Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଅନ୍ତରାଷ୍ଟ୍ରୀୟ ଆଲୋଚନାକୁ ବି ଖାତିର କରୁନି ତାଲିବାନ, ଉପ ମନ୍ତ୍ରୀ ତାଲିକାରେ ଜଣେ ହେଲେ ମହିଳାଙ୍କୁ ସ୍ଥାନ ଦେଲାନି

21/09/2021 at 4:03 PM

କାବୁଲ ୨୧/୦୯ : ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇସାରିଛି । କ୍ଷମତାରେ ଥିବା ତାଲିବାନ ମନ୍ତ୍ରୀ ମଣ୍ଡଳ ମଧ୍ୟ ଘୋଷଣା କରିସାରିଛି । ଏହାରି ମଧ୍ୟରେ ଉପ ମନ୍ତ୍ରୀମାନଙ୍କ ଏକ ଲିଷ୍ଟ ଜାରି କରିଛି ତାଲିବାନ । ଏହି ଲିଷ୍ଟରେ କୌଣସି ଜଣେ ବି ମହିଳାଙ୍କୁ ସ୍ଥାନ ମିଳିନାହିଁ । ପୂର୍ବରୁ ମହିଳାମାନଙ୍କୁ ମଧ୍ୟ ସମାନ ଅଧିକାର ମିଳିବ ଏବଂ ତାଙ୍କୁ ସରକାରରେ ସାମିଲ କରାଯିବ ବୋଲି ତାଲିବାନ କହିଥିଲା । ହେଲେ ସରକାରରେ ଜଣେ ବି ମହିଳାଙ୍କୁ ସାମିଲ କରାନଯିବା ତାଲିବାନର ଭାଣ୍ଡାମୀକୁ ପଦାରେ ପକାଇଛି ।

ତାଲିବାନ ସରକାରରେ ମହିଳାଙ୍କୁ ସ୍ଥାନ ଦିଆଯିବା ନେଇ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । କାବୁଲରେ ଏକ ସାମ୍ବାଦିକ ସମ୍ମୀଳନୀ କରି ମହିଳାଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସମାନ ଅଧିକାର ଦିଆଯିବ ବୋଲି ତାଲିବାନୀ ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ କହିଥିଲା । କିନ୍ତୁ ପ୍ରକୃତି ଛାଡୁଛି କେଉଁଠୁ ଉକ୍ତି ଭଳି ତାଲିବାନ କାହାରିକୁ ଖାତିର କରୁନାହିଁ ।

ଉପ ମନ୍ତ୍ରୀମାନଙ୍କ ଲିଷ୍ଟ ଜାରି ହୋଇଥିଲେ ସୁଦ୍ଧା ସେଥିରେ ଜଣେ ବି ମହିଳାଙ୍କୁ ସ୍ଥାନ ଦିଆଯାଇନାହିଁ । ଏଥିପାଇଁ ତାଲିବାନ ଉପ​ରେ ଅନ୍ତରାଷ୍ଟ୍ରୀୟ ଆଲୋଚନାର କୌଣସି ପ୍ରଭାବ ପଡିନଥିବା ଚର୍ଚ୍ଚା​‌ ହେଉଛି । କଟ୍ଟରବାଦୀ ପରମ୍ପରାକୁ ନେଇ ଆଗକୁ ବଢୁଛି ତାଲିବାନ । ଯାହାଫଳରେ ଆଫଗାନିସ୍ତାନରେ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ମହିଳା ଏବଂ ଯୁବତୀମାନଙ୍କ ପାଠପଢାରେ ଡୋରୀ ଲାଗିଲାଣି । ତାଲିବା ସରକାରର କଡା ଆଇନ ସେମାନଙ୍କୁ ଘର ଭିତରେ ହିଁ ବାନ୍ଧି ରଖିଛି ।

ଆଫଗାନିସ୍ତାନରେ ବର୍ତ୍ତମାନ ତାଲିବାନର ଅନ୍ତରୀଣ ସରକାର ଶାସନ କରୁଛି । ବର୍ତ୍ତମାନ ମଧ୍ୟ ତାଲିବାନ ସରକାରରେ କ୍ଷମତା ଅଦଳବଦଳ ଏବଂ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭବ । ତେବେ ନିର୍ବାଚନ ହେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପ୍ରବକ୍ତା ଜବୀହୁଲ୍ଲା ମୁଜାହିଦ କହିଛି ଯେ, ମନ୍ତ୍ରୀମଣ୍ଡଳର ବିସ୍ତାର କରାଯିବ ଯେଉଁଥିରେ ହଜାରା ଭଳି ସଂଖ୍ୟା ଲଘୁ ଗୋଷ୍ଠୀଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ମହିଳାଙ୍କୁ ପରବର୍ତ୍ତୀ ମୂହୁର୍ତ୍ତରେ ସାମିଲ କରାଯିବ ।

   Related Posts