Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହାତ କାଟିବା ଭଳି ବର୍ବର ଦଣ୍ଡ ପୁଣି ଆରମ୍ଭ କରିବ ତାଲିବାନ: କହିଲା, ‘ଆମ ନିୟମ କଣ ହେବ କେହି ଆମକୁ ପରାମର୍ଶ ନ ଦିଅନ୍ତୁ’

25/09/2021 at 6:16 PM

ନୂଆଦିଲ୍ଲୀ ୨୫/୦୯ : ତାଲିବାନ ସାରା ବିଶ୍ୱକୁ କହୁଛି ସେ ବଦଳି ଯାଇଛି। ସେ ୨୦ ବର୍ଷ ପୂର୍ବେ ଯେମିତି ଥିଲା ଏବେ ଆଉ ସେମିତି ନାହିଁ । ତାଲିବାନ ୟୁନାଇଟେଡ଼ ନେସନରେ ସ୍ଥାନ ପାଇବାକୁ ଚେଷ୍ଟା କରୁଛି। କିନ୍ତୁ ତାଲିବାନଠୁ କୌଣସି ଆଶା ରଖିଥିବା ଲୋକଙ୍କୁ ପୁଣି ଝଟକା ଲାଗିଛି। ତାଲିବାନ ସଂସ୍ଥାପକମାନଙ୍କ ମଧ୍ୟରୁ ଜଣେ ମୁଲ୍ଲା ନୁରୁଦ୍ଦିନ ତୁରାବୀ ନ୍ୟୁଜ ଏଜେନ୍ସି ଏପି ସହ କଥା ହୋଇ କହିଛନ୍ତି ଯେ ଆଫଗାନିସ୍ତାନରେ ପୁଣିଥରେ ଫାଶୀ ଓ ଅଙ୍ଗ କାଟିବା ଭଳି ଦଣ୍ଡ ଦିଆଯିବ। କିନ୍ତୁ ସମ୍ଭବତଃ ଏହିଭଳି ଦଣ୍ଡ ସାର୍ବଜନୀନ ସ୍ଥାନରେ ନ ଦିଆନଯିବ।

ତୁରାବୀ କହିଛନ୍ତି ଯେ ଷ୍ଟାଡିୟମରେ ଦଣ୍ଡ ଦେବାକୁ ନେଇ ସାରା ବିଶ୍ୱ ତାଙ୍କୁ ସମାଲୋଚନା କରିଛି। ଆମେ ସେମାନଙ୍କ ନିୟମ, ଆଇନ ବିଷୟରେ କିଛି କହିନାହୁଁ। ସେଥିପାଇଁ ଆମ ନିୟମ କଣ ହେବ ସେନେଇ କେହି ଆମକୁ ପରାମର୍ଶ ନ ଦେଉ। ଆମେ ଇସ୍ଲାମ ପାଳନ କରିବୁ ଓ କୁରାନରେ ନିଜ ଆଇଏନ ଗଠନ କରିବୁ।

ପୂର୍ବରୁ ତାଲିବାନ ଶାସନ ସମୟରେ ହତ୍ୟାକାରୀଙ୍କୁ ଖୋଲା ପଡିଆରେ ଗୁଳି କରିଦିଆଯାଉଥିଲା। ଚୋରମାନଙ୍କର ଗୋଟିଏ ହାତ କାଟି ଦିଆଯାଉଥିଲା। ରାଜପଥରେ ଡକାୟତ କରୁଥିବା ଡକାୟତଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ କାଟି ଦିଆଯାଉଥିଲା। ତୁରାବୀଙ୍କ ବୟାନରେ ଏହା ସ୍ପଷ୍ଟ ହୋଇଛି ଯେ ଏହିସବୁ ନିୟମରେ କିଛି ପରିବର୍ତ୍ତନ ସମ୍ଭବ ନୁହେଁ। ତୁରାବୀ ଦାବି କରି କହିଛନ୍ତି ଆଫଗାନିସ୍ତାନରେ ଆଇନ କାନୁନର ମୂଳ କୁରାନ ହେବ ଏବଂ ପୁଣି ସେହି ଦଣ୍ଡ ଦିଆଯିବ। ତୁରାବୀ କହିଛନ୍ତି ସୁରକ୍ଷା ଦୃଷ୍ଟିକୋଣରୁ ହାତ କାଟିବା ବହୁତ ଜରୁରୀ। ସାର୍ବଜନୀନ ସ୍ଥାନରେ ଦଣ୍ଡ ଦେବା ଉପରେ ବିଚାର କରାଯାଉଛି ଏବଂ ଖୁବ ଶୀଘ୍ର ଏହାକୁ ନେଇ ନିୟମ ବିକଶିତ କରାଯିବ।

ସୂଚନାଯୋଗ୍ୟ ଯେ, ତୁରାବୀ ତାଲିବାନ ସରକାରରେ ଜେଲ ପ୍ରଭାରୀ ଅଛନ୍ତି। ସେ ସେହି ନେତାମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନେ ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ତାଲିକାରେ ସାମିଲ ଅଛନ୍ତି। ପୂର୍ବର ତାଲିବାନ ଶାସନ ସମୟରେ ସେ ସଂଗଠନର ସବୁଠାରୁ କ୍ରୁର ଏବଂ ବୁଝାମଣା କରୁନଥିବା ଲୋକନକ ମଧ୍ୟରୁ ଜଣେ ଥିଲେ।

   Related Posts