Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଯୁବତୀଙ୍କ ପ୍ରତି ତାଲିବାନର କ୍ରୁର ଚେହେରା, ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ରୀଙ୍କ ପାଇଁ ଜାରିକଲା ଏହି ନିୟମ

6/09/2021 at 3:10 PM

ନୂଆଦିଲ୍ଲୀ ୦୬/୦୯ : ଆଫଗାନିସ୍ତାନରେ ମହିଳାଙ୍କ ପ୍ରତି ତାଲିବାନର କ୍ରୁର ଚେହରା ପୁଣିଥରେ ସାମ୍ନାକୁ ଆସିଛି। ତାଲିବାନ ଫରମାନ ଜାରି କରିଛି ଯେ ୟୁନିଭର୍ସିଟିରେ ପଢ଼ୁଥିବା ଛାତ୍ରୀଙ୍କୁ ଅବାୟା ରୋବ୍ ଓ ନିକାବ ପିନ୍ଧି ଆସିବାକୁ ପଡିବ ଯେପରି ସେମାନଙ୍କ ମୁହଁ ସମ୍ପୂର୍ଣ୍ଣ ଢାଙ୍କି ହୋଇ ରହିବ।

ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଅଲଗା କଲେଜ ଚଲାଇବାକୁ ଆଦେଶ ଦିଆଯାଇଛି। ଯଦି ଅଲଗା ଅଲଗା କଲେଜ ନ ହୁଏ ତାହେଲେ ପୁଅମାନଙ୍କୁ ଓ ଝିଅମାନଙ୍କୁ ଅଲଗା ଅଲଗା ଧାଡିରେ ବସାଇ ମଝିରେ ପରଦା ପକାଇବାକୁ କୁହାଯାଇଛି। ତାଲିବାନ ଆଦେଶ ଅନୁଯାୟୀ ଛାତ୍ରୀମାନଙ୍କୁ ପଢ଼ିବାକୁ ମହିଳା ଶିକ୍ଷକ ରଖିବାକୁ ଆଦେଶ ଦିଆଯାଇଛି। ଆଦେଶ ଅନୁଯାୟୀ ଯଦି ଏହା ନ ହୋଇପାରେ ତାହେଲେ ଛାତ୍ରୀମାନଙ୍କୁ ପଢ଼ିବାକୁ ବୃଦ୍ଧ ପୁରୁଷ ଅଧ୍ୟାପକ ରଖାଯିବ।

ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ତାଲିବାନ ଏକ ଲମ୍ବା ଚଉଡା ଆଦେଶ ଜାରି କରିଛି। ତାଲିବାନ ସ୍କୁଲ ଓ କଲେଜ ଖୋଲିବାକୁ ଅନୁମତି ଦେଇଛି ନିଶ୍ଚୟ କିନ୍ତୁ ବର୍ତ୍ତମାନ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି।

ତାଲିବାନର ଆଦେଶ ସମସ୍ତ ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟ ଉପରେ ଲାଗୁ ହେବ ଯାହା ୨୦୦୧ରେ ତାଲିବାନ ଶାସନ ପରେ ଆରମ୍ଭ ହୋଇଛି। ୨୦୦୧ ପୂର୍ବରୁ ତାଲିବାନ ଶାସନ ସମୟରେ ମହିଳାଙ୍କୁ ପାଠରୁ ବଞ୍ଚିତ ରଖାଯାଇଥିଲା। ଘରୁ ବାହାରକୁ ଯିବାକୁ ହେଲେ ପୁରୁଷ ସମ୍ପର୍କୀୟଙ୍କ ସହ ଯିବା ଅନିବାର୍ଯ୍ୟ ଥିଲା।

ତାଛଡା ବିଦ୍ରୋହୀ ସଂଗଠନ ନ୍ୟାସନାଲ ରେସିଷ୍ଟାଣ୍ଟ ଫ୍ରଣ୍ଟ NRF ତାଲିବାନର ଏହି ଦାବିକୁ ଭୁଲ ବୋଲି କହିଛି। NRF କହିଛି ଯେ ପଞ୍ଜଶିରରେ ତାଲିବାନ କବଜା ଖବର ମିଛ। NRF କହିଛି ମୁଖ୍ୟ ପୋଷ୍ଟଗୁଡିକରେ ତାଙ୍କ କମାଣ୍ଡୋ ନିୟୋଜିତ ଅଛନ୍ତି। ଏହାସହ ପଞ୍ଜଶିର ଘାଟିରେ ଭିନ୍ନ ଭିନ୍ନ ସ୍ଥାନରେ ଯୋଦ୍ଧା ଉପସ୍ଥିତ ଅଛନ୍ତି ଯୁଦ୍ଧ ଜାରି ରହିଛି ବୋଲି ସେ କହିଛି। ଆଫଗାନିସ୍ତାନର ଲୋକମାନେ ଏହି ସଂଗ୍ରାମ ଜାରି ରଖିବେ ବୋଲି ଏନଆରଏଫ ଆଶା ରଖିଛି।

   Related Posts