ଅସଲ ଚେହେରା ଦେଖାଉଛି ତାଲିବାନ: କରତା ପରୱାନ ଗୁରୁଦ୍ୱାରାରେ ଆକ୍ରମଣ, ଅନେକ ଲୋକଙ୍କୁ କରିଛି ବନ୍ଦୀ

Published By : Prameya-News7 Bureau | October 05, 2021 IST

ନୂଆଦିଲ୍ଲୀ ୦୫/୧୦ : ଆଫଗାନିସ୍ତାନକୁ କବଜା କରିଥିବା ତାଲିବାନର ପ୍ରକୃତ ଚେହେରା ଲଗାତାର ସାମ୍ନାକୁ ଆସୁଛି। ତାଜା ଘଟଣା ଅନୁଯାୟୀ, ସଶସ୍ତ୍ର ତାଲିବାନ ଆତଙ୍କବାଦୀ କାବୁଲ ସ୍ଥିତ କରତା ପରୱାନ ଗୁରୁଦ୍ୱାରା ଉପରେ ଆକ୍ରମଣ କରିଛନ୍ତି। ଏଠାରେ ଅନେକ ଲୋକଙ୍କୁ ବନ୍ଦୀ କରାଯାଇଛି। କାବୁଲର କରତା ପରୱାନ ଗୁରୁଦ୍ୱାରା ସେହି ସ୍ଥାନ ଯେଉଁଠିକୁ ଶିଖମାନଙ୍କର ଧର୍ମ ଗୁରୁ ନାନକ ଦେବ ଜୀ ଆସିଥିଲେ।

ଭାରତୀୟ ବିଶ୍ୱ ଫୋରମର ସଭାପତି ପୁନିତ ସିଂହ ଚଣ୍ଡୋକ ANI କୁ କହିଛନ୍ତି, "କାବୁଲରେ ପୁଣି ଥରେ ତାଲିବାନ ନିଜର ସମସ୍ତ ଦାବିର ପୋଲ ଖୋଲି ଦେଇଛି। ସଶସ୍ତ୍ର ତାଲିବାନ ଅଧିକାରୀଙ୍କ ଏକ ଦଳ କାବୁଲର ଗୁରୁଦ୍ୱାରାରେ ପ୍ରବେଶ କରି ଅନେକ ଲୋକଙ୍କୁ ଅଟକ ରଖିଛି।"

{"id":522799,"sizeSlug":"full","linkDestination":"none"}

ଚଣ୍ଡୋକ କହିଛନ୍ତି, ସଶସ୍ତ୍ର ଆତଙ୍କବାଦୀ ଗୁରୁଦ୍ୱାରାରେ ଉପସ୍ଥିତ ସମ୍ପ୍ରଦାୟକୁ ଅଟକ ରଖିଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ତାଲିବାନ ଅଧିକାରୀମାନେ ଗୁରୁଦ୍ୱାରାର ସିସିଟିଭି କ୍ୟାମେରା ମଧ୍ୟ ଭଙ୍ଗାରୁଜ କରିଛନ୍ତି। ଏହା ବ୍ୟତୀତ ଗୁରୁଦ୍ୱାରା ମଧ୍ୟ ଭଙ୍ଗାରୁଜା କରିଛନ୍ତି। ଆକ୍ରମଣର ଖବର ପାଇବା ପରେ ସ୍ଥାନୀୟ ଗୁରୁଦ୍ୱାରା ପରିଚାଳନା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

କରତା ପରୱାନ ଗୁରୁଦ୍ୱାରା ଆଫଗାନିସ୍ତାନର ଉତ୍ତର-ପଶ୍ଚିମ କାବୁଲରେ ରହିଛି। ଏହା ପୂର୍ବରୁ ତାଲିବାନ ଆଫଗାନିସ୍ତାନର ପୂର୍ବ ପ୍ରାନ୍ତ ସ୍ଥିତ ଗୁରୁଦ୍ୱାରା ଛାତରୁ ନିଶାନ ସାହିବ ଶିଖ ପବିତ୍ର ଧ୍ବଜା ହଟାଇ ଦେଇଥିଲେ। ଆଫଗାନିସ୍ତାନରେ ତାଲିବାନ କବଜା ପରେ ଏଠାରେ ସଂଖ୍ୟାଲଘୁ ଉପରେ ଅତ୍ୟାଚାର ଓ ବର୍ବରତାର ଖବର ଲଗାତାର ସାମ୍ନାକୁ ଆସୁଛି। ତାଲିବାନ ସଂଖ୍ୟାଲଘୁଙ୍କୁ ଧାର୍ମିକ ଓ ଜାତିଗତ ପରିଚୟ ଆଧାରରେ ହତ୍ୟା କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.