ଲଙ୍କାରେ ହରି ଶବ୍ଦ: ଖୋଲା ସ୍ଥାନରେ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବା ନିୟମରେ ପରିବର୍ତ୍ତନ କଲା ତାଲିବାନ

Published By : Prameya-News7 Bureau | October 16, 2021 IST

କାବୁଲ ୧୬/୧୦: ଆଫାଗାନିସ୍ତାନ ଉପରେ ଶାସନ କରୁଥିବା ତାଲିବାନ ଏବେ ଖୋଲାରେ ଦଣ୍ଡ ଦେବାକୁ ନେଇ ନୂଆ ପରଓ୍ବାନା ଜାରି କରିଛି। ସମସ୍ତ ଅଧିକାରୀଙ୍କୁ ଦୋଷୀମାନଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ମନା କରିଛି ତାଲିବାନ ସରକାର। ସର୍ବୋଚ୍ଚ କୋର୍ଟରୁ ଏମିତି ନିର୍ଦେଶ ନଆସିବା ଯାଏ ଦୋଷୀମାନଙ୍କୁ ଖୋଲା ଖୋଲି ମୃତ୍ୟୁ ଦଣ୍ଡ ନଦେବା ପାଇଁ କୁହାଯାଇଛି।

ତାଲିବାନ ପ୍ରବକ୍ତା ଜବିଉଲ୍ଲାହ ମୁଜାହିଦ କହିଛନ୍ତି, ଦୋଷୀଙ୍କୁ ଦଣ୍ଡ ଦେବା ପ୍ରସଙ୍ଗକୁ ନେଇ ମନ୍ତ୍ରିମଣ୍ଡଳରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦୋଷୀଙ୍କୁ ସର୍ବାଜନୀନ ଭାବେ ଦଣ୍ଡ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ନଦେବା ଯାଏ କୌଣସି ଅଧିକାରୀ ଏମିତି କରିପାରିବେ ନାହିଁ। ଜବିଉଲ୍ଲାହ ଆହୁରି ମଧ୍ୟ କହିଛନ୍ତି, ଏବେ ଯେତେବେଳେ ଦୋଷୀଙ୍କୁ ଦଣ୍ଡ ଦିଆଯିବ ତାଙ୍କର ଅପରାଧ ସମ୍ପର୍କରେ ଲୋକମାନଙ୍କୁ ସୂଚନା ଦିଆଯିବ। ସେମିତି ହେଲେ ବାକି ଲୋକେ ଏମିତି ଭୁଲ କରିବେ ନାହିଁ।

ଏହା ପୂର୍ବରୁ ଆଫଗାନିସ୍ତାନରେ ଶାସନକୁ ଫେରିବା ପରେ ଲୋକମାନଙ୍କ ମନରେ ଭୟ ଆଣିବା ପାଇଁ ତାଲିବାନୀ ଆତଙ୍କବାଦୀ ଅନେକ ଲୋକଙ୍କୁ ବିଚ୍‌ ରାସ୍ତାରେ ହତ୍ୟା କରିଥିଲେ। ଅନେକ ଲୋକଙ୍କୁ ଧରି ଫାଶୀରେ ଝୁଲାଇ ଦେଇଥିଲେ ତାଲିବାନୀ ଆତଙ୍କବାଦୀ। ଏପରିକି ଲୋକଙ୍କ ପରିବାରକୁ ବି ଜଣାପଡ଼ୁନଥିଲା ସେମାନଙ୍କ ଭୁଲ କଣ ଥିଲା। ନିଜର କ୍ରୁରତା ପାଇଁ ତାଲିବାନ  ପୂରା ବିଶ୍ବରେ ଜଣାଯାଏ। ଏବେ କିନ୍ତୁ ତାଲିବାନ ନିଜର ଛବି ସୁଧାରି ବିଶ୍ବରେ ନୂଆ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.