Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଆଫଗାନ୍ ମହିଳାଙ୍କ ନୂଆ ରୂପ, ବୁର୍ଖା ପିନ୍ଧି ତାଲିବାନ ସପକ୍ଷରେ କଲେ ଶୋଭାଯାତ୍ରା

12/09/2021 at 12:05 PM

କାବୁଲ,୧୨/୦୯:  ତାଲିବାନର ସମର୍ଥନରେ ଆଫଗାନ ମହିଳା । କାବୁଲରେ ଶନିବାର ଚିତ୍ର ଥିଲା ଭିନ୍ନ । ମୁଣ୍ଡରୁ ଗୋଡ ଯାଏଁ ବୁର୍ଖା ପିନ୍ଧି ରାସ୍ତାରେ ଶୋଭାଯାତ୍ରା କରିଛନ୍ତି ମହିଳା । ସେମାନେ ହାତରେ ତାଲିବାନର ପତାକା ଧରିଥିବା ମଧ୍ୟ ଦେଖିବାକୁ ମିଳିଛି ।

ଗତ କିଛିଦିନ ଧରି ଲଗାତର ମହିଳାମାନେ ତାଲିବାନ ବିରୋଧରେ ପ୍ରଦର୍ଶନ କରୁଥିଲେ । କିନ୍ତୁ ଶନିବାର ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଥିଲା  । ମହିଳାମାନେ ହାତରେ ପ୍ଲାକାର୍ଡ ଧରି ତାଲିବାନ ସମର୍ଥନରେ ବାହରିଥିଲେ । ଏହା ତାଲିବାନର ନୂଆ ଚାଲ୍ କିମ୍ବା ମହିଳାଙ୍କୁ ଭୟଭୀତ କରି ଏପରି କରାଯାଇଥିବା କୁହାଯାଉଛି।

ତାଲିବାନର ସମର୍ଥନରେ ବାହାରିଥିବା ମହିଳାମାନେ ଭାଷଣରେ କହୁଛନ୍ତି ଯେ, ଦେଶ ଛାଡି ପଳାୟନ କରିଥିବା ମହିଳା ସେମାନଙ୍କ ପ୍ରତିନିଧି ନଥିଲେ । ସହିଦ ରବ୍ବାନୀ ୟୁନିଭର୍ସିଟିରେ ଆୟୋଜିତ ଏହି ସମାବେଶରେ ମହିଳାମାନେ ଏକାଧିକ ତାଲିବାନୀ ପତାକା ଧରିଥିଲେ ।

ଜଣେ ମହିଳା ବକ୍ତା କହିଥିଲେ ଯେ, ସେ ସେହି ମହିଳାଙ୍କ ବିରୋଧରେ ତାଲିବାନ ପାଇଁ ରାଲି କରିଛନ୍ତି ଯେଉଁମାନେ ଦେଶ ଛାଡି ପଳାୟନ କରିଛନ୍ତି । ପୂର୍ବ ସରକାର ମହିଳାଙ୍କ ସୁନ୍ଦର ଚେହେରା ଦେଖି ଚାକିରୀ ଦେଇଥିଲେ । ସୂଚନାଯୋଗ୍ୟ, ଏହି ଶୋଭାଯାତ୍ରାରେ ଅନେତ ତାଲିବାନୀ ଆତଙ୍କବାଦୀ ବନ୍ଧୁକ ଧରି ବୁଲୁଥିବା ଦେଖିବାକୁ ମିଳିଥିଲା ।

   Related Posts