ଆଫଗାନିସ୍ତାନର ଅସମ୍ଭାଳ ପରିସ୍ଥିତି: ଜଣକୁ ମାରି ସାର୍ବଜନୀନ ସ୍ଥାନରେ ଝୁଲାଇଦେଲା ତାଲିବାନ, ଭିଡିଓ ଭାଇରାଲ

Published By : Prameya-News7 Bureau | September 25, 2021 IST

ନୂଆଦିଲ୍ଲୀ ୨୫/୦୯ : ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଆଫଗାନିସ୍ତାନ ସ୍ଥିତି ବଦଳିବାରେ ଲାଗିଛି। ତାଲିବାନ ଶରୀୟା ଆଇନ ଅନୁଯାୟୀ ଲୋକଙ୍କୁ ବର୍ବର ଦଣ୍ଡ ଦେବା ଆରମ୍ଭ କରିଦେଇଛି। ତାଲିବାନର ଏକ ତାଜା ଦୃଶ୍ୟ ସାମ୍ନାକୁ ଆସିଛି। ତାଲିବାନ ଜଣେ ବ୍ୟକ୍ତିକୁ ହତ୍ୟା କରି ସାର୍ବଜନୀନ ସ୍ଥାନରେ ଝୁଲାଇ ଦେଇଛି। ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଆଫଗାନିସ୍ତାନର ସାମ୍ବାଦିକ ହିଜବୁଲ୍ଲାହ ଖାନ ଟ୍ୱିଟରରେ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓ ଟ୍ୱିଟ କରି ସେ ଲେଖିଛନ୍ତି, 'ତାଲିବାନ ସହରରେ ସାର୍ବଜନୀନ ସ୍ଥାନରେ ମୃତ୍ୟୁ ଦଣ୍ଡ ଦେବା ଆରମ୍ଭ କରିଦେଇଛି। ଏହା ଦୁଃଖଦାୟକ ମାମଲା।'

wp:embed {"url":"https://twitter.com/i/status/1441694107320135690","type":"rich","providerNameSlug":"twitter","responsive":true}
https://twitter.com/i/status/1441694107320135690
/wp:embed

ଗୋଟିଏ ମାସ ମଧ୍ୟରେ ଆଫଗାନିସ୍ତାନ ଜନତାଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡିଛି। କାମଧନ୍ଦା, ରୋଜଗାର ବନ୍ଦ ହୋଇଗଲାଣି। ଜିଡିପି ଅବସ୍ଥା ଖରାପ। ଦେଶର ସମ୍ପତ୍ତି ପୂର୍ବରୁ ହିଁ ବିଦେଶ ସଂସ୍ଥା ଓ ଆମେରିକା ଫ୍ରିଜ କରିଦେଇଛି। ଆଫଗାନିସ୍ତାନରେ ଲୋକେ ଭୋକ ଓପାସରେ ମରିବା ୟୁନାଇଟେଡ଼ ନେସନ ଘୋଷଣା କରିସାରିଛି। କାବୁଲରେ ଗରିବ ପରିବାର ନିଜ ଶିଶୁଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

wp:embed {"url":"https://twitter.com/i/status/1440757795872141325","type":"rich","providerNameSlug":"twitter","responsive":true}
https://twitter.com/i/status/1440757795872141325
/wp:embed

ହିଜବୁଲ୍ଲାହ ଖାନ ଆଉ ଏକ ଟ୍ୱିଟ ମଧ୍ୟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଆଫଗାନିସ୍ତାନର ଦୁଖଦ ଦୃଶ୍ୟ। ଲୋକେ ଅଭାବ ଯୋଗୁଁ ନିଜ ପିଲାଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି। ଭିଡିଓରେ ଜଣେ ବ୍ୟକ୍ତି ଗୋଟିଏ ଶିଶୁକୁ କୋଳରେ ଧରିଛନ୍ତି ଓ ଆଉ ଏକ ଶିଶୁର ହାତ ଧରିଛନ୍ତି।

ହିଜବୁଲ୍ଲାହ ଖାନ ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ। ସେ ଲଗାତାର ଆଫଗାନର ତାଜା ସ୍ଥିତିକୁ ନେଇ ଦୁନିଆର ସବୁ ବଡ ବଡ ଖବରକାଗଜକୁ ରିପୋର୍ଟ ପଠାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.