Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ନା ଅଛି ଘର ନା କମ୍ବଳ, ଶୀତରେ ଥରୁଛନ୍ତି ଆଫଗାନବାସୀ : ବିଶ୍ୱ ସମୁଦାୟକୁ ସାହାଯ୍ୟ ମାଗିଲା ତାଲିବାନ

30/10/2021 at 12:50 PM

କାବୁଲ, ୩୦/୧୦:  ଶୀତ ଦିନ ପାଇଁ ଚିନ୍ତାରେ ତାଲିବାନ । ତାଲିବାନର ସମସ୍ୟା ବଢିବାରେ ଲାଗିଛି । କିଛି ଦିନ ପରେ ଅନେକ ସ୍ଥାନରେ ତାପମାତ୍ରା ୦ ତଳକୁ ଖସି ଆସିବ । ଦେଶକୁ ଚଳାଇବା ପାଇଁ ତାଲିବାନ ପାଖରେ ଟଙ୍କାର ଅଭାବ । ଲୋକଙ୍କ ଦାରିଦ୍ର୍ୟତା ବି ସୀମା ଟପିଛି । ଘର ବାହାରେ ରହୁଛନ୍ତି । ଖାଇବା ପିଇବାକୁ ପାଉନାହାଁନ୍ତି । କଣ କେମିତି ଦେଶକୁ ଚଳାଇବ ବାଟ ପାଉନି ଆତଙ୍କବାଦୀ ସଙ୍ଗଠନ ।

ଦେଶକୁ ବନ୍ଧୁକ ମୁନରେ ଦଖଲ କରିଥିବା ତାଲିବାନ ସରକାର ଚଳାଇବାକୁ ଅଲଫିଟ୍ । କିପରି ସରକାର ଚଳାଯାଏ ତାହା ଜାଣିପାରୁନି ତାଲିବାନ । ଗୋଟିଏ ପଟେ ଦେଶର ଜନତାଙ୍କ ଉପରେ ଅତ୍ୟାଚର ବଢିଛି ଅନ୍ୟପଟେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଆଫଗାନିସ୍ତାନକୁ ପ୍ରଦାନ କରୁଥିବା ଆର୍ଥିକ ସହାୟତା ଉପରେ ରୋକ ଲଗାଇଛନ୍ତି । ଯାହାକୁ ପୁଣି ଥରେ ଦେଶକୁ ପ୍ରଦାନ କରିବାକୁ ଅନୁରୋଧ କରିଛି ତାଲିବାନ ।

ତାଲିବାନ ପ୍ରବକ୍ତା ସୁହେଲ ଶାହିନ୍ କହିଛନ୍ତି ଯେ, ଦେଶରେ ଶୀତ ପଡିଲାଣି । ଅନ୍ତରାଷ୍ଟ୍ରୀୟ ସମୁଦାୟ ଅତିଶୀଘ୍ର ସାହାଯ୍ୟ କରନ୍ତୁ । ଆଉ କିଛି ଦିନ ପରେ ଶୀତର ପରିମାଣ ଅଧିକ ରହିବ । ଆଗାମୀ ଜି୨୦ ସମ୍ମିଳନୀରେ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଦାରିଦ୍ର୍ୟ, ଦୁର୍ବଳ ବର୍ଗଙ୍କ ପାଇଁ କିଛି ସହଯୋଗ କରନ୍ତୁ ।ଏହାସହ ୧ ବିଲିୟନ ଡଲାର ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଫଗାନ ସରକାର ଏଜେନ୍ସି ଓ ସରକାରୀ ସଙ୍ଗଠନ ମାଧ୍ୟମରେ ତଳସ୍ତରରେ ଲୋକଙ୍କୁ ସାହାଯ୍ୟ କରିବ । ଏହାସହ ୧୦ ବିଲିୟନ ସମ୍ପତ୍ତି ଉପରେ ଅନ୍ତରାଷ୍ଟ୍ରୀୟ ସମୁଦାୟ ଲଗାଇଥିବା ପ୍ରତିବନ୍ଧକ ହଟାଇବା ଉଚିତ । ଏହାସହ ଦେଶରେ ବିଭିନ୍ନ ପ୍ରକଳ୍ପକୁ ପୁଣି ଆରମ୍ଭ କରିବା ପାଇଁ ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ତାଲିବାନ ସରକାର ଆସିବା ପରେ ଲୋକେ ଦୁସ୍ଥିତିରେ ଗତି କରୁଛନ୍ତି । ଖାଇବା ପିଇବାକୁ ପାଉ ନାହାଁନ୍ତି । ଶୀତର ମୁକାବିଲା ପାଇଁ ପୋଷାକ ବି ନାହିଁ । ଏପରିକି ଅନେକଙ୍କ ଘର ଦ୍ୱାରା ନଥିବାରୁ ଖୋଲା ଆକାଶ ତଳେ ରହୁଛନ୍ତି ।

   Related Posts