ପଞ୍ଜଶୀରରେ ନୀରିହ ନାଗରିକଙ୍କୁ ହତ୍ୟା କରୁଛି ତାଲିବାନ, ରିପୋର୍ଟରୁ ଆସିଲା ଭୟଙ୍କର ତଥ୍ୟ

Published By : Prameya-News7 Bureau | September 14, 2021 IST

କାବୁଲ, ୧୪।୦୯ :   ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ବର୍ବରତା ବଢି ଚାଲିଛି । ବନ୍ଧୁକ ମୁନରେ ଶାସନ କରୁଛି ତାଲିବନ । ଯାହାକୁ ଇଚ୍ଛା ହତ୍ୟା କରୁଛି । ବିଚ୍ ରାସ୍ତାରେ ଗୁଳିମାଡ କରୁଛି । ଏକ ରିପୋର୍ଟ ଅନୁସାରେ ପଞ୍ଜଶୀରରେ ଆତଙ୍କବାଦୀମାନେ ନୀରିହ ଆଫଗାନ ନାଗରିକଙ୍କୁ  ହତ୍ୟା କରୁଛନ୍ତି ।

ପଞ୍ଜଶୀର ହେଉଛି ସେହି ସ୍ଥାନ ଯାହାକୁ ତାଲିବାନ ଅକ୍ତିଆର କରିପାରୁ ନାହିଁ । ଏଠାରେ ରେଜିଷ୍ଟାନ୍ସ ଫୋର୍ସର ଯୋଦ୍ଧାମାନେ ଆତଙ୍କବାଦୀଙ୍କୁ ପ୍ରତିରୋଧ କରି ରଖିଛନ୍ତି ।ପୁରାଇ ଦେଉନାହାଁନ୍ତି । ଉଭୟ ପକ୍ଷ ମଧ୍ୟରେ ଏଥିପାଇଁ ଘମାଘୋଟ ଲଢେଇ ଜାରି ରହିଛି । ପଞ୍ଜଶୀର ପାର୍ବତ୍ୟାଞ୍ଚଳ ଭଳି ଥିବାରୁ ସେଠାରେ ତାଲିବାନକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଛି । କିନ୍ତୁ ନିକଟରେ ତାଲିବାନ ଏକ ଭିଡିଓ ଜାରି କରି ଏହି ଅଞ୍ଚଳକୁ କବଜା କରିଥିବା ଦାବି କରିଥିଲା ।

ବିବିସିର ଏକ ରିପୋର୍ଟ ଅନୁସାରେ, ଅନେକ ଭିଡିଓ ଭାଇରଲ ହେଉଛି । ଯେଉଁଥିରେ ତାଲିବାନୀ ସାଧାରଣ ନାଗରିକଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରୁଛନ୍ତି । ଏପରିଭାବେ ୨୦ ଜଣଙ୍କୁ ହତ୍ୟା କରାଯାଇଛି । ଯେତେବେଳେ ତାଲିବାନ ଏହି ଅଞ୍ଚଳକୁ କବଜା କରିଥିବା ଦାବି କରିଥିଲା, ସେତେବେଳେ ଏଠାକାର ଲୋକଙ୍କୁ ସୁରକ୍ଷା ଯୋଗାଇବ ବୋଲି ପ୍ରତିଶ୍ରୁତି ଦେଇଥିଲା  । ଯାହା ମିଛ ବୋଲି ପ୍ରମାଣିତ ହୋଇଛି ।

ତାଲିବାନର ଆତଙ୍କରେ ଏବେ ସାରା ଆଫଗାନିସ୍ତାନ ଥରହର । ନାଗରିକଙ୍କୁ ସୁରକ୍ଷା ପ୍ରତିଶ୍ରୁତି ଦେବା ସତ୍ତ୍ୱେ ଗଣହତ୍ୟା ଜାରି ରହିଛି । ଯାହା ତାଲିବାନର ଦୋମୁହାଁ ନୀତିକୁ ଦର୍ଶାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.