୯/୧୧ରେ ହୋଇଥିଲା ଆମେରିକା ଉପରେ ଆକ୍ରମଣ, ୨୦ ବର୍ଷ ପୂର୍ତ୍ତିରେ ଆତଙ୍କୀ ତାଲିବାନ ସରକାରର ଶପଥ ଗ୍ରହଣ !

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଆମେରିକାରରେ ହୋଇଥିବା ଭୟଙ୍କର ବିସ୍ଫୋରଣ କଥା ମନେ ପଡିଲେ ଦେହ ସିତେଇ ଉଠେ । କେହି କିଛି ବଝିବା ପୂର୍ବରୁ ବିଶ୍ବ ବାଣିଜ୍ୟ ଭବନରେ ହୋଇଥିବା ଭୟଙ୍କର ଆକ୍ରମଣ । ଯାହାକୁକି କେହି ସ୍ବପ୍ନରେ ସୁଦ୍ଧା​‌ ଭାବିନଥିଲେ । ସେପ୍ଟେମ୍ବର ୧୧ ତାରିଖ ୨୦୦୧ ମସିହାରେ ହୋଇଥିବା ଏହି ଆକ୍ରମଣ ପଛରେ ଅଲକାଏଦା ଆତଙ୍କୀ ସଂଗଠନର ହାତ ଥିଲା । ଏହି ଆକ୍ରମଣରେ ୩ ହଜାରରୁ ଉର୍ଦ୍ଧ୍ବ ଜଣଙ୍କ ମୃତ୍ୟୁ ଘଟିଥିଲା । ଯାହାକି ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିଛି ଆଗକୁ ମଧ୍ୟ ରହିବ ।

ବର୍ତ୍ତମାନ ତାଲିବାନ ଆମେରିକାର ପୁରୁଣା ଘା’ ଉପରେ ଲୁଣ ଲଗେଇବାକୁ ଯାଉଛି । ୦୯/୧୧ ଆମେରିକା ଆକ୍ରମଣ ପରେ ଏବେ ଏହାର ୨୦ ବର୍ଷ ପୂର୍ତ୍ତି ଅବସରରେ ସେହି ଦିନ ହିଁ ଆତଙ୍କବାଦୀ ସଂଗଠନ ତାଲିବାନ ସରକାର ଶପଥ ନେବାକୁ ଯାଉଛି ବୋଲି ରିପୋର୍ଟରୁ ପ୍ରକାଶ ପାଇଛି । ସବୁଠାରୁ ବଡ କଥା ହେଉଛି ଜାତିସଂଘ ଦ୍ବାରା ବ୍ଲାକ୍‌ ଲିଷ୍ଟ୍‌ ହୋଇଥିବା ଅର୍ଥାତ ଆନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ଘୋଷିତ ହୋଇଥିବା ୧୪ ଜଣ କୁଖ୍ୟାତ ଆତଙ୍କବାଦୀ ମଧ୍ୟ ତାଲିବାନ କ୍ୟାବିନେଟ୍‌ରେ ଶପଥ ନେବାକୁ ଯାଉଛନ୍ତି ।

୨୦ ବର୍ଷ ପୂର୍ବେ ୨୦୦୧ରେ ଅଲ କାଏଦା ଆତଙ୍କବାଦୀମାନେ ଆମେରିକାରେ ସବୁଠାରୁ ଭୟଙ୍କର ଆକ୍ରମଣ କରିଥିଲେ। ବିମାନଗୁଡ଼ିକୁ ଅପହରଣ କରି ଆତଙ୍କବାଦୀମାନେ ବିଶ୍ୱ ବାଣିଜ୍ୟ କେନ୍ଦ୍ର ଏବଂ ପେଣ୍ଟାଗନ୍ ମୁଖ୍ୟାଳୟର ଟୁଇନ୍ ଟାୱାର ଉପରେ ଭୟାନକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୩ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଆମେରିକା ଆଫଗାନିସ୍ତାନରେ ସାମରିକ ଅଭିଯାନ ଆରମ୍ଭ କରିଥିଲା। ସେତେବେଳେ ଆଫଗାନିସ୍ତାନରେ କ୍ଷମତାରେ ଥିବା ତାଲିବାନକୁ ହଟାଇ ଥିଲା ଆମେରିକା । ଅଲ କାଏଦା ସମେତ ଅନେକ ଆତଙ୍କବାଦୀ ବେସ୍‌ ଉପରେ ବୋମା ବର୍ଷା କରିଥିଲା ଆମେରିକା ।

ଦୁଇ ଦଶନ୍ଧିରେ କୋଟି କୋଟି ଟଙ୍କା ଏବଂ ହଜାର ହଜାର ସୈନ୍ୟ ବଳିଦାନ ପରେ ବି ଆମେରିକା ତାଲିବାନର ମୂଳ କାଟିବାରେ ସକ୍ଷମ ହୋଇ ନାହିଁ। ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପୂର୍ବରୁ ତାଲିବାନ କାବୁଲ ସମେତ ସମଗ୍ର ଦେଶକୁ ନିଜ ଅଧୀନକୁ ନେଇଥିଲା। ଅଲ କାଏଦା ଏବଂ ହକ୍କାନୀ ନେଟୱାର୍କ ସମେତ ଅନେକ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ ପୁଣି କାୟା ବିସ୍ତାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.