ଆଫଗାନିସ୍ତାନରେ ବେଆଇନ ଅସ୍ତ୍ରଶସ୍ତ୍ର ନିଷିଦ୍ଧ କଲେ ତାଲିବାନ ସରକାର, ରାସ୍ତାରେ ଚାଲିପାରିବନି କାଗଜପତ୍ର ନଥିବା ଗାଡି

Published By : Prameya-News7 Bureau | October 03, 2021 IST

କାବୁଲ ୩।୧୦: ଆଫଗାନିସ୍ତାନର ନୂଆ ତାଲିବାନ ସରକାର ଦେଶରେ କଟକଣା ଲାଗୁ କରିଛନ୍ତି। ଏଥିରେ ଅସ୍ତ୍ରଶସ୍ତ୍ର କାରବାର ଉପରେ ଅସ୍ଥାୟୀ ରୋକ ଲଗାଇଥିବା ରବିବାର ସ୍ଥାନୀୟ  ଗଣମାଧ୍ୟମରୁ ଜଣାପଡିଛି। ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ନିର୍ଦ୍ଦେଶ ଜାରି କରିଥିବା ସ୍ପୁଟନିକ ସମ୍ବାଦ ସରବରାହ ସଂସ୍ଥା ସୂଚିତ କରିଛନ୍ତି। ଏହି ଆଦେଶରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ସବୁ ପ୍ରକାର ଅସ୍ତ୍ରଶସ୍ତ୍ର, କାଗଜପତ୍ର  ନଥିବା ଯାନବାହନ କିଣାବିକା ଉପରେ ନିଲମ୍ବନ ଆଦେଶ ଜାରି  କରାଯାଇଛି।

{"id":521670,"width":837,"height":502,"sizeSlug":"full","linkDestination":"none"}

ଗତ ଅଗଷ୍ଟ ମାସରେ ତାଲିବାନ କାବୁଲ ଦଖଲ କରିବା ପରେ ସେପ୍ଟେମ୍ବର ମାସରେ କାର୍ଯ୍ୟକାରୀ ସରକାର ସ୍ଥାପନା କରିଥିଲେ। ଏଥିରେ  ସ୍ଥାପିତ ହୋଇଥିବା କେୟାର ଟେକର ଅଥରିଟିଙ୍କୁ ଆଫଗାନିସ୍ତାନରେ ତାଲିବାନ ଜବତ କ୍ଷମତା ପ୍ରଦାନ କରିଛତନ୍ତି। ସେହି ଅନୁସାରେ ପ୍ରାଧିକରଣ ଏହି ବିଜ୍ଞପ୍ତି ଜାରି କରିଥିବା ବେଳେ ନାଗରିକଙ୍କୁ ଦେଶରୁ ପଳାୟନ କରିଥିବା ସରକାରଙ୍କ କାଳରେ ଲୋକଙ୍କ ହାତରେ ପଡିଥିବା ଯାନବାହନ, ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଫେରାଇଦିଅନ୍ତୁ ଅଥବା ଦଣ୍ଡ ଲାଗି ପ୍ରସ୍ତୁତ ରହନ୍ତୁ ବୋଲି ସତର୍କ କରାଇଦେଇଛନ୍ତି। 

{"id":521671,"sizeSlug":"large","linkDestination":"none"}

ପ୍ରାୟ ୨୦ ବର୍ଷପରେ ତାଲିବାନମାନେ ପୁଣି ଆଫଗାନିସ୍ତାନର କ୍ଷମତା ହାତେଇଛନ୍ତି। ଦେଶ ଲାଗି ତାଲିବାନ ଏପର୍ଯ୍ୟନ୍ତ ବ୍ୟବସ୍ଥା ସ୍ଥାପନା କରିପାରିନାହାନ୍ତି। ତେବେ କ୍ରମଶଃ ଦେଶକୁ ବ୍ୟବସ୍ଥିତ କରିପାରନ୍ତି ବୋଲି ଆକଳନ କରାଯାଉଛି। ତେବେ ବିଦେଶୀ ବିଶେଷଜ୍ଞ ତାଲିବାନଙ୍କୁ ଏବେବି ଆତଙ୍କବାଦ ସଙ୍ଗଠନ ମାନୁଥିବାବେଳେ ଦେଶର ମହିଳାଙ୍କ ଅନିଶ୍ଚିତ ଭବିଷ୍ୟତର ଆଶଙ୍କା କରୁଛନ୍ତି। ତାଲିବାନ ଦେଶର ଶାସନ ହାତେଇବା ବେଳେ ଦେଶବାସୀଙ୍କୁ ଦେଇଥିବା ପ୍ରତିଟି ପ୍ରତିଶ୍ରୁତିର ବିପରୀତ କରିଚାଲିଛି। ଯାହା ଏବେ ଅନ୍ତରାଷ୍ଟ୍ରୀୟ ସମୂଦାୟଙ୍କ ଲାଗି ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.