Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ତାଲିବାନର କ୍ରୁରତା, କାବୁଲରେ ‘ପାକିସ୍ତାନ ବିରୋଧୀ’ ରାଲିରେ ଗୁଳିମାଡ

7/09/2021 at 1:34 PM

ନୂଆଦିଲ୍ଲୀ ୦୭/୦୯: ଆଫଗାନିସ୍ତାନରେ ସୀମା ଟପିଲାଣି ତାଲିବାନୀଙ୍କ ବର୍ବରତା । କାବୁଲରେ ଚାଲିଥିବା ପାକିସ୍ତାନ ବିରୋଧୀ ରାଲିରେ ତାଲିବାନମାନେ ଗୁଳିମାଡ କରିଛନ୍ତି । ସୂଚନାଥାଉକି, ମଙ୍ଗଳବାର କାବୁଲର ଅଲଗା ଅଲଗା ହିଂସାରେ ବହୁତ ବଡ ସଂଖ୍ୟାରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରାଯାଉଥିଲା । ରାଲିରେ ବହୁସଂଖ୍ୟକ ମହିଳା ସାମିଲ ହୋଇଥିଲେ । କାବୁଲ ରାଷ୍ଟ୍ରପତିଙ୍କ ବାସଭବନର ପାଖରେ ଥିବା ସେରେନା ହୋଟେଲ ନିକଟରେ ଚାଲିଥିଲା ବିକ୍ଷୋଭ ରାଲି ।

କାରଣ ସେହି ହୋଟଲରେ ରହୁଥିଲା ISI ପ୍ରମୁଖ । ଗତ ସପ୍ତାହେ ଧରି ଏହି ହୋଟଲରେ ସେ ରହିଆସୁଛି । ସେଥିପାଇଁ ବିକ୍ଷୋଭକାରୀମାନେ ଏଠାରେ ବିକ୍ଷୋଭ କରୁଥିଲେ । ଆଉ ଗତ କିଛି ଦିନ ଧରି ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ ଜାରି ରହିଥିଲା । ପଞ୍ଜଶୀରରେ ପାକିସ୍ତାନର ଆକ୍ରମଣକୁ ବିରୋଧ କରୁଥିବା ଆଫଗାନିସ୍ତାନ ନାଗରିକମାନେ ଏହି ବିକ୍ଷୋଭ କରୁଛନ୍ତି । ସେହି ବିକ୍ଷୋଭ ରାଲିକୁ ଟାର୍ଗେଟ କରି ଏହି ଗୁଳିମାଡ କରାଯାଇଛି ।

   Related Posts