Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଉପରାଷ୍ଟ୍ରପତି ସାଲେହଙ୍କ ଭାଇକୁ ଖିନଭିନ୍‌ କରି ହତ୍ୟାକଲା ତାଲିବାନ, ପଞ୍ଜଶୀର ଲଢେଇରେ ଧରି ମାରିଦେଲେ

10/09/2021 at 6:04 PM

କାବୁଲ ୧୦/୦୯ : ଆଫଗାନିସ୍ତାନରେ ଜାରି ରହିଛି ତାଲିବାନର ବର୍ବରତା । ଆଜି ପୁଣି ଥରେ ତାଲିବାନ ଜାଲରେ ଫଶିଛି ବଡ ମାଛ । ଆଫଗାନିସ୍ତାନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନ ଆତଙ୍କବାଦୀ । ପ୍ରଥମେ ତାଙ୍କୁ ଅପହରଣ ପରେ ଜଘନ୍ୟ ଭାବେ ତାଙ୍କୁ ହତ୍ୟା କରାଯାଇଛି । ପଞ୍ଜଶୀର ଘାଟିରେ ଯେଉଁଠିକି ତାଲିବାନ କବ୍‌ଜା କରିବା ପାଇଁ ଏବେବି ସଂଘର୍ଷ ଜାରି ରଖିଛି ସେହିଠାରେ ହିଁ ଅମରୁଲ୍ଲା ସାଲେହଙ୍କ ବଡ ଭାଇ ରୋହୁଲ୍ଲା ସାଲେହଙ୍କୁ ହତ୍ୟା କରିଛି ତାଲିବାନ ।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତିରେ ତାଲିବାନ ଏବଂ ନର୍ଦନ ଆଲିଆନ୍ସ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା । ତେବେ ଏହି ସଂଘର୍ଷ ମଧ୍ୟରେ ହିଁ ଅମରୁଲ୍ଲା ସାଲେହଙ୍କ ବଡ ଭାଇଙ୍କୁ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କବାଦୀ । ତାଙ୍କୁ ଅପହରଣ କରି ଖୁବ ଯନ୍ତ୍ରଣା ଦେବା ସହ ହତ୍ୟା କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ରୋହୁଲ୍ଲା ସାଲେହଙ୍କ ମୃତ୍ୟୁକୁ ନେଇ ଅଧିକାରିକ ସୂଚନା ଦିଆଯାଇନାହିଁ । ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଏ ନେଇ କୌଣସି ସୂଚନା ଦେଇନାହାନ୍ତି ।

अमरुल्लाह सालेह के बड़े भाई से तालिबान ने की दरिंदगी

ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ କବ୍‌ଜା କରିସାରିଥିବା ତାଲିବାନ ପଞ୍ଜଶୀରକୁ ଦଖଲ କରିବା ପାଇଁ ସଂଘର୍ଷ ଜାରି ରଖିଛି । ପଞ୍ଜଶୀର ଘାଟିରେ ତାଲିବାନର ମୁକାବିଲା କରୁଛନ୍ତି ମାସୁଦ ସେନା । ଅହମ୍ମଦ ମାସୁଦ ଏବଂ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ନେତୃତ୍ବରେ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । କୌଣସି ମତେ ତାଲିବାନୀ ଆତଙ୍କବାଦୀଙ୍କୁ ପଞ୍ଜଶୀରରେ ପ୍ରବେଶ କରିବାକୁ ଦେଉନାହାନ୍ତି ମାସୁଦ ସେନା । ଅମରୁଲ୍ଲା ସାଲେହଙ୍କ NRF ଏବଂ ଅହମ୍ମଦ ମାସୁଦଙ୍କ ମାସୁଦ ସେନା କଡା ଟକ୍କର ଦେଉଛନ୍ତି ।

ତେବେ ବର୍ତ୍ତମାନ ଆଫଗାନିସ୍ତାନର ଉପରାଷ୍ଟ୍ରପତି ତଥା ଅଶରଫ୍‌ ଘନୀ ଦେଶ ଛାଡି ଚାଲିଯିବା ପରେ ନିଜକୁ ରାଷ୍ଟ୍ରପତି ଭା​ବେ ବିବେଚିତ କରିଥିଲେ ଅମରୁଲ୍ଲା ସାଲେହ । ଏବେ ତାଙ୍କ ବଡ ଭାଇ ରୋହୁଲ୍ଲା ସାଲେହଙ୍କୁ ତାଲିବାନୀମାନେ ନିର୍ମମ ଭାବେ ହତ୍ୟା କରିବା ପରେ ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧ ଆହୁରି ତୀବ୍ର ହେବ ବୋଲି କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ଅନେକ ନିରୀହ ତଥା ସାଧାରଣ ଲୋକଙ୍କୁ ହତ୍ୟା କରିଛି ତାଲିବାନ ।

   Related Posts