Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ରାଜ୍ୟପାଳଙ୍କୁ ଭେଟି ଦେଲେ ରିଜାଇନ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୧ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୯୫ କୋଭିଡ୍ ପଜିଟିଭ୍
  • ||
  • ଉପରୁ ମୁଣ୍ଡରେ କମୁଛି ବନ୍ୟାଜଳ ପ୍ରବାହ, ବନ୍ଦ ହେଲା ହୀରାକୁଦର ୪ ଗେଟ୍
  • ||
  • ବିଲକୁ ଯାଇଥିଲେ ଚାଷୀ, ଦଳି ମାରିଦେଲା ଦନ୍ତା
  • ||
  • ଗୋଟିଏ ଟ୍ରକ୍ ଧକ୍କା ଦେଲା, ଆଉ ଏକ ଟ୍ରକ୍ ଚାପିଦେଲା : ରାସ୍ତା ପାର୍ ବେଳେ ଜୀବନ ହାରିଲେ ସୁବାଷ
  • ||
  • ରାତିରେ ହଠାତ ଘରେ ପଶିଗଲା ଦନ୍ତା, ନାବାଳକକୁ ଆକ୍ରମଣ କରି ମାରିଦେଲା…
  • ||
  • ଦେବୀଗଡା ଘାଟ ନିକଟରୁ ବିଶାଳ ଅଜଗର ଉଦ୍ଧାର, ବନ୍ୟା ଜଳରେ ଭାସି ଆସିଥିବା ସନ୍ଦେହ
  • ||

ଇମ୍ରାନଙ୍କ ମନ୍ତବ୍ୟର ଜବାବ ରଖିଲେ ଆଫଗାନ ରାଷ୍ଟ୍ରଦୂତ, କହିଲେ କୌଣସି ଗୁଣରେ ‘ସାଧାରଣ ନାଗରିକ’ ନୁହନ୍ତି ତାଲିବାନ

30/07/2021 at 8:21 PM

ନୂଆଦିଲ୍ଲୀ ୩୦।୭: ଆତଙ୍କବାଦୀଙ୍କୁ ସୀମା ମଧ୍ୟରେ ଅଟକାଇ ରଖିବାନେଇ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଦେଇଥିବା ମନ୍ତବ୍ୟର ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମାମୁଣ୍ଡଜେ ଜବାବ ରଖିଛନ୍ତି। ଇମ୍ରାନ ତାଲିବାନମାନଙ୍କୁ ସାଧାରଣ ନାଗରିକ ବୋଲି ଅଭିହିତ କରିଥିଲେ। ଏମାନେ ସୈନ୍ୟ ସଙ୍ଗଠନ ନୁହନ୍ତି ଯେଉଁମାନଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ କରିହେବ ବୋଲି କହିଥିଲେ। ତେବେ ଫରିଦ ମାମୁଣ୍ଡ ଜେ ସେମାନେ କୌଣସି ଗୁଣରେ ବି ସାଧାରଣ ନାଗରିକ ନୁହନ୍ତି ବୋଲି କହିଛନ୍ତି।

ସେ କହିଛନ୍ତି ଯେ ପାକିସ୍ତାନ ଏବେ ୩ ନିୟୁତ ତାଲିବାନଙ୍କ ଘର ପାଲଟିଛି। ଯେଉଁମାନଙ୍କୁ ପାକିସ୍ତାନ ଆଫଗାନ ଶରଣାର୍ଥୀ ବୋଲି କହୁଛି ସେମାନଙ୍କ ମଧ୍ୟରୁ ଅଧିକାଂସ ପାସ୍ତୁତନ ଜାତୀୟ ସମୂହ ବା ତାଲିବା ଯୋଦ୍ଧା। ଯେଉଁମାନେ ବିଶ୍ୱର ମାନବଜାତିର ସବୁଠାରୁ କ୍ରୁରତମ ଲୋକେ ବୋଲି ମାମୁଣ୍ଡଜେ କହିଛନ୍ତି। କୌଣସି ମଣିଷ କେବେ ମଣିଷ ଲାଗି ଏତେ ନିଷ୍ଠୁର ହୋଇପାରିବନି ଯେତିକି ତାଲିବାନମାନେ। ଏଥିରେ ସେମାନଙ୍କ ପ୍ରତି  ଇମ୍ରାନଙ୍କ ଦୁର୍ବଳତା ଆତଙ୍କବାଦ ସଂରକ୍ଷଣରେ ଇମ୍ରାନଙ୍କ ମାନସିକତାକୁ ପ୍ରମାଣିତ କରୁଥିବା ମୁମୁଣ୍ଡଜେ କହିଛନ୍ତି।

ସାଧାରଣ ଲୋକେ କରୁଥିବା ଅପରାଧକୁ କ୍ଷମା କରାଯାଇପାରେ। କାରଣ ଅପରାଧ ନିଶ୍ଚିତ ଭାବେ ବର୍ବର ହୋଇନପାରେ। ହେଲେ ତାଲିବାନଙ୍କ ବର୍ବରତା ସମସ୍ତ ସୀମା ପାର କରିଥିବା ସେ କହିଛନ୍ତି। ଦୀର୍ଘ ସମୟରୁ ପାକିସ୍ତାନ ବିରୋଧରେ ଇସ୍ଲାମ ମୌଳବାଦୀ ସମୂହଂଙ୍କୁ ସୈନ୍ୟ, ଆର୍ଥିକ ଓ ଗୁଇନ୍ଦା ସହଯୋଗ କରିଆସୁଥିବାର ଅଭିଯୋଗ ହେଉଛି। ୟୁଏନ ଆନାଲିଟିକାଲ ସପୋର୍ଟ ଏଣ୍ଡ ସାଙ୍କସନ ମନିଟରିଂ ଟିମ୍‌ଙ୍କ ଏକ ରିପୋର୍ଟ ଅନୁସାରେ ପାକିସ୍ତାନ ତେହେରିକ ଏ ତାଲିବାନ (ଟିଟିପି)ର ପ୍ରାୟ ୬ହଜାର ଆତଙ୍କବାଦୀ ଏବେବି ଆଫଗାନିସ୍ତାନ ସୀମାରେ ସକ୍ରିୟ ଅଛନ୍ତି।

ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍କ ୟି ମଧ୍ୟ ଆଫଗାନିସ୍ତାନରେ ତାଲିବାନ ଏକ ଜଟିଳ ଗୁରୁତ୍ୱପୂର୍ଣ୍ଣ ଓ ରାଜନୈତିକ ଶକ୍ତି ବୋଲି ସ୍ୱୀକାର କରିଛନ୍ତି। ଏହି ଆତଙ୍କବାଦୀମାନେ ଚୀନ୍‌ ଲାଗି ମଧ୍ୟ ଚିନ୍ତାର କାରଣ। ଏପରି କ୍ଷେତ୍ରରେ ଯଦି ତାଲିବାନ ଆଫଗାନିସ୍ତାନ ଦଖଲ କରନ୍ତି ଏହା ଅଲ-କାଏଦା ସମର୍ଥିତ ପୂର୍ବ ତୁର୍କିସ୍ତାନ ଇସ୍ଲାମିକ ମୁଭମେଣ୍ଟ(ଅଇଟିଆଇଏମ)ର କେନ୍ଦ୍ରସ୍ଥଳରେ ପରିଣତ ହେବ ବୋଲି ୟି କହିଥିଲେ ବୋଲି ମାମୁଣ୍ଡଜେ କହିଛନ୍ତି।   

   Related Posts