ଆଫଗାନିସ୍ତାନରେ ଲସ୍କର ଓ ଜୈଶ ସହ ମିଶି ଯୁଦ୍ଧ କରୁଛି ତାଲିବାନ ? ବଢିବ ଭାରତର ଟେନସନ

Published By : Prameya-News7 Bureau | July 11, 2021 IST

କାବୁଲ ୧୧।୦୭:  ଆଫଗାନିସ୍ତାନରେ ତାଲିବାନର ପତିଆରା ବଢିବାରେ ଲାଗିଛି। ଆଫଗାନ ସେନା  ସହିତ ତାଲିବାନର ଲଢେଇ ବିପଦ ବଢିବାରେ ଲାଗିଛି। ଆମେରିକା ସୈନ୍ୟଙ୍କ ପ୍ରତ୍ୟାହାର ପରଠୁ ତାଲିବାନର ପ୍ରାଦୁର୍ଭାବ ବଢିବାରେ ଲାଗିଛି। ଶାନ୍ତି ପ୍ରସ୍ତାବକୁ ନାରାଜ ତାଲିବାନ। ମିଡିଆ ରିପୋର୍ଟ ଅନୁଯାୟୀ, ତାଲିବାନ ସହିତ ଲସ୍କର ଇ ତୋଇବା ଓ ଜୈଶ ଇ ମହମ୍ମଦ ପରି ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ମଇଦାନରେ ଅଛନ୍ତି। ଏଥିସହ ଭାରତ ପାଇଁ ଜମ୍ମୁ-କଶ୍ମୀରକୁ ନେଇ ଆଲର୍ଟ ରହିବା ବହୁତ ଜରୁରୀ।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନର କୁନାର ଓ ନଙ୍ଗହାର ପ୍ରାନ୍ତଠୁ ନେଇ ହେଲମନ୍ଦ ଓ କାନ୍ଧାରରେ ମଧ୍ୟ ଆତଙ୍କୀ ସଂଗଠନ ସକ୍ରିୟ ଅଛନ୍ତି। ଏହି ଚାରୋଟି ଅଞ୍ଚଳର ସୀମା  ପାକିସ୍ତାନ ସଂଲଗ୍ନରେ ଅବସ୍ଥିତ। ତହରିକ ଇ ତାଲିବାନ ପାକିସ୍ତାନ, ଲସ୍କର ଇ ଝାଙ୍ଗବି, ଜମାତ ଉଲ ଅରହର, ଲସ୍କର  ଇ ଇସଲାମ ଓ ଅଲ ବଦ୍ରର ଆତଙ୍କୀ ମଧ୍ୟ ବଡ ସଂଖ୍ୟାରେ ସାମିଲ୍ ଅଛନ୍ତି।

ଏଥିରେ ଲସ୍କର-ଇ- ତୋଇବାର ୭ ହଜାରରୁ ଅଧିକ ଆତଙ୍କୀ ସକ୍ରିୟ ଅଛନ୍ତି। ଏହି ସଂଗଠନ ଆତଙ୍କବାଦୀଙ୍କ ନୂତନ ଭର୍ତ୍ତି କରିବାରେ ଲାଗିଛି।  ଆଫଗାନ ତାଲିବାନର ସୈନ୍ୟ ମୁଖ୍ୟ ମୁଲ୍ଲା ମୋହମ୍ମଦ ୟାକୁବ  ଲସ୍କର ଓ ଜୈଶ ସହତି ମିଶି କାମ ଜାରି ରଖିଛନ୍ତି। ଏଥିରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ମଧ୍ୟ ସାମିଲ। ଏଥିରେ ୭ ରୁ ୮ ଆତ୍ମଘାତୀ ଆକ୍ରମଣକାରୀ ମଧ୍ୟ ସାମିଲ୍।  ତାଙ୍କ ସହ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ମଧ୍ୟ  ମିଶି କାମ କରୁଛନ୍ତି। ପାକିସ୍ତାନ ଓ ତାଲିବାନ ଆତଙ୍କୀ ମଧ୍ୟରେ ସଂପର୍କ ସେହି ସମୟରେ ବଢିବାରେ ଲାଗିଛି, ଯେତେବେଳେ ଆଫଗାନିସ୍ତାନରେ ଅଶରଫ ଗନିଙ୍କ ଟାର୍ଗେଟ୍‌ରେ ପାକିସ୍ତାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.