ଭାରତ ନେତୃତ୍ୱରେ ସମ୍ମିଳନୀକୁ ନେଇ ତାଲିବାନ ସନ୍ତୁଷ୍ଟ, କହିଲେ India ଉପରେ ଆମର ପୁରା ଭରସା

Published By : Prameya-News7 Bureau | November 11, 2021 IST

କାବୁଲ ୧୧।୧୧: ଭାରତ ନେତୃତ୍ୱରେ ଆଫଗାନିସ୍ତାନକୁ ନେଇ ଅନୁଷ୍ଠିତ କ୍ଷେତ୍ରୀୟ ବୈଠକରେ ତାଲିବାନ ଶାସକ ଭରସା ଓ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି। କାବୁଲରେ ଗୁରୁବାର ତାଲିବାନ ଶାସନ ଭାରତରେ ବୁଧବାର ଅନୁଷ୍ଠିତ ଆଫଗାନିସ୍ତାନ ସମ୍ପର୍କିତ ପ୍ରଥମ କ୍ଷେତ୍ରୀୟ ବୈଠକ ଆମ ହୀତ ଲାଗି ଥିଲା ବୋଲି କହିଛନ୍ତି। ଏଣୁ ତାଲିବାନ ଶାସକ ତାଙ୍କର ଘୋଷଣା ‘କୌଣସି ଦେଶ ବିରୋଧରେ ତାଙ୍କ ମାଟିକୁ ଉପଯୋଗ ହେବାକୁ ଦେବେନି’ ବୋଲି ପୁଣି ଦୋହରାଇଛନ୍ତି।

ତାଲିବାନ ସରକାର ଭାରତ ଉପରେ ସମ୍ପୂର୍ଣ୍ଣ ଭରସା କରୁଥିବା ଓ ସେମାନେ କ୍ଷେତ୍ରର ସମସ୍ତ ପଡ଼ୋଶୀ ଦେଶଙ୍କ ସହ ସମ୍ପର୍କ ନିବିଡ଼ କରିବାକୁ ଚାହୁଁଥିବା ଘୋଷଣା କରିଛନ୍ତି। ଭାରତରେ ହୋଇଥିବା ବୈଠକକୁ ନେଇ ଆମର କୌଣସି ଉଦବେଗ ଅଥବା ଆପତ୍ତି ନାହିଁ ବୋଲି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ଦ କହିଛନ୍ତି। ଏହି ସମ୍ମିଳନୀର ନିଷ୍ପତ୍ତି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।  ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ କ୍ଷେତ୍ରୀୟ ସୁରକ୍ଷା ବାର୍ତ୍ତାର କିଛି ଘଣ୍ଟା ପରେ ଜବିଉଲ୍ଲା ଅଡିଓ ଜାରି କରି ଏହା କହିଛନ୍ତି।

{"id":542254,"width":840,"height":551,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ଯଦିଓ ଆମେ ଏହି ସମ୍ମିଳନୀରୁ ଉପସ୍ଥିତ ନଥିଲୁ ତଥାପି ଆମେ ଭାବୁଛୁ ଏହି ସମ୍ମିଳନୀ ଆଫଗାନିସ୍ତାନର ହୀତରେ ହିଁ ହୋଇଛି। କାରଣ ଏବେ ସମଗ୍ର କ୍ଷେତ୍ର ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ଗୁରୁତର ବିଚାରବିମର୍ଷ କରୁଛନ୍ତି। ଏହି ବାର୍ତ୍ତାରେ ଅଂଶଗ୍ରହଣକାରୀ ଦେଶମାନେ ମଧ୍ୟ ଆଫଗାନିସ୍ତାନର ସୁରକ୍ଷା ସ୍ଥିତିରେ ସୁଧାର ଓ ସୁରକ୍ଷା ସମ୍ପର୍କରେ ବିଚାର କରି ବର୍ତ୍ତମାନର ସରକାରଙ୍କୁ ସହାୟତା କରନ୍ତୁ ବୋଲି ନିବେଦନ କରିଛନ୍ତି।

ଏନଏସଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ତଥା ରିୟର ଆଡମିରାଲ ଅଲି ଶାମଖାନୀ, ଋଷ ସୁରକ୍ଷା ପରିଷଦ ସଚିବ ନିକୋଲଇ ପେତ୍ରୁସେଭ, କାଜିକିସ୍ତାନ, କିର୍ଗିଜସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନ ସୁରକ୍ଷା ପରିଷଦ ସଚିବ ମାନେ ମଧ୍ୟ ଯୋଗ ଦେଇଥିଲେ। ଆଲୋଚନା ପରେ ସୁରକ୍ଷା ଅଧିକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.