ପାକିସ୍ତାନକୁ ତାଲିବାନ୍‌ର ଝଟ୍‌କା : କହିଲା କାଶ୍ମୀର ଭାରତର ଆଭ୍ୟନ୍ତରୀଣ ମାମଲା

Published By : Prameya-News7 Bureau | May 19, 2020 IST

ନୂଆଦିଲ୍ଲୀ ୧୯।୫: କାଶ୍ମୀର ନେଇ ତାଲିବାନ ତାର ନୀତି ସ୍ପଷ୍ଟ କରିଛି । ତାଲିବାନ କହିଛି ଯେ, କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହା ଭାରତର ଆଭ୍ୟନ୍ତରୀଣ ମାମଲାରେ ତାଲିବାନ ମୁଣ୍ଡ ପୁରାଇବାକୁ ଚାହେଁନାହିଁ । କତାର ସ୍ଥିତ ତାଲିବାନ ମୁଖପାତ୍ର ସୁହେଲ ସାହିନ କହିଛନ୍ତି ଯେ, କିଛି ଗଣମାଧ୍ୟମରେ ଭାରତ ବାବଦରେ ତାଲିବାନର ଯେଉଁ ଟିପ୍ପଣୀ ପ୍ରକାଶ ପାଉଛି ତାହା ସତ ନୁହେଁ ।

କିଛି ଗଣମାଧ୍ୟମରେ ଏଭଳି କିଛି ଖବର ପ୍ରସାରିତ ହେଉଛି ଯେ, ଭାରତ ଇସଲାମ୍ ଏମିରେଟ୍‌ର ଅନ୍ତର୍ଭୁକ୍ତ ନୁହେଁ । ଯେପର୍ଯ୍ୟନ୍ତ କାଶ୍ମୀର ସମସ୍ୟା ସମାଧାନ ନ ହୋଇଛି ଭାରତ ସହିତ କୌଣସି ସଂପର୍କ ରଖାଯିବ ନାହିଁ ।

ଏହାକୁ ଖଣ୍ଡନ କରି ତାଲିବାନ ମୁଖପାତ୍ର କହିଛନ୍ତି ଯେ, ପଡ଼ୋଶୀ ଦେଶକୁ ନେଇ ଇସଲାମ୍ ଏମିରେଟ୍‌ର ନୀତି ସ୍ପଷ୍ଟ ଏବଂ କାହାରି ଆଭ୍ୟନ୍ତରୀଣ ମାମଲାରେ ଆମେ ମୁଣ୍ଡ ପୂରାଇବୁ ନାହିଁ । ଏଥିସହିତ ଆଫଗାନିସ୍ତାନର ଶାନ୍ତି ପ୍ରକ୍ରିୟାକୁ ଭାରତ ସହଯୋଗ କରୁଛି ବୋଲି ସେ ଆଶା ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.