Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

କାଗଜପତ୍ରରେ ୩ଲକ୍ଷ କିନ୍ତୁ ଥିଲେ ମାତ୍ର ୫୦ହଜାର ଆଫଗାନ୍ ସୈନ୍ୟ, ସେଥିପାଇଁ ସହଜରେ କାବୁଲ ଦଖଲ କରିନେଲା ତାଲିବାନ

11/11/2021 at 6:09 PM

ନୂଆଦିଲ୍ଲୀ ୧୧/୧୧ : ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଭାବେ କବ୍‌ଜାକୁ ନେଇ ସେଠାରେ ମନ ଇଚ୍ଛା ଶାସନ କରୁଛି ତାଲିବାନ । ପ୍ରତିଦିନ ଅପରାଧ ପରେ ଅପରାଧ ଘଟାଇ ଚାଲିଛନ୍ତି ତାଲିବାନୀ ଆତଙ୍କବାଦୀ । କୌଣସି ଉପାୟ ନପାଇ ତାଲିବାନୀଙ୍କ କ୍ରୁର ଶାସନରେ ପେଶୀ ହୋଇଯାଉଛନ୍ତି ଆଫଗାନିସ୍ତାନ ବାସିନ୍ଦା । ଏବେ ଆଫଗାନିସ୍ତାନର ପୂର୍ବତନ ଅର୍ଥ ମନ୍ତ୍ରୀ ଦେଶର ସେନାକୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ଦେଶର ହଜାର ହଜାର ସଂଖ୍ୟାରେ ଭୂତ ସୁରକ୍ଷାକର୍ମୀ ଏବଂ ପୋଲିସ ରଖାଯାଇଥିଲା । ଅର୍ଥାତ କାହାକୁ ନିଯୁକ୍ତି ଦିଆନଯାଇ ସରକାରୀ କାଗଜପତ୍ରରେ ପ୍ରାୟ ୩ ଲକ୍ଷ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି କୁହାଯାଇଥିଲା । କିଛି ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀ ତାଲିବାନୀଙ୍କ ଠାରୁ ଟଙ୍କା ଆଣି ଏଭଳି କାରନାମା କରିଥିଲେ । ଯାହାକି ପରେ ଜଣାପଡିଥିଲା’ ।କ

ତାଲିବାନୀ ଆତଙ୍କବାଦୀ ମାନେ ଆଫଗାନିସ୍ତାନରେ ଶାସନ ଭାର ହାତକୁ ନେବା ପରେ ପୂର୍ବ ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ଏବେ ପୂର୍ବତନ ଅର୍ଥ ମନ୍ତ୍ରୀ ଖଲିଦ ପାଏଣ୍ଡା ଏକ ବଡ ଖୁଲାସା କରିଛନ୍ତି । ସେ କହିଛନ୍ତି ଆଫଗାନିସ୍ତାନର ମୋଟ ସୈନ୍ୟ ଏବଂ ପୋଲିସ କର୍ମୀଙ୍କ ସଂଖ୍ୟା ଖୁବ ବେଶିରେ ୪୦ ହଜାରରୁ ୫୦ ହଜାର ହେବେ । କିନ୍ତୁ ଏଥିରେ ବ୍ୟାପକ ହେରଫେର୍‌ କରାଯାଇଛି ଏହାକୁ ୩ ଲକ୍ଷ ଦର୍ଶଯାଇଥିଲା । କିଛି ସରକାରୀ କର୍ମଚାରୀ ଏବଂ ବଡ ବଡ ଅଫିସର ଏଥି​‌ରେ ସଂପୃକ୍ତ ଥିଲେ । ଏଇମାନେ ହିଁ ତାଲିବାନୀଙ୍କ ଠାରୁ ପ୍ରଚୁର ପରିମାଣର ଟଙ୍କା ଆଣି ଭୂତ ପୋଲିସ ଏବଂ ସୈନ୍ୟ ନିଯୁକ୍ତି ଦେଇଥିଲେ ଯେଉଁମାନଙ୍କର କେବଳ କାଗଜପତ୍ର ହିଁ ଥିଲା କିନ୍ତୁ ଅନ୍ୟ କିଛି ପରିଚୟ ପତ୍ର ନଥିଲା । ଜାଲ କାଗଜପତ୍ର କରି ତାଲିବାନୀଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଉଥିଲେ ଅସାଧୁ ସରକାରୀ କର୍ମଚାରୀ । ଆଫଗାନିସ୍ତାନରେ ମୋଟ ୪୦ ରୁ ୫୦ ହଜାର ସୈନ୍ୟ ବାହିନୀ ଥିବା ବେଳେ ଏହାକୁ ଜାଲ କାଗଜପତ୍ର ଜାରିଆରେ ୩ ଲକ୍ଷ କରାଯାଇଛି । ଯାହାକି ୬ଗୁଣା ଅଧିକ । ତେଣୁ ଏଥିରେ ବଡ ଧରଣର ଫ୍ରଡ ହୋଇଥିବା ଆଫଗାନିସ୍ତାନର ପୂର୍ବତନ ଅର୍ଥ ମନ୍ତ୍ରୀ ଖଲିଲ ପାଏଣ୍ଡ କହିଛନ୍ତି ।

   Related Posts