ସତ ଦେଖାଇବାରୁ ନିର୍ମମ ଭାବେ ମାଡ ଖାଇଲେ ସାମ୍ବାଦିକ : ତାଲିବାନ ଅତ୍ୟାଚାରର ଭୟାନକ ଦୃଶ୍ୟ

Published By : Prameya-News7 Bureau | September 09, 2021 IST

କାବୁଲ ୦୯/୦୯ : ବର୍ତ୍ତମାନ ଆଫଗାନିସ୍ତାନରେ ଚାଲିଛି ତାଲିବାନର ରାଜ୍ । ତାଲିବାନମାନେ ମହିଳା ପୁରୁଷ ସମସ୍ତଙ୍କ ଉପରେ ଚଳାଉଛନ୍ତି ଅତ୍ୟାଚାର। ହେଲେ ଏବେ ଏହି ତାଲିବାନ ଜାଲରେ ପଡିଛନ୍ତି ସାମ୍ବାଦିକମାନେ । ତାଙ୍କ ନୃଶଂସ କୋପରୁ ବର୍ତ୍ତିପାରି ନାହାନ୍ତି ଏହି ସାମ୍ବାଦିକମାନେ । ଦୁନିଆକୁ ସତ୍ୟତା ଦେଖାଇବା ସେମାନଙ୍କ ପାଇଁ ଦଣ୍ଡନୀୟ ଅପରାଧ ପାଲଟିଛି । ହେଲେ ତାଲିବାନକୁ ପାକିସ୍ତାନ କଣ କଣ ସାହାଯ୍ୟ କରୁଛି ତାହା କାହାରିକି ଅଛପା ନାହିଁ ।

କିନ୍ତୁ ତାଲିବାନମାନେ ଚାହୁଁ ନାହାନ୍ତି ଯେ ଆଫଗାନିସ୍ତାର ସାମ୍ବାଦିକମାନେ ଏହି ସବୁ ବିଷୟରେ ଦେଖାନ୍ତୁ କି ପ୍ରସାରଣ କରନ୍ତୁ । ଏହି କାରଣରୁ ତାଲିବାନ ଆଫଗାନିସ୍ତାନର ବ୍ୟାପାରରେ ପାକିସ୍ତାନୀ ହସ୍ତକ୍ଷେପ ବିରୋଧରେ କାବୁଲରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ କରୁଥିବା ସାମ୍ବାଦିକମାନଙ୍କ ଉପରେ ହଇଚଇ ସୃଷ୍ଟି କରିଛି । କାହିଁକି ନା ଅନେକ ସାମ୍ବାଦିକଙ୍କୁ ଗିରଫ କରିବା ବଦଳରେ ସେମାନଙ୍କୁ କଷ୍ଟକର ନିର୍ଯ୍ୟାତନା ଦେବା ସହ ସେମାନଙ୍କୁ ମାଡ ମଧ୍ୟ ମାରିଛି ।

wp:html /wp:html

ତେବେ ଏହି ଫଟୋରେ ଦୁଇ ଜଣ ସାମ୍ବାଦିକଙ୍କୁ ଦେଖିବାକୁ ମିଳିଛି । ସେମାନଙ୍କ ଗୋଡ ଓ ପିଠିରେ ଖୁବ୍ ଜୋର ରେ ମାଡ ମରାଯାଇଥିବାଥିବାର ଦାଗ ଗୁଡିକ ମଧ୍ୟ ଦେଖିବାକୁ ମିଳିଛି । ଏଭଳି ତାଲିବାନଙ୍କର ଅମାନବିକତା ଅତ୍ୟାଚାରର ଫଟୋ ଦେଖି ସତ ବାରି ହୋଇଯାଉଛି । ଯାହା ଫଳରେ ଏତେ ଜୋରରେ ମାଡ ମରା ଯାଇଛି ଯେ ସେମାନଙ୍କ ଶରୀରର ବିଭିନ୍ନ ଅଙ୍ଗରେ କ୍ଷତ ଚିହ୍ନ ହୋଇଛି । ତାଲିବାନମାନଙ୍କ ଦ୍ବାରା ମାଡ ମରାଯାଇଥିବା କିଛି ଫଟୋ ମଧ୍ୟ ଏବେ ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ଆଶ୍ଚର୍ଯ୍ୟ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.