ଅସଲ ଚେହେରା ଦେଖାଇଲା ତାଲିବାନ୍: ଦାଢି କାଟିଲେ ମିଳିବ ଶରିଆ ଦଣ୍ଡ

Published By : Prameya-News7 Bureau | September 27, 2021 IST

କାବୁଲ୍ ୨୭/୦୯ : ଆଫଗାନିସ୍ତାରେ ତାଲିବାନର ଦଖଲ ପରେ ସେଠାରେ ତାଲିବାନୀ ଶାସନ ଆରମ୍ଭ ହୋଇ ସାରିଛି । ତାଲିବାନର କୋଡିଏ ବର୍ଷର ପୁରୁଣା ଚେହେରାକୁ ପୁଣି ଦେଖିବାକୁ ମିଳିଛି । ବନ୍ଦୁକ ମୁନ ଦେଖାଇ ମହିଳା ଓ ପୁରୁଷଙ୍କ ନିଜ ଇସାରାରେ ନଚାଉଛି । ଗୋଟିଏ ପରେ ଗୋଟିଏ ନୂଆ ନିୟମ ତିଆରି କରୁଛି । ଯଦି ଯିଏ ମନା କରୁଛି ତାକୁ କୋଠର ଦଣ୍ଡ ଦେଉଛି । କିନ୍ତୁ ମହିଳାମାନଙ୍କୁ ତାଲିବାନ ଅତି ନିମର୍ମ ଭାବେ ମାଡ ମାରୁଛି । କେବଳ ଏତିକି ନୁହଁ ଶିଶୁମାନଙ୍କୁ ମଧ୍ୟ ଅମାନୁଷିକ ଭାବେ ବ୍ୟବହାର କରୁଛି । କିନ୍ତୁ ଏବେ ତାଲିବାନ ଦ୍ବାରା ପୁରୁଷଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରାଯାଇଛି ।

ତେବେ ବର୍ତ୍ତମାନ ପୁରୁଷଙ୍କମାନଙ୍କ ଉପରେ ଏକ ନୂଆ ନିୟମ କରିଛି। ଯଦି ତାଲିବାନ ଘୋଷଣା କରିଥିବା ନିୟମକୁ ନମାନ୍ତି, ତାହାଲେ ସେମାନଙ୍କୁ ଶରିଆ କାନୁନ୍ ହିସାବରେ କଠୋର ଦଣ୍ଡ ମିଳିବ । ତେବେ ଏହି ନୂତନ ନିୟମ ଅନୁଯାୟୀ ପୁରୁଷ ଦାଢି କାଟିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏହା ବ୍ୟତୀତ ତାଲିବାନମାନେ ହଜାର ହଜାର ଲୋକଙ୍କର ଜମି ଗୁଡିକ ଜୋରଜବରଦସ୍ତି ଛଡାଇ ନିଆଯାଉଛି ।  ଏପରିକି ତାଙ୍କୁ ଭୁମିହୀନ କରିବା ସହ ଘରୁ ମଧ୍ୟ ବାହାର କରା ଦିଆଯାଉଛି । ଏପରିକି ଜମିରେ ହୋଇଥିବା ପସଲକୁ ମଧ୍ୟ ଲୁଟି ନିଆ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.