ଆଫଗାନିସ୍ତାନରେ ତାଲିବାନ ସରକାର ଘୋଷଣା: ମୁଲ୍ଲା ହସନ ଅଖୁନ୍ଦ ପ୍ରଧାନମନ୍ତ୍ରୀ, ମୁଲ୍ଲା ବରାଦର ଡେପୁଟୀ ପିଏମ୍‌

Published By : Prameya-News7 Bureau | September 07, 2021 IST

କାବୁଲ୍‌, ୦୭/୦୯: ଆଫଗାନିସ୍ତାନରେ ତାଲିବାନ ଯୁଗର ଆରମ୍ଭ ହୋଇଛି । ତାଲିବାନ୍‌ ସେନା ସରକାର ଗଠନ କରିଥିବା ଜଣାପଡ଼ିଛି । ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଆଫଗାନିସ୍ତାନରେ ତାଲିବାନ ସରକାରଙ୍କ ପ୍ରଧାନମନ୍ତ୍ରୀ ହେବେ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଅଭ୍ୟନ୍ତରୀଣ ମନ୍ତ୍ରୀ ନିଯୁକ୍ତ କରାଯାଇଛି । । ଏନେଇ ତାଲିବାନର ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ ସୂଚନା ଦେଇଛନ୍ତି ।

ତାଲିବାନ ଏବେ ସରକାର ଚଳାଇବା ପାଇଁ କେୟାରଟେକର କ୍ୟାବିନେଟ୍‌ ସରକାର ଗଠନ କରିଥିବା କହିଛି । ବିନା କୌଣସି ସମାରୋହରେ ଏହି ସରକାର ଘୋଷଣା କରାଯାଇଛି । ତେବେ ତାଲିବାନ ମନ୍ତ୍ରୀ ମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ବଣ୍ଟନ ମଧ୍ୟ କାରାଯାଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ-

ପ୍ରଧାନମନ୍ତ୍ରୀ - ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡ

ଡେପୁଟି ପ୍ରଧାନମନ୍ତ୍ରୀ୧ -  ମୁଲ୍ଲା ବାରଦାର

ଡେପୁଟି ପ୍ରଧାନମନ୍ତ୍ରୀ ୨ - ଅବଦୁଲ ସଲାମ ହାନାଫି

ଗୃହମନ୍ତ୍ରୀ - ସିରାଜୁଦ୍ଦିନ ହକ୍କାନି

ପ୍ରତିରକ୍ଷା ମନ୍ତ୍ରୀ - ମହମ୍ମଦ ୟାକୋବ ମୁଜାହିଦ୍

ଅର୍ଥମନ୍ତ୍ରୀ - ମୁଲ୍ଲା ହିଦୟତୁଲ୍ଲା ବଦ୍ରି

ବୈଦେଶିକ ବ୍ୟାପାର ମନ୍ତ୍ରୀ - ମୌଲଭି ଆମୀର ଖାନ ମୁଟାକ୍କି

ଶିକ୍ଷା ମନ୍ତ୍ରୀ - ଶେଖ ମୌଲଭି ନୁରୁଲ୍ଲା ମୁନିର

ଶରଣାର୍ଥୀ ବ୍ୟାପାର ମନ୍ତ୍ରୀ - ଖଲିଲୁର ରହମାନ ହକ୍କାନି

ଉପ ବୈଦେଶିକ ମନ୍ତ୍ରୀ - ଶେର ମହମ୍ମଦ ଷ୍ଟାନେକଜାଇ (ସେ ଦୋହାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କୁ ଭେଟିଥିଲେ)

ସଂସ୍କୃତି ମନ୍ତ୍ରଣାଳୟର ଉପ ମନ୍ତ୍ରୀ - ଜାବୁଲ୍ଲା ମୁଜାହିଦ୍

ପ୍ରତିରକ୍ଷା ମନ୍ତ୍ରଣାଳୟର ସେନା କର୍ମଚାରୀଙ୍କ ମୁଖ୍ୟ - କାରୀ ଫାସିହୁଦ୍ଦିନ (ତାଜିକର ମୂଳ ତାଲିବାନ କମାଣ୍ଡର, ତାଙ୍କ ନେତୃତ୍ୱରେ ତାଲିବାନ ଯୁଦ୍ଧ କରି ପଞ୍ଜଶୀର ଯୁଦ୍ଧରେ ଜିତିଥିଲା)

ସେନା ମୁଖ୍ୟ - ମୁଲ୍ଲା ଫଜଲ ଅଖଣ୍ଡ

ଡେପୁଟି ଚିଫ୍ ଇଣ୍ଟେଲିଜେନ୍ସ - ମଲ୍ଲିକା ତାଜ ମୀର ଜାୱାଦ

ଜାତୀୟ ସୁରକ୍ଷା ନିର୍ଦ୍ଦେଶାଳୟ (NDS) ମୁଖ୍ୟ - ମୁଲ୍ଲା ଅବଦୁଲ୍ ହକ୍ ୱାସିକଙ୍କୁ ଦ୍ୱାୟିତ୍ୱ ଦେଇଛି ତାଲିବାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.