Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ସୀମା ଟପିଲା ତାଲିବାନର କ୍ରୁରତା : ଆତ୍ମସମର୍ପଣ କରିଥିବା କମାଣ୍ଡୋଙ୍କୁ ବି ଛାଡିଲେନି, ୨୨ ଜଣଙ୍କୁ ଗୁଳିକରି ହତ୍ୟା

14/07/2021 at 2:00 PM

ଦୌଲତାବାଦ,୧୪/୦୭: ଆଫଗାନିସ୍ତାନରୁ ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ତାଲିବାନ ଦେଶର ବୃହତ ଅଂଶକୁ ନିୟନ୍ତ୍ରଣ କରିବାକୁ ଦାବି କରିଛି । ଦେଶର ଅନେକ ସ୍ଥାନରେ ତାଲିବାନ ହିଂସା ଜାରି ରହିଛି ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀମାନେ ମଧ୍ୟ ମିଳିତ ହେଉଛନ୍ତି । ଏହି ହିଂସା ମଧ୍ୟରେ ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଲିବାନ ଆତଙ୍କବାଦୀମାନେ ୨୨ ଜଣ ଅସ୍ତ୍ରଶସ୍ତ୍ର ଆଫଗାନିସ୍ତାନ କମାଣ୍ଡୋଙ୍କୁ ଗୁଳି ଚଳାଇଥିବାର ନଜର ଆସିଛନ୍ତି।

ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀଙ୍କ ବର୍ବରତା ଚରମ ସୀମାରେ ପହଞ୍ଚିଛି । ସେମାନେ ଆଫଗାନ୍‌ ସେନା ଉପରେ କବ୍‌ଜା କରିବାକୁ ଯାଇ ସୈନିକଙ୍କର ହତ୍ୟା କରୁଛନ୍ତି । ଏ ନେଇ କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ସଦ୍ୟ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ତାଲିବାନ୍‌ ଆତଙ୍କୀମାନେ ୨୨ ଆଫଗାନ୍‌ କମାଣ୍ଡୋଙ୍କୁ ଗୁଳିକରି ହତ୍ୟା କରୁଥିବା ଦେଖିବାକୁ ମିଳିଛି ।

ଆଫଗାନ୍‌ ସ୍ପେସାଲ୍‌ ଫୋର୍ସେସ୍‌ ୟୁନିଟ୍‌ର ଏହି ସଦସ୍ୟମାନଙ୍କୁ ଆତ୍ମସମର୍ପଣ ପାଇଁ ପ୍ରଥମେ କୁହାଯାଇଥିଲା । ଏହାପରେ ସେମାନେ କଥା ମାନି ବାହାରକୁ ବାହାରିଥିଲେ । ସେମାନଙ୍କ ହାତରେ କୌଣସି ଅସ୍ତ୍ରଶସ୍ତ୍ର ନ ଥିଲା । କିନ୍ତୁ ନିଷ୍ଠୁର ତାଲିବାନ୍‌ ଆତଙ୍କୀ ସେମାନଙ୍କ ଉପରେ ଗୁଳି ଚଳାଇଥିଲେ । ଜଣକ ପରେ ଜଣେ ସେଠାରେ ଟଳିପଡ଼ିଥିଲେ । ଜୁନ୍‌ ୧୬ରେ ଏହି ଘଟଣା ଆଫଗାନିସ୍ତାନ-ତୁର୍କମେନିସ୍ତାନ ସୀମା ସଂଲଗ୍ନ ଫର୍‌ୟାବ୍‌ ପ୍ରଦେଶର ଦୌଲତାବାଦ ସହରରେ ଘଟିଛି ।

୪୫ ସେକେଣ୍ଡର ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । ରିପୋର୍ଟ ଅନୁସାରେ ଉଭୟ ପକ୍ଷ ମଧ୍ୟରେ କିଛି ଘଣ୍ଟା ଧରି ଯୁଦ୍ଧ ହେବା ପରେ ଆଫଗାନ୍‌ କମାଣ୍ଡୋଙ୍କ ଅସ୍ତ୍ରଶସ୍ତ୍ର ଶେଷ ହୋଇଯାଇଥିଲା । ଫଳରେ ସେମାନେ ଆତ୍ମସମର୍ପଣ ପାଇଁ ବାଧ୍ୟ ହୋଇଥିଲେ । ଆଫଗାନିସ୍ତାନରୁ ଆମେରିକା ଏହାର ସେନା ଅପସାରଣ ପାଇଁ ନିଷ୍ପତ୍ତି ନେବା ପରେ ଏଠାରେ ତାଲିବାନ୍‌ ଆତଙ୍କୀଙ୍କ ଦବ୍‌ଦବା ବଢ଼ିବାରେ ଲାଗିଛି ।

ଦେଶର ୮୫% ଅଞ୍ଚଳକୁ ଏମାନେ ନିଜ କବ୍‌ଜାକୁ ନେଇସାରିଲେଣି । ଏହାଯୋଗୁ ଦେଶର ସ୍ଥିତି ବିଗିଡ଼ିବାରେ ଲାଗିଛି । ତାଲିବାନ୍‌ର ଜଣେ ମୁଖପାତ୍ରଙ୍କ କହିବାନୁଯାୟୀ ଏବେ ଆହୁରି ୨୪ କମାଣ୍ଡୋଙ୍କୁ ବନ୍ଦୀ କରାଯାଇଛି । ଏମାନଙ୍କୁ ଫର୍‌ୟାବ ପ୍ରଦେଶରୁ ଗିରଫ କରାଯାଇଥିଲା । କିନ୍ତୁ ଏବେ ଏମାନଙ୍କୁ ହତ୍ୟା କରାଯିବ ନାହିଁ ।

   Related Posts