ପୁଣି ପଦାରେ ପଡ଼ିଲା ତାଲିବାନର ମହିଳାଙ୍କୁ ସମ୍ମାନ, କହିଲା ମନ୍ତ୍ରୀ ନୁହେଁ ପିଲା ଜନ୍ମ କରିବା ପାଇଁ ସେମାନଙ୍କ ଜନ୍ମ

Published By : Prameya-News7 Bureau | September 09, 2021 IST

କାବୁଲ୍‌, ୦୯/୦୯: ଆଫଗାନିସ୍ତାନରେ ତାଲିବାନ ବିରୋଧୀ ପ୍ରଦର୍ଶନ ଜାରି ରହିଛି । ତାଲିବାନ୍‌ ମହିଳାଙ୍କୁ ନେଇ ପୁଣିଥରେ କଠୋର ହୋଇଛି । ମୁଖପାତ୍ର ସୟଦ ଜାକିରଲ୍ଲାହ ହାସ୍‌ମି କହିଛନ୍ତି ଯେ, ମହିଳା କେବଳ ଶିଶୁ ଜନ୍ମ କରନ୍ତୁ । ସେମାନେ କ୍ୟାବିନେଟ୍‌ରେ ରହିବା ଜରୁରୀ ନୁହେଁ ।

ତାଲିବାନ୍‌ ଦୁଇଦିନ ତଳେ କ୍ୟାବିନେଟ୍‌ ସରକାର ଗଠନ କରିଥିଲା । ଏଥିରେ ୩୩ ଲୋକଙ୍କୁ ସାମିଲ୍‌ କରାଯାଇଥିଲା । କିନ୍ତୁ କୌଣସି ମହିଳାଙ୍କୁ ଏଥିରେ ସ୍ଥାନ ଦିଆଯାଇନଥିଲା । ଏହାକୁ ନେଇ ତାଲିବାନ ପ୍ରବକ୍ତା କହିଛନ୍ତି ଯେ, ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ । ଏଠାରେ ଏମିତି ହେବ ଯେମିତି ସେମନଙ୍କ ବେକ ଉପରେ କୌଣସି ଜିନିଷ ରଖିଦେଲେ ସେମାନେ ଆଉ ଉଠିପାରିବେନି । କ୍ୟାବିନେଟ୍‌ରେ ମହିଳା ରହିବା ଜରୁରୀ ନୁହେଁ । ସେମାନେ ଶିଶୁ ଜନ୍ମ କରିବା ଦରକାର । ମହିଳା ପ୍ରଦର୍ଶନକାରୀ ଆଫଗାନିସ୍ତାନର ସମସ୍ତ ମହିଳାଙ୍କ ପ୍ରତିନିଧିତ୍ୱ କରୁନାହାନ୍ତି ବୋଲି ସେ କହିଛନ୍ତି ।

ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ନିଜ ଅଧିକାର ପାଇଁ ମହିଳାମାନେ ବାରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ତାଲିବାନ ଦ୍ୱାରା ଏହି ମାହିଳାମାନଙ୍କ ପ୍ରତି ଅତ୍ୟାଚାର ହେଉଥିବା ଦେଖିବାକୁ ମିଳିଛି । ତାଲିବାନ୍‌ ବିରୋଧୀ ମୋର୍ଚ୍ଚା ଖୋଲିଥିବା ମହିଳା ସେମନଙ୍କ ବନ୍ଧୁକ, ଗୁଳିଗୋଳାକୁ ଖାତିର ନକରି ରାସ୍ତାକୁ ଓହ୍ଲାଇଛନ୍ତି । ଅନ୍ୟପଟେ ତାଲିବାନ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଫଗାନିସ୍ତାନରେ ଲାଗିରହିଥିବା ପ୍ରଦର୍ଶନକୁ ସମାପ୍ତ କରିବା ପାଇଁ ଶାସନାଦେଶ ଜାରି କରିଛି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.