ସୋମନାଥ ମନ୍ଦିରରେ ହମଲା କରିଥିବା ମହମ୍ମୁଦ ଗଜନବିର କବରରେ ଅନସ ହକ୍କାନି: ପ୍ରଶଂସା କରି କହିଲେ, 'ସେ ଏକ ପ୍ରସିଦ୍ଧ ମୁସଲିମ ଯୋଦ୍ଧା'

Published By : Prameya-News7 Bureau | October 06, 2021 IST

ନୂଆଦିଲ୍ଲୀ ୦୬/୧୦ : ଯେଉଁ ମହମ୍ମୁଦ ଗଜନବି ଭାରତରେ ୧୭ ଥର ଆକ୍ରମଣ କରିଥିଲା ଓ ସୋମନାଥ ମନ୍ଦିରରେ ହମଲା କରିଥିଲା, ତାଲିବାନ ବର୍ତ୍ତମାନ ତାର ଗୁଣ ଗାନ କରୁଛି। କାବୁଲରେ କବଜା କରିବା ୨ ମାସ ବି ହେଇନି ତାଲିବାନ ନିଜ ଅସଲ ରଙ୍ଗ ଦେଖାଇବା ଆରମ୍ଭ କରିଦେଲାଣି। ତାଲିବାନୀ ନେତା ଅନସ ହକ୍କାନି ମଙ୍ଗଳବାର ଦିନ ମହମ୍ମୁଦ ଗଜନବିର କବର ଗସ୍ତ କରି ପ୍ରଶଂସା କରିଛି। ଗଜନବି ୧୭ ବିଂଶ ଶତାବ୍ଦୀରେ ଗୁଜୁରାଟ ସୋମନାଥ ମନ୍ଦିରରେ ହମଲା କରିଥିଲା। କୁଖ୍ୟାତ 'ହକ୍କାନି ନେଟୱାର୍କ'ର ତାଲିବାନ ସରକାର ନୂଆ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନିର ସାନ ଭାଇ ଅନସ ହକ୍କାନି ଗଜନବିକୁ 'ଏକ ପ୍ରସିଦ୍ଧ ମୁସଲିମ ଯୋଦ୍ଧା' ବୋଲି କହି ମହିମାମଣ୍ଡିତ କରିଛନ୍ତି।

ଅନସ ହକ୍କାନି ଟ୍ୱିଟ କରି ଲେଖିଛନ୍ତି, ଆଜି ଆମେ ଦଶମ ଶତାବ୍ଦୀର ଜଣେ ପ୍ରସିଦ୍ଧ ମୁସଲିମ ଯୋଦ୍ଧା ଓ ମୁଜାହିଦ ସୁଲତାନ ମହମ୍ମୁଦ ଗଜନବିଙ୍କ ଦରଗାହ ଗସ୍ତ କରିଛୁ। ଗଜନବି ଗଜନି କ୍ଷେତ୍ରରେ ଏକ ମଜବୁତ ମୁସଲମାନ ଶାସନ ସ୍ଥାପିତ କରିଛନ୍ତି ଓ ସୋମନାଥ ମୂର୍ତ୍ତି ଭାଙ୍ଗିଥିଲେ।' ଅନସ ହକ୍କାନି କବରର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

wp:embed {"url":"https://twitter.com/AnasHaqqani313/status/1445435933214617602?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1445435933214617602%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.livehindustan.com%2Finternational%2Fstory-taliban-leader-anas-haqqani-praises-mahmud-ghaznavi-who-attacked-somnath-temple-4752996.html","type":"rich","providerNameSlug":"twitter","responsive":true}
https://twitter.com/AnasHaqqani313/status/1445435933214617602?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1445435933214617602%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.livehindustan.com%2Finternational%2Fstory-taliban-leader-anas-haqqani-praises-mahmud-ghaznavi-who-attacked-somnath-temple-4752996.html
/wp:embed

ମହମ୍ମୁଦ ଗଜନବି ତୁର୍କ ବଂଶର ପ୍ରଥମ ସ୍ୱତନ୍ତ୍ର ଶାସକ ଥିଲା ଯିଏ ଖ୍ରୀଷ୍ଟପୂର୍ବ ୯୯୮ ରୁ ୧୦୩୦ ଯାଏଁ ଶାସନ କରିଥିଲେ। ଇତିହାସ ଅନୁଯାୟୀ, ଗଜନବି ଭାରତରେ ୧୭ ଥର ଆକ୍ରମଣ କରିଥିଲା ଓ ୧୦୨୪ AD ରେ ସୋମନାଥ ମନ୍ଦିର ଭାଙ୍ଗିଥିଲା। ସୋମନାଥ ମନ୍ଦିର ଭଗବାନ ଶିବଙ୍କ ମନ୍ଦିର। ଗଜନବି ବିଶେଷକରି ହିନ୍ଦୁ ମନ୍ଦିରମାନଙ୍କୁ ଟାର୍ଗେଟ କରିଥିଲା କାରଣ ସେତେବେଳେ ଭାରତରେ ମନ୍ଦିର ହିନ୍ଦୁମାନଙ୍କ ପାଇଁ ଧନ, ଅର୍ଥବ୍ୟବସ୍ଥା ଓ ବିଚାରଧାରାର କେନ୍ଦ୍ର ଥିଲା।

ଅନସ ହକ୍କାନି ଦୋହାରେ ନିଜର ରାଜନୈତିକ କାର୍ଯ୍ୟାଳୟରେ ତାଲିବାନର ବାର୍ତା ଦଳର ସଦସ୍ୟ ଥିଲା। ହକ୍କାନି ନେଟୱାର୍କ ଓ ତାଲିବାନ ୧୯୯୦ ଦଶକରେ ନିକଟତର ହୋଇଥିଲେ ଓ ଏବେ ବି ବର୍ବର ଆତଙ୍କୀ ସମୂହ ହକ୍କାନି ତାଲିବାନର ନେତୃତ୍ୱାଧୀନ ସରକାରର ଅଂଶ। ସିରାଜୁଦ୍ଦିନ ହକ୍କାନି ଏକ ଗ୍ଲୋବାଲ ଆତଙ୍କବାଦୀ ଓ ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖ୍ୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.