ଆଫଗାନିସ୍ତାନରେ ଆତଙ୍କ ମଚାଉଛି ତାଲିବାନ, ୨୪ ଘଣ୍ଟାରେ ୧୪୧ ଥର ଆକ୍ରମଣ, ୪୩୮ ମୃତ

Published By : Prameya-News7 Bureau | May 04, 2021 IST

କାବୁଲ, ୦୪/୦୫: ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କ ରଚିଥିବା ଏକ ଗଣମାଧ୍ୟମ ସଂସ୍ଥାର ରିପୋର୍ଟରୁ ଜଣାପଡ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ ୧୪୧ଥର ଆକ୍ରମଣ କରିଥିବା ଏଥିରେ ସୂଚନା ଦିଆଯାଇଛି ।

ଆଫଗାନିସ୍ତାନର ଟୋଲୋ ନ୍ୟୁଜ୍‌ର ରିପୋର୍ଟ ମୁତାବକ, ଏହି ଆକ୍ରମଣରେ ପ୍ରାୟ ୨୦ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଦର୍ଶାଯାଇଛି । ଏଥିରେ ପେରାମିକ୍ୟୁଲ୍‌ ଜିଇ, ଯିଏକି ତଖରର ପବ୍ଲିକ୍‌ ପୋର୍ସର କମାଣ୍ଡର୍‌ ଥିଲେ ତାଙ୍କର ମୃତ୍ୟୁ ହୋଇଛି । ଦେଶର ପ୍ରତିରକ୍ଷା ବିଭାଗ ଏନେଇ କହିଛି ଯେ, ଏଥିରେ ୨୪ ଘଣ୍ଟା ମଧ୍ୟରେ ତାଲବାନ୍‌ର ୧୦୦ ଜଣ ଲୋକ ଆହାତ ହୋଇଛନ୍ତି । କିନ୍ତୁ ତାଲିବାନ୍‌ ଏହାକୁ ଖଣ୍ଡନ କରିଛି ।

ଟୋଲୋ ନ୍ୟୁଜ୍‌ର ସଂଗୃହୀତ ତଥ୍ୟ ଅନୁସାରେ, ଆଫଗାନ ଫୋର୍ସ ଏବଂ ସିଭିଲିଆନ୍‌ର ସଦସ୍ୟଙ୍କ ମଧ୍ୟରୁ ୪୩୮ ଜଣ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଗତ ୩୦ ଦନ ମଧ୍ୟରେ ୫୦୦ରୁ ଅଧିକ ଆଫଗାନ୍‌ ଫୋର୍ସର ସଦସ୍ୟ ଏଥିରେ ପ୍ରାଣ ହରାଇଛନ୍ତି । ଗତ ମାସରେ ହୋଇଥିବା ଆକ୍ରମଣ ସମୟରେ ୧୯୦ ବୋମାମାଡ଼ ହୋଇଥିବା ବେଳେ ଗାର୍ଗେଟ୍‌ କରି ଆଟାକ୍‌ ଏବଂ ବିଭିନ୍ନ କ୍ଷୟକ୍ଷତି ଘଟାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.