Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପାକିସ୍ତାନ ଯୋଗୁ ତାଲିବାନ ବି ଏବେ ଫାଳଫାଳ : କ୍ଷମତା ପାଇଁ ମୁଲ୍ଲା ବରାଦର ଓ ହକ୍କାନୀ ମୁହାଁମୁହିଁ, ନିଜ ନିଜ ଭିତରେ ସଂଘର୍ଷ !

7/09/2021 at 5:42 PM

କାବୁଲ ୦୭/୦୯ : ଆଫଗାନିସ୍ତନାକୁ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଥିବା ତାଲିବାନ ଏବେ ସରକାର ଗଠନ ପାଇଁ ସଜବାଜ ହେଲାଣି । କିନ୍ତୁ ତାଲିବାନର ଶୀର୍ଷ ନେତା କିଏ ହେବ ଏବେ ସେ ନେଇ ବିବାଦ ଆରମ୍ଭ ହେଲାଣି । କ୍ଷମତାର ଶୀର୍ଷରେ କିଏ ରହିବ ସେ ନେଇ ୩ଟି ନାଁ ସାମ୍ନାକୁ ଆସୁଛି । ମୁଲ୍ଲା ଅବଦୁଲ ଗନୀ ବରାଦର, ହିବତୁଲ୍ଲାହ ଅଖୁଣ୍ଡଜାଦା ଏବଂ ସିରାଜୁଦ୍ଦୀନ ହକ୍କାନୀଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ତାଲିବାନର ସୁପର ପାଓ୍ବାର କିଏ ହେବ ସେ ନେଇ ଭାଗ ଛିଡୁନାହିଁ । ଯାହାଫଳରେ ନିଜ ନିଜ ମଧ୍ୟରେ ହିଁ ଗୋଷ୍ଠୀ ସଂଘର୍ଷ ଆରମ୍ଭ ହୋଇଯାଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ମୁଲ୍ଲା ବରାଦର ଏବଂ ସିରାଜୁଦ୍ଦୀନ ହକ୍କାନୀ ମଧ୍ୟରେ ସରକାର ଜଠନକୁ ନେଇ ଟକ୍‌ରାଟକ୍‌ରୀ ଜାରିରହିଛି । ଏହା ବାଦ୍‌ ଆଉ କିଛି ମାମଲାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ତୀବ୍ର ହେଉଥିବା ଜଣାପଡିଛି । ଯାହା ଫଳ​‌ରେ ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ବିଳମ୍ବ ହେବାରେ ଲାଗିଛି ।

Taliban internal conflict

ମୁଲ୍ଲା ଅବଦୁଲ ଗନୀ ବରାଦର ତାଲିବାନର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ପ୍ରବଳ ଦାବିଦାର ହୋଇଛି । ୧୯୯୪ ମସିହାରେ ୪ ଜଣ ମିଶି ତାଲିବାନ ପ୍ରତିଷ୍ଠା କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲା ମୁଲ୍ଲା ବରାଦର । ୨୦୦୧ରେ ଆଫଗାନିସ୍ତାନରେ ଯେତେବେଳେ ଆମେରିକା, ତାଲିବାନକୁ ସତ୍ତାରୁ ବିଦା କରିଥିଲା ସେତେବେଳେ ମୁଲ୍ଲା ବାରଦର ହିଁ ତାଲିବାନର ପ୍ରମୁଖ ଚେହେରା ହୋଇ ଛିଡା ହୋଇଥିଲା ।

ମୁଲ୍ଲା ବରାଦରକୁ ପ୍ରବଳ ବିରୋଧ କରୁଛି ହକ୍କାନୀ ନେଟଓ୍ବର୍କ । ହକ୍କାନୀ ନେଟ୍‌ଓ୍ବର୍କର ମୁଖ୍ୟ ସିରାଜୁଦ୍ଦିନ ହକ୍କାନୀ କୌଣସି ପରିସ୍ଥିତିରେ ମଧ୍ୟ ଅନ୍ୟ କାହାକୁ ସତ୍ତାରେ ରଖିବାକୁ ଚାହୁଁନାହିଁ । ତାଲିବାନ ସହିତ ଥାଇ ମଧ୍ୟ ଆଫଗାନିସ୍ତାନରେ ନିଜର ଏକ ସ୍ବତନ୍ତ୍ର ସଂଗଠନ ରଖିଛି ହକ୍କାନୀ । ଏହା ସତିତ ଗୁପ୍ତ ତଥ୍ୟ ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ସହିତ ମଧ୍ୟ ହକ୍କାନୀ ନେଟଓ୍ବର୍କର ଭଲ ସମ୍ପର୍କ ରହିଛି । ISI ମୁଖ୍ୟ ଫୈଜ ହମିଦ ଆଫଗାନିସ୍ତାନରେ ରହି ସରକାର ଗଠନ ପ୍ରକ୍ରିୟାରେ ସାମିଲ ହେବା ସହିତ ପଞ୍ଜଶୀର ଘାଟିରେ ହେଉଥିବା ଯୁଦ୍ଧ ଉପରେ ନଜର ରଖିଛନ୍ତି । ତେଣୁ କହିବାକୁ ଗଲେ ଆଫଗାନିସ୍ତାନରେ ତାଲିବାନର କେଉଁ ଗୋଷ୍ଠୀ ଶୀର୍ଷ କ୍ଷମତାରେ ରହିବେ ସେ ନେଇ ଖିଅ ବାହାରିପାରୁନାହିଁ ।

Taliban internal conflict

ପାକିସ୍ତାନ ସହିତ ଭଲ ସମ୍ପର୍କ ଥିବାରୁ ଆଫଗାନିସ୍ତାନରେ ନିଜେ କ୍ଷମତାରେ ରହିବାକୁ ଚାହୁଁଛି ହକ୍କାନୀ । ତେଣୁ ମୁଲ୍ଲା ବରାଦର ଏବଂ ସିରାଜୁଦ୍ଦିନ ହକ୍କାନୀ ମଧ୍ୟରେ ହିଂସା ତୀବ୍ର ହେବାର ଆଶଙ୍କା ଦେଖାଦେଇଛି । ନିଜ ତାକତ ବଳରେ ଆଫଗାନିସ୍ତାନରେ ବିଜୟୀ ହୋଇଥିବା କହିଛି ହକ୍କାନୀ । ଏହା ସହିତ ହକ୍କାନୀ ନେଟଓ୍ବର୍କକୁ ଚୀନର ମଧ୍ୟ ସମର୍ଥନ ରହିଥିବା ଜଣାପଡିଛି । ତେଣୁ କ୍ଷମତାରେ ରହିବାକୁ ଦାବି କରୁଛି ସିରାଜୁଦ୍ଦିନ ହକ୍କାନୀ । ତେବେ ଆଫଗାନିସ୍ତାନରେ କେବେ ଅସ୍ଥିରତା ଶେଷ ହେବ ଏବଂ କେବେ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷିତ ହେବ ତାହା ଦେଖିବା ବାକି ରହିଲା ।

Taliban internal conflict

   Related Posts