ଆଫଗାନିସ୍ତାନରେ ବିପର୍ଯ୍ୟସ୍ତ ପରିସ୍ଥିତି : ନିୟନ୍ତ୍ରଣ କରିପାରୁନି ତାଲିବାନ, କିପରି ଚାଲିବ ଦେଶ ?

Published By : Prameya-News7 Bureau | October 03, 2021 IST

କାବୁଲ ୦୩/୧୦:  ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଦେଶରୁ ଶାନ୍ତି ଚାଲିଯାଇଛି । ଦୁର୍ଦ୍ଦିନକୁ ଚାଲିଯାଇଚି ଦେଶ । ହଜାରହଜାର ଲୋକ ବେସହାରା । ରୋଜଗାର ପାଉ ନାହାଁନ୍ତି । ଖାଇବାକୁ ବି ପଇସା ନାହିଁ । ଶୋଚନୀୟ ପରିସ୍ଥିତି ଦେଇ ଗତି କରୁଛନ୍ତି ଆଫଗାନ ନାଗରିକ । ଜମାଲ ନାମକ ଜଣେ ଆଫଗାନ ଯୁବକ ଦେଶର ପରିସ୍ଥିତି ବାବଦରେ ସୂଚନା ଦେଇଛନ୍ତି ।

ଜମାଲ କହିଛନ୍ତି ଯେ. ରାଜଧାନୀ କାବୁଲରେ ପ୍ରାୟ ୩୦ ଲକ୍ଷ ଲୋକ ବସବାସ କରୁଥିଲେ । ଜନଗହଳିପୂର୍ଣ୍ଣ କାବୁଲର ଅନେକ ଅଞ୍ଚଳ ଏବେ ଖାଁ ଖାଁ । ରାସ୍ତାରେ ଗାଡିମୋଟର ସଂଖ୍ୟା କମିଛି । ଲୋକଙ୍କ ପାଖରେ ଟଙ୍କା ନାହିଁ । ଏଟିଏମ କିମ୍ବା ବ୍ୟାଙ୍କରୁ ସାଧାରଣ ଲୋକେ ଟଙ୍କା ଉଟାଇ ପାରୁନାହାଁନ୍ତି । ଟଙ୍କା ଉଠାଣର ସୀମା ମଧ୍ୟ ତାଲିବାନ ଧାର୍ଯ୍ୟ କରିଛି । ବ୍ୟାଙ୍କ୍ କର୍ମଚାରୀମାନେ ମଧ୍ୟ ଚାପରେ ରହୁଛନ୍ତି । କାରବାର ଏକ ପ୍ରକାର ଶୂନ ହୋଇଯାଇଛି ।

ଅନେକ ପରିବାରର ରୋଜଗାରିଆ ଯୁବକ ଚାକିରୀ ପାଉନାହାଁନ୍ତି । ଅନେକଙ୍କୁ ଛଟେଇ କରାଯାଇଛି । କିଛି କମ୍ପାନୀ ମଧ୍ୟ ମଧ୍ୟ ହୋଇଯାଇଛି । ଦରମା ମଧ୍ୟ ମିଳୁନି । ଯେଉଁ ମହିଳାମାନେ ଜାତିସଙ୍ଘର କୌଣସି ପ୍ରକଳ୍ପରେ କାର୍ଯ୍ୟ କରୁଥିଲେ ସେମାନେ ଆଉ କାମକୁ ଯାଉ ନାହାଁନ୍ତି । ଦେଶ ଛାଡିବା କଥା ବିଚାର କରୁଛନ୍ତି । ଏପରିକି କୌଣସି ସରକାରୀ କାର୍ଯ୍ୟାଳୟରେ ଠିକ୍ ଭାବେ କାମ ହେଉନାହିଁ । ଚାରିଆଡେ ଭୟ ଓ ଆତଙ୍କର ନାହୋଲ ଖେଳିଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦାମ୍ ହୁହୁ ହୋଇ ବଢୁଛି । ବ୍ୟବସାୟୀମାନେ ଚଢା ଦାମରେ ଚାଷୀଙ୍କଠାରୁ ପରିବା କିଣୁଥିଲେ ମଧ୍ୟ ବିକ୍ରିରେ କମ୍ ଲାଭ ପାଉଛନ୍ତି ।

ସବୁଠାରୁ ବଡ କଥା ହେଲା ଯେ, ତାଲିବାନ ଏବେ ଦେଶରେ ଚାଲିଥିବା ଅସ୍ଥିରାବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଅକ୍ଷମ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ପାଖରେ କିପରି ସଙ୍କଟକୁ ପ୍ରତିହତ କରାଯିବ ସେନେଇ ଅଭିଜ୍ଞତା ନାହିଁ । ଦେଶରେ ଏବେ ତାଲିବାନ ଆଇଟି ଶିଳ୍ପକୁ ଚଳାଇଛି । ଯାହାର ଭବିଷ୍ୟତ ଅନ୍ଧାର ହୋଇ ପଡିଛି ।  ଦେଶର ଭବିଷ୍ୟତ ମଧ୍ୟ ଦିନକୁ ଦିନ ବିଗୁଡିଥିବା ନଜର ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.