Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଭୋକର ଭୂଗୋଳ ଆଫଗାନିସ୍ତାନ : ଶ୍ରମିକମାନଙ୍କୁ କାମ ବଦଳରେ ଟଙ୍କା ନୁହେଁ ବରଂ ଗହମ ବାଣ୍ଟିବ ତାଲିବାନ

25/10/2021 at 9:07 PM

କାବୁଲ ୨୫/୧୦ : ଆଫଗାନିସ୍ତାନରେ ତାଲିବାନ ଶାସନ କ୍ଷମତା ହାତକୁ ନେବା ପରେ ଜନଜୀବନ ଅସ୍ବାଭାବିକ ହୋଇପଡିଛି । ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଫଗାନିସ୍ତାନର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ବିକାଶ ମୂଳକ କାର୍ଯ୍ୟ ସବୁଥିରେ ପ୍ରତିବନ୍ଧକ ଲାଗିରହିଛି ।

ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ, ଆଫଗାନିସ୍ତାନରେ ଲୋକମାନେ ବ୍ୟାପକ ଖାଦ୍ୟ ସଙ୍କଟ ଦେଇ ଗତି କରୁଛନ୍ତି । ଖୁବ କମ ସମୟ ମଧ୍ୟରେ ଭୋକରେ ଆଉଟପାଉଟ ହେବେ ଲୋକେ । ଦେଶରେ ଆର୍ଥିକ ସଙ୍କଟ ମଧ୍ୟ ଏବେ ବ୍ୟାପକ ରୂପ ଧାରଣ କଲାଣି । ଲୋକମାନଙ୍କୁ ରୋଜଗାର ଦେଇପାରୁନି ତାଲିବାନ । ଏହାରି ମଧ୍ୟରେ ତାଲିବାନ ସରକାର ଘୋଷଣା କରିଛି ଯେ, ଶ୍ରମିକମାନଙ୍କୁ କାମ ବଦଳରେ ପଇସା ନୁହେଁ ବରଂ କହମ ଦିଆଯିବ । ଏଣିକି ଆଫଗାନିସ୍ତାନରେ ଶ୍ରମିକମାନେ କାମ କରିବା ପରେ ପାରିଶ୍ରମିକ ବାବଦରେ ଟଙ୍କା ଦିଆଯିବ ନାହିଁ । କାମ କରି ସାରିବା ପରେ ଗୋଟିଏ ଲେଖାଏଁ ଗହମ ବସ୍ତା ଦିଆଯିବ ।

ତାଲିବାନ ସରକାର ଶ୍ରମିକମାନଙ୍କୁ ଦରମା ହିସାବରେ ଟଙ୍କା ବଦଳରେ ଗହମ ଦେବାକୁ ବାଧ୍ୟ ହେଉଛନ୍ତି। ପାକିସ୍ତାନୀ ଖବରକାଗଜ ଡନ୍‌ର ରିପୋର୍ଟ ଅନୁଯାୟୀ, ତାଲିବାନର ମଧ୍ୟବର୍ତ୍ତୀକାଳୀନ ସରକାର ଶ୍ରମ ବଦଳରେ ଲୋକଙ୍କୁ ଗହମ ଦେବାକୁ ଘୋଷଣା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ତାଲିବାନ କାବୁଲର ପ୍ରାୟ ୪୦ ହଜାର ଲୋକଙ୍କୁ ନିଯୁକ୍ତି ଯୋଗାଇଦେବାକୁ ଲକ୍ଷ୍ୟ ରଖିଛି। ଏହି ଯୋଜନା ଆଫଗାନିସ୍ତାନର ଅନେକ ପ୍ରମୁଖ ସହରରେ କାର୍ଯ୍ୟକାରୀ ହେବ ।

ତାଲିବାନର ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ, ଏହି ଯୋଜନା ଦେଶରେ ବେକାରୀ ମୁକାବିଲା ତଥା କ୍ଷୁଧା ମୁକାବିଲା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନା ଅଧୀନରେ ଦୁଇ ମାସ ମଧ୍ୟରେ କାବୁଲରେ ପ୍ରାୟ ୧୧,୬୦୦ ଟନ୍ ଗହମ ବଣ୍ଟନ କରାଯିବ । ଏହା ବ୍ୟତୀତ ହେରାଟ, ଜଲାଲାବାଦ, କାନ୍ଦାହାର, ମଜାର-ଇ-ସରିଫ୍ ଏବଂ ପୋଲ-ଇ-ଖୋମ୍‌ରୀ ସମେତ ଦେଶର ଅନ୍ୟାନ୍ୟ ସହରକୁ ୫୫ ହଜାର ଟନ୍ ଗହମ ବଣ୍ଟନ କରାଯିବାର ଯୋଜନା ରହିଛି। ଏହି ଯୋଜନା ଅଧୀନରେ ମରୁଡ଼ି ପରିସ୍ଥିତିର ମୁକାବିଲା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି ।

   Related Posts