ଲଢ଼େଇ ପାଇଁ ନୂଆ ତରିକା ଆପଣେଇଛି ତାଲିବାନ, ସାଧାରଣ ଲୋକଙ୍କ ଘର କବଜା କରି କରୁଛି ଆକ୍ରମଣ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭: ଆଫଗାନିସ୍ତାନରେ ତାଲିବାନ ଲଢ଼େଇର ନୂଆ ଫଣ୍ଡା ଆପଣାଇଛି। ତାଲିବାନ ଆତଙ୍କବାଦୀଙ୍କ ଉପରେ ଏବେ ଆଫଗାନ ସେନା ଆକ୍ରମଣ ମଧ୍ୟ କରିପାରୁ ନାହିଁ। ଏବେ ତାଲିବାନ ମଧ୍ୟ ଆଫଗାନିସ୍ତାନରେ ଥିବା ଗଜନୀ ସହରରୁ ପୂରା କବଜା କରିନେଇଛି । ଏହା ପରେ ସାଧାରଣ ଲୋକଙ୍କ ଘରକୁ ନିଜର ଠିକଣା କରି ସେନା ଉପରେ ଆକ୍ରମଣ କରୁଛି ତାଲିବାନ ।

ମୁଖ୍ୟ କଥା ହେଉଛି ୩୧ ଜୁଲାଇ ସୁଦ୍ଧା ଆମେରିକା ସେନା ଆଫିଗାନିସ୍ତାନ ଛାଡ଼ି ଚାଲିଯିବାକୁ ଥିବା ବେଳେ ଏନେଇ ଘୋଷଣା ହେବା ପରଠୁ ତାଲିବାନ ଦେଶରେ ସକ୍ରିୟ ହୋଇଉଠିଛି । ଗଜନୀ ସହରରେ ଅବସ୍ଥା ଏବେ ଖରାପ ହୋଇପଡ଼ିଛି ବୋଲି ପ୍ରାନ୍ତୀୟ ପରିଷଦ ହସନ ରେଜାଇ କହିଛନ୍ତି। ତାଲିବାନ ସାଧାରଣ ଲୋକଙ୍କ ଘରକୁ କବଜା କରି ରଖିଥିବା ବେଳେ ଆଫଗାନ ସେନା ସେମାନଙ୍କ ଉପରେ ଆକ୍ରମଣ କରିବାରେ ଅସମର୍ଥ ହେଉଥିବା ସେ କହିଛନ୍ତି।

ସେପଟେ କିନ୍ତୁ ସରକାର ଏବଂ ତାଲିବାନ ମଧ୍ୟରେ କତରରେ ଶାନ୍ତି ଆଲୋଚନା ଜାରି ରହିଛି। ସେନା ଏବଂ ତାଲିବାନ ମଧ୍ୟରେ କାନ୍ଧାରରେ ସଂଘର୍ଷ ଜାରି ରହିଛି। ଯେଉଁଠି ତାଲିବାନ ସ୍ଥିତି ଖୁବ୍‌ ମଜଭୁତ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କାବୁଲ ଏବଂ କାନ୍ଧାରକୁ ଯୋଡ଼ିବାରେ ଗଜନୀ ମୁଖ୍ୟ ମାଧ୍ୟମ ବୋଲି ପୂର୍ବତନ ସାଂସଦ ତଥା ତାଲିବାନ ବିରୋଧୀ ଯୁଦ୍ଧରେ ସାମିଲ ହାମିଦ ଲଲାୟ କହିଛନ୍ତି। ଅନ୍ୟପଟେ ଆଫଗାନିସ୍ତାନ ଏୟାର ଫୋର୍ସର ଏୟାର ଷ୍ଟ୍ରାଇକ୍‌ ଯୋଗୁ ୪୦ ତାଲିବାନୀ ପ୍ରାଣ ହରାଇଛନ୍ତି। ଏହି ଷ୍ଟ୍ରାଇକ୍‌ ରବିବାର ହୋଇଥିବା ବେଳେ ଏନେଇ ପ୍ରତିରକ୍ଷା ମନ୍ତ୍ରୀ ସୋମବାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.