Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ପଞ୍ଜଶୀର ଯୋଦ୍ଧାଙ୍କୁ ହାତରେ ନମାରି ଭାତରେ ମାରିବ ତାଲିବାନ ! ସବୁ ରାସ୍ତା ବନ୍ଦ, ଉତ୍କଟ ହେଲାଣି ଖାଦ୍ୟାଭାବ

10/09/2021 at 4:48 PM

କାବୁଲ ୧୦/୦୯: ପଞ୍ଜଶୀର ଯୋଦ୍ଧାଙ୍କୁ ହାତରେ ନମାରି ଭାତରେ ମାରିବାକୁ ଯୋଜନା କରୁଛି ତାଲିବାନ । ଆଫଗାନିସ୍ତାନ କବଜା କରିବାର ପାଖାପାଖି ମାସେ ପରେ ବି ପଞ୍ଜଶୀର ଉପରେ ବିଜୟ ପ୍ରାପ୍ତ କରିପାରି ନଥିବା ତାଲିବାନ ସେଠାକାର ଯୋଦ୍ଧା ଏବଂ ଲୋକଙ୍କୁ ଭୋକରେ ମାରିବାକୁ ଯୋଜନା କରୁଛି। କଟ୍ଟରପନ୍ଥୀ ଆତଙ୍କବାଦୀ ସଂଗଠନ ପଞ୍ଜଶୀରକୁ ସମସ୍ତ ରାସ୍ତା ବନ୍ଦ କରିଦେଇଛି। ଏହା ଦ୍ବାରା ଘାଟିକୁ ଆଉ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟ ଜରୁରୀ ସାମଗ୍ରୀ ପହଞ୍ଚିପାରୁ ନାହିଁ। ଏବେ ମଧ୍ୟ ସେଠାରେ ଖାଦ୍ୟର ଘୋର ଅଭାବ ଦେଖାଦେଇଛି।

ନକଟରେ କାବୁଲ ଆସିଥିବା କିଛି ପରିବାରଙ୍କ ମତରେ ପଞ୍ଜିଶୀରରେ ଏବେ ଲୋକେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଟୋଲୋ ନ୍ୟୁଜ ଖବର ପ୍ରକାଶ କରିଛି। ଯଦି ଏମିତି ପରିସ୍ଥିତି ଲାଗି ରହେ ତେବେ ଲୋକେ ଭୋକରେ ମରିଯିବେ। ଘାଟିରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ସମସ୍ତ ରାସ୍ତା ବନ୍ଦ କରିଦିଆଯାଇଛି। ଏହା ବ୍ୟତୀତ ବିଜୁଳି ଏବଂ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ପଞ୍ଜଶୀରରେ ଏବେ ମନୁ​ଷ୍ୟକୃତ ଅଭାବ ସୃଷ୍ଟି ହୋଇଛି।

ଜଣେ ନାଗରିକଙ୍କ କହିବା ଅନୁଯାୟୀ, ଆକ୍ରମଣ ଏବଂ ସଂଘର୍ଷ ବୃଦ୍ଧିପାଇଛି। ଲୋକମାନେ ଲୁଚି ପାହାଡ଼ ଉପରକୁ ଚାଲିଯାଇଛନ୍ତି। ଏହି ସମୟରେ ସେଠାକର ନେତା ଯୁଦ୍ଧ ବିରାମ ପାଇଁ ଆହ୍ବାନ ଦେଇଥିବା ବେଳେ ସାଧାରଣ ଲୋକଙ୍କ କ୍ଷତି ନହେଉ ବୋଲି କହିଛନ୍ତି। ଅନ୍ୟପଟେ ପଞ୍ଜଶୀରରେ ସ୍ଥିତି ସାମାନ୍ୟ ଥିବା ଘୋଷଣା କରିଛି ତାଲିବାନ। ତାଲିବାନୀ ନେତା ଅନାମୁଲ୍ଲାହ ସମାନଗନୀ କହିଛି, ‘ପଞ୍ଜଶୀରରେ ସ୍ଥିତି ସାମାନ୍ୟ ରହିଛି। ନରସଂହାର ଏବଂ ଲୋକମାନଙ୍କ ନିର୍ଯାତନା ଦିଆଯାଉଥିବା ଖବର ମିଛ। ଏ ସବୁ ଗୁଜବ।’ 

ଏହା ସହ ଶରଣାର୍ଥୀ ମାମଲାରେ ମନ୍ତ୍ରୀ ଖାଲିଲୁରହମାନ ହକ୍କାନୀ କହିଛି, ବେଘର ଏବଂ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ପଞ୍ଜଶୀର ଏବଂ ଅନ୍ୟ ସ୍ଥାନରେ ଲୋକମାନଙ୍କୁ ସହାୟତା କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ହକ୍କାନୀ କହିଛନ୍ତି। କିନ୍ତୁ ପଞ୍ଜଶୀରରେ ଏବେ ବି ବିଜୁଳି ଏବଂ ସଞ୍ଚାର  ଠପ ହୋଇଛି ବୋଲି ସେଠାକାର ଲୋକ ଅଭିଯୋଗ କରିଛନ୍ତି।

   Related Posts