Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଭାଇରାଲ୍‌ ଅଡିଓରେ ମନୋମାଳିନ୍ୟର ସଙ୍କେତ, ସରକାର ଗଠନରେ ପାକିସ୍ତାନର ହସ୍ତକ୍ଷେପକୁ ତାଲିବାନର ନାପସନ୍ଦ

11/09/2021 at 4:34 PM

କାବୁଲ ୧୧/୦୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ସମୟରେ ଏକ ଅଡିଓ ଟେପ୍‌ ଭାଇରାଲ ହେଉଛି। ଏହି ଟେପ୍‌ରେ କ୍ୟାବିନେଟ ପଦବୀକୁ ନେଇ ତାଲିବାନ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସଙ୍କେତ ମିଳିଛି। ଏହା ସହ ତାଲିବାନ କ୍ୟାବିନେଟ୍‌ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ହସ୍ତକ୍ଷେପ କରୁଥିବା ଜଣାପଡ଼ିଛି।

ସେପ୍ଟେମ୍ବର ୧୦ରୁ ସୋସିଆଲ ମିଡିଆରେ ଏକ ଅଡିଓ କ୍ଲିପ୍‌ ଭାଇରାଲ ହେଉଛି। ଯେଉଁଥିରେ ଜଣେ ତାଲିବାନ କମାଣ୍ଡର ଅନ୍ୟ କମାଣ୍ଡରମାନଙ୍କୁ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ତାଲିବାନର ସମ୍ମାନହାନୀ କରୁଛି ବୋଲି କହୁଛି । ସିଏନଏନ ନ୍ୟୁଜ୍‌ ୧୮ର ରିପୋର୍ଟ ମୁତାବିକ ପାକିସ୍ତାନ ଏବଂ ତାଲିବାନ ମଧ୍ୟରେ କ୍ୟାବିନେଟ ଗଠନକୁ ନେଇ ଫାଟ ସୃଷ୍ଟି ହୋଇଛି। ଏହାର ମୁଖ୍ୟ କାରଣ କ୍ୟାବିନେଟରେ ହକ୍କାନୀ ନେଟଓ୍ବର୍କ ଏବଂ କ୍ବେଟା ଶୁରାର ସଦସ୍ୟଙ୍କୁ ସାମିଲ ପାଇଁ ଆଇଏସଆଇ ପ୍ରମୁଖ ଫୈଜ ହମିଦ ପ୍ରସ୍ତାବ ଦେଇଛନ୍ତି ।

ପଞ୍ଜାବୀ ଜେନେରାଲ ହମିଦ ତାଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଥିବା ନେଇ ଜଣେ  ତାଲିବାନ କମାଣ୍ଡର କହୁଥିବା ଭାଇରାଲ ଅଡିଓରେ ଶୁଣିବାକୁ ମିଳିଛି। ଅଡିଓରେ ଶୁଭୁଥିବା କଣ୍ଠ ସ୍ବର ତାଲିବାନ ଉପ ରକ୍ଷାମନ୍ତ୍ରୀ ମୁଲ୍ଲା ଫଜଲର ବୋଲି କୁହାଯାଉଛି।

ଆଇଏସଆଇ ପ୍ରମୁଖଙ୍କ ନାଁ ନେଇ ସେ କହିଛି ପାକିସ୍ତାନ ଭାଗିଦାରୀ ସରକାର ଗଠନ କରିବାରେ ବାଧା ସୃଷ୍ଟି କରୁଛି। ପୂର୍ବରୁ ବିଶ୍ବ ସମୂହଙ୍କ ସମର୍ଥନ ପାଇବାକୁ ନିଜ କ୍ୟାବିନେଟରେ ପୂର୍ବତନ ଆଫଗାନିସ୍ଥାନ ନେତାଙ୍କୁ ସାମିଲ କରିବାକୁ ଦାବି କରିଥିଲା ତାଲିବାନ। କିନ୍ତୁ ସରାକାର ଗଠନ ପରେ ତାଲିବାନର ଏସମସ୍ତ ପ୍ରତିଶ୍ରୁତି ମିଥ୍ୟା ପ୍ରମାଣିତ ହୋଇଛି ।  

   Related Posts