୩ ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କଲେ ତାଲିବାନ, ବଦଳରେ ଭାରତରୁ ଛଡାଇ ନେଲେ ୧୧ ସାଥୀଙ୍କୁ

Published By : Prameya-News7 Bureau | October 07, 2019 IST

ଇସ୍ଲାମାବାଦ:  ଆଫଗାନୀସ୍ତାନର ଅତଙ୍କବାଦ ସଙ୍ଗଠନ ତାଲିବାନ ବନ୍ଧକ ରଖିଥିବା ୩ ଭାରତୀୟ ଇଞ୍ଜିନିୟରଙ୍କୁ ମୁକ୍ତ କରିଦେଇଛନ୍ତି। ତେବେ ସେମାନଙ୍କର ଏହି ମୁକ୍ତି ବଦଳରେ ତାଲିବାନ ଭାରତୀୟ ଜେଲରେ ବନ୍ଦୀ ଥିବା ସେମାନଙ୍କର ୧୧ ଜଣ ସାଥୀଙ୍କୁ ମୁକାଳି ନେଇଥିବା ପାକିସ୍ତାନୀ ସମ୍ବାଦପତ୍ର ଟ୍ରିବ୍ୟୁନ ସୂତ୍ରରୁ ଜଣାପଡିଛି। ବନ୍ଧକମାନଙ୍କର ଦିଆନିଆ କେଉଁଠି ହେଲା ତାହା ସ୍ପଷ୍ଟ ହୋଇପାରି ନାହିଁ।  ହେଲେ ସ୍ୱତନ୍ତ୍ର ଆମେରିକୀୟ ଦୂତ ଜଲ୍ମେ ଖଲିଲଜାଦଙ୍କ ମଧ୍ୟସ୍ଥତାରେ ଏହି କାର୍ଯ୍ୟ କରାଯାଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ସୂଚନା ଦେଇଛି।

{"id":167369,"width":577,"height":333}

ବନ୍ଧକମାନଙ୍କ ମୁକ୍ତି ସମ୍ପର୍କରେ ଉଭୟ ଭାରତ ଓ ଆଫଗାନ ସରକାର ନିରବତା ଅବଲମ୍ବନ କରିଛନ୍ତି। ତେବେ ମୁକ୍ତ ହୋଇଥିବା ୧୧ ତାଲିବାନୀ ଆତଙ୍କବାଦୀଙ୍କ ମଧ୍ୟରେ ଶେଖ ଅବଦୂର ରହୀମ ଓ ମୌଲବୀ ଅବଦୂର ରଶିଦ ଥିବା ଜଣାପଡିଛି।  ଏହି ଦୁଇ ଜଣ ଅତୀତରେ କୁନୁର ଓ ନିମରୋଜ ପ୍ରାନ୍ତ ଲାଗି ତାଲିବାନୀ ଗଭର୍ଣ୍ଣର ନିଯୁକ୍ତ ହୋଇଥିଲେ। ମେ ୨୦୧୮ରେ ତାଲିବାନମାନେ ଉତ୍ତର ବଘଲାନର ଏକ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ୭ ଜଣ ଭାରତୀୟ ଇଞ୍ଜିନିୟରଙ୍କୁ ଅପହରଣ କରିନେଇଥିଲେ।

{"id":167371}

ଅପହୃତ ଭାରତୀୟ ଇଞ୍ଜିନିୟରଙ୍କ ମଧ୍ୟରୁ ତାଲିବାନ ଜଣକୁ ଗତ ମାର୍ଚ୍ଚମାସରେ ମୁକ୍ତ କରିଥିଲେ। ହେଲେ ଅନ୍ୟମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ। ତେବେ ଉଭୟ ପକ୍ଷରୁ ବନ୍ଧକଙ୍କ ମୁକ୍ତିଲାଗି ତାଲିବାନ ପ୍ରତିନିଧି ମୁଲ୍ଲା ଅବଦୁଲ ଗନି ବରଦର ଓ ସ୍ୱତନ୍ତ୍ର ଆମେରିକୀୟ ଦୂତ ଖଲିଲଜାଦଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଥିଲା। ଏବେ ବରଦାର ତାର ୧୨ ଜଣ ବିଶ୍ୱସ୍ଥ ଲୋକଙ୍କ ସହ ପାକ୍ ସରକାରଙ୍କ ଆମନ୍ତ୍ରଣରେ ଇସ୍ଲାମବାଦରେ ଥିବା ଜଣାପଡିଛି । ଦକ୍ଷିଣ ଏସିଆ କ୍ଷେତ୍ରରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଲାଗି ବୈଠକ କରିବାକୁ ପାକିସ୍ତାନ ସେମାନଙ୍କୁ ଆମନ୍ତ୍ରଣ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.