{"id":480205,"width":837,"height":440,"sizeSlug":"large","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ତାଲିବାନ ୧୯୯୬ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଆଫଗାନିସ୍ତାନରେ କଡ଼ା ଶାସନ ଚଳାଇଥିଲା। ତେବେ ତାଲିବା ନଆତଙ୍କବାଦୀଙ୍କ ୱାର୍ଲଡ ଟ୍ରେଡ ସେଣ୍ଟର ଆକ୍ରମଣ ଲାଗି ଆମେରିକା ଓ ପାଶ୍ଚାତ୍ୟ ଦେଶଙ୍କ ଦ୍ୱାରା ତାଲିବାନ ବିତାଡିତ ହୋଇ ଗତ ୨୦ ବର୍ଷ ହେଲା କ୍ଷମତା ଲାଗି ସଂଘର୍ଷ କରିଆସୁଛି। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଆଫଗାନିସ୍ତାନ ବିଦେଶୀ ସୈନ୍ୟଙ୍କ କବଳରୁ ମୁକ୍ତ ହେବ। ସେଥିପାଇଁ ତାଲିବାନମାନେ ଦେଶର ବିଭିନ୍ନ ଅଞ୍ଚଳକୁ ନିଜ ନୟନ୍ତ୍ରଣକୁ ନେବା ଲାଗି ସଂଘର୍ଷ ଚଳାଇଥିବା ବେଳେ କାବୁଲ ଆଡକୁ ଅଗ୍ରସର ହେଉଛନ୍ତି। ଏଥିରେ ତୁର୍କିର ଯୋଜନା  ସେମାନଙ୍କ ଲାଗି  ଭବିଷ୍ୟତରେ ସମସ୍ୟା ହୋଇପାରେ ବୋଲି ତାଲିବାନ ଆଶଙ୍କା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.