ଆଫଗାନିସ୍ତାନରେ ନାଟୋର ବିମାନ ଆକ୍ରମଣ, ୩୦ ତାଲିବାନୀ ନିହତ, ବଢୁଛି ଉତ୍ତେଜନା

Published By : Prameya-News7 Bureau | September 11, 2019 IST

କାବୁଲ : ଆଫଗାନିସ୍ତାନ ତଖର ପ୍ରାନ୍ତରେ ନାଟୋ ନେତୃତ୍ୱାଧୀନ ଫୋର୍ସ ବିମାନ ଆକ୍ରମଣ କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ହୋଇଥିବା ଏହି ବିମାନ ଆକ୍ରମଣରେ ଅନୁନ୍ୟ ୩୦ ଜଣ ପ୍ରାଣ ହରାଇଥିବା ବେଳେ ସମାନ ସଂଖ୍ୟକ ଆତଙ୍କବାଦୀ ଆହତ ହୋଇଥିବା ଜଣାପଡିଛି। ଏହି ଆକ୍ରମଣ ଲାଗି ନାଟୋ ଛୋଟ ହତିଆର ସାଙ୍ଗକୁ ରକେଟ୍ ପ୍ରପେଲଡ୍ ଗ୍ରେନେଡ ବ୍ୟବହାର କରିଥିଲା।

{"id":156245,"width":578,"height":302}

ଜିଲ୍ଲା ମୁଖ୍ୟାଳୟ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀମାନେ  ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହାଛଡା ସେମାନେ ସେନାଠାରୁ ଛଡାଇ ନେଇଥିବା ବାହନ ବି ନଷ୍ଟ ହୋଇଯାଇଛି। ବିମାନ ଆକ୍ରମଣ ଜନିତ କ୍ଷୟକ୍ଷତି ନେଇ ତାଲିବାନ ମାନେ କୌଣସି ଅଧିକାରିକ ସୂଚନା ଜାରି କରିନାହାନ୍ତି।  ନିକଟରେ ଆମେରିକା ଓ ତାଲିବାନଙ୍କ ମଧ୍ୟରେ ଶାନ୍ତି ଆଲୋଚନା ହୋଇଥିଲା। ତେବେ ଏହି ଆଲୋଚନା ବିଫଳ ହୋଇଥିବା ବେଳେ ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀଙ୍କ ଉପଦ୍ରବ ବଢିଯାଇଛି। 

{"id":156246}

ବୁଧବାର ୯/୧୧ ବାର୍ଷିକ ପାଳନ ଅବସରରେ ତାଲିବାନମାନେ ଆଫଗାନିସ୍ତାନସ୍ଥିତ ଆମେରିକା ଦୂତାବାସକୁ ରକେଟ୍ ଟାର୍ଗେଟ କରିଥିଲେ। ତେବେ ଏଥିରେ କେହି ହତାହତ ହୋଇଥିବାର ସୂଚନା ନାହିଁ। ଆଫଗାନୀସ୍ତାନରେ ପ୍ରାୟ ୨ ଦଶନ୍ଧୀ ହେଲା ଅସ୍ଥିରତା ଲାଗି ରହିଛି। ଏଣୁ ସ୍ଥାୟୀ ଶାନ୍ତି ନିମନ୍ତେ ତାଲିବାନଙ୍କ ସହ ଆମେରିକା ଆଲୋଚନା ଚଳାଇଥିବା ବେଳେ ଗତ ୫ ତାରିଖ ଦିନ କାବୁଲସ୍ଥିତ ଆମେରିକା ଦୂତାବାସ ନିକଟରେ ବିସ୍ଫୋରକ ଭର୍ତ୍ତି କାରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୧୦ ଜଣ ଆଫଗାନିସ୍ତାନ ନାଗରିକଙ୍କ ସମେତ ଜଣେ ଆମେରିକୀୟ ସେନା ଅଧିକାରୀ ସର୍ଜେଣ୍ଟ ବେରେଟୋ ଆର୍ଟିଜ୍ ଙ୍କ ମୃତ୍ୟୁ ହୋଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.